ନଭେମ୍ୱର ୧୫ରୁ କଟକର ଐତିହାସିକ ବାଲିଯାତ୍ରା, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଜାରି କରିଛି କଟକଣା

କଟକ : ନଭେମ୍ୱର ୧୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ତଳ ପଡ଼ିଆରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କଟକଣା ଜାରି କରିଛି । ଉପର ପଡ଼ିଆରେ ବାଲିଯାତ୍ରା ନ କରି, ତଳ ପଡ଼ିଆରେ ବାଲିଯାତ୍ରା କଲେ ଭଲ ହୁଅନ୍ତା ବୋଲି ପରାମର୍ଶ ଦେଇଛନ୍ତି ହାଇକୋର୍ଟ । କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣୀ କରି ଏହି ମତ ରଖିଛନ୍ତି ହାଇକୋର୍ଟ । ଏବେ ଏହାକୁ ନେଇ ବିଚାରବିମର୍ଶ କରୁଛନ୍ତି ପ୍ରଶାସନିକ ଅଧିକାରୀ […] The post ନଭେମ୍ୱର ୧୫ରୁ କଟକର ଐତିହାସିକ ବାଲିଯାତ୍ରା, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଜାରି କରିଛି କଟକଣା appeared first on KNews Odisha.

ନଭେମ୍ୱର ୧୫ରୁ କଟକର ଐତିହାସିକ ବାଲିଯାତ୍ରା, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଜାରି କରିଛି କଟକଣା
BALIJATRA

କଟକ : ନଭେମ୍ୱର ୧୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ତଳ ପଡ଼ିଆରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କଟକଣା ଜାରି କରିଛି । ଉପର ପଡ଼ିଆରେ ବାଲିଯାତ୍ରା ନ କରି, ତଳ ପଡ଼ିଆରେ ବାଲିଯାତ୍ରା କଲେ ଭଲ ହୁଅନ୍ତା ବୋଲି ପରାମର୍ଶ ଦେଇଛନ୍ତି ହାଇକୋର୍ଟ । କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣୀ କରି ଏହି ମତ ରଖିଛନ୍ତି ହାଇକୋର୍ଟ ।

ଏବେ ଏହାକୁ ନେଇ ବିଚାରବିମର୍ଶ କରୁଛନ୍ତି ପ୍ରଶାସନିକ ଅଧିକାରୀ । ଏପଟେ ତଳ ପଡ଼ିଆ ଓ ଉପର ପଡିଆର ବ୍ୟବସାୟୀଙ୍କୁ ଜାଗା ଦେବାକୁ ହେଲେ, କେତେ ସମ୍ପ୍ରସାରଣ କରିବାକୁ ପଡ଼ିବ ? ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଗାଇଡଲାଇନ ଭିତରେ ଏହା ସମ୍ଭବ କି? ଏନେଇ ବିଭିନ୍ନ ଦିଗକୁ ନେଇ ତର୍ଜମା କରୁଛି ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ । ଆସନ୍ତାକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଅନୁଷ୍ଠିତ ହେବ । ଯାହା ନିଷ୍ପତ୍ତି ହେବ ସେ ସଂପର୍କରେ ଆସନ୍ତା ୭ ତାରିଖ ସୁଦ୍ଧା ହାଇକୋର୍ଟଙ୍କୁ ଅବଗତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

The post ନଭେମ୍ୱର ୧୫ରୁ କଟକର ଐତିହାସିକ ବାଲିଯାତ୍ରା, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଜାରି କରିଛି କଟକଣା appeared first on KNews Odisha.