ନଭେମ୍ୱରରେ ହାତକୁ ଦି-ହାତ ହୋଇଥାନ୍ତେ, ସରିଥିଲା ନିର୍ବନ୍ଧ...ହେଲେ ଡାକିନେଲା ଯମ

ଗୁଜରାଟ ୦୪/୦୪: ୧୦ ଦିନ ର୍ପୂବରୁ ସରିଥିଲା ନିର୍ବନ୍ଧ । ନଭେମ୍ବରରେ ପଡିଥାନ୍ତା ହାତଗଣ୍ଠି । ବାହା ହୋଇ ନୂଆ ସଂସାର ଗଢିବାକୁ ଅନେକ ସ୍ବପ୍ନ ଦେଖିଥିଲେ ପାଇଲଟ୍ । ହେଲେ ନିମିଷକେ ସବୁ ହୋଇଗଲା ଧୂଳିସାତ । ଚାଲିଗଲା ୨୮ ବର୍ଷୀୟ ହରିୟାଣାର ରେୱାଡ଼ିର ପାଇଲଟ୍ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସିଦ୍ଧାର୍ଥ ଯାଦବଙ୍କ ଜୀବନ । ବୁଧବାର ରାତିରେ ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ।ଜାମନଗର ସହରରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିବା ସୁଭାରଦା ଗାଁରେ ଘଟିଥିଲା ଏହି ଦୁର୍ଘଟଣା । ସହ-ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରିବାରେ ସଫଳ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ସିଦ୍ଧାର୍ଥ । ଫ୍ଲାଇଟ୍ ଲେଫ୍ଟନାଣ୍ଟ ସିଦ୍ଧାର୍ଥ ଯାଦବଙ୍କ ପରିବାରରେ ଥିଲା ଦେଶପ୍ରେମ । ସାମରିକ ସେବା କରିଆସିଥିବା ପରିବାରରୁ ଆସିଥିଲେ ସେ । ତାଙ୍କ ଜେଜେବାପା ବ୍ରିଟିଶ ଶାସନରେ ବେଙ୍ଗଲ୍ ଇଞ୍ଜିନିୟର୍ସରେ କାର୍ଯ୍ୟ କରିଥିଲେ । ବାପା ବି LIC ରେ ଯୋଗ ଦେବା ପୂର୍ବରୁ ଭାରତୀୟ ବାୟୁସେନାରେ କାର୍ଯ୍ୟ କରିଥିଲେ ।୨୦୧୬ରେ NDA ପରୀକ୍ଷାରେ ପାସ୍ କରିବା ପରେ, ସିଦ୍ଧାର୍ଥ ଜଣେ ଫାଇଟର ପାଇଲଟ୍ ହେବା ପୂର୍ବରୁ ତିନି ବର୍ଷର କଠୋର ତାଲିମ ନେଇଥିଲେ । ଦୁଇ ବର୍ଷ ଚାକିରି ପରେ ତାଙ୍କୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପଦବୀରେ ପଦୋନ୍ନତି ଦିଆଯାଇଥିଲା । ଦୁର୍ଘଟଣାର ମାତ୍ର ଦଶ ଦିନ ପୂର୍ବରୁ, ମାର୍ଚ୍ଚ ୨୩ ତାରିଖରେ, ସିଦ୍ଧାର୍ଥଙ

ନଭେମ୍ୱରରେ ହାତକୁ ଦି-ହାତ ହୋଇଥାନ୍ତେ, ସରିଥିଲା ନିର୍ବନ୍ଧ...ହେଲେ ଡାକିନେଲା ଯମ

ଗୁଜରାଟ ୦୪/୦୪: ୧୦ ଦିନ ର୍ପୂବରୁ ସରିଥିଲା ନିର୍ବନ୍ଧ । ନଭେମ୍ବରରେ ପଡିଥାନ୍ତା ହାତଗଣ୍ଠି । ବାହା ହୋଇ ନୂଆ ସଂସାର ଗଢିବାକୁ ଅନେକ ସ୍ବପ୍ନ ଦେଖିଥିଲେ ପାଇଲଟ୍ । ହେଲେ ନିମିଷକେ ସବୁ ହୋଇଗଲା ଧୂଳିସାତ । ଚାଲିଗଲା ୨୮ ବର୍ଷୀୟ ହରିୟାଣାର ରେୱାଡ଼ିର ପାଇଲଟ୍ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସିଦ୍ଧାର୍ଥ ଯାଦବଙ୍କ ଜୀବନ । ବୁଧବାର ରାତିରେ ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ।


ଜାମନଗର ସହରରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିବା ସୁଭାରଦା ଗାଁରେ ଘଟିଥିଲା ଏହି ଦୁର୍ଘଟଣା । ସହ-ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରିବାରେ ସଫଳ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ସିଦ୍ଧାର୍ଥ । ଫ୍ଲାଇଟ୍ ଲେଫ୍ଟନାଣ୍ଟ ସିଦ୍ଧାର୍ଥ ଯାଦବଙ୍କ ପରିବାରରେ ଥିଲା ଦେଶପ୍ରେମ । ସାମରିକ ସେବା କରିଆସିଥିବା ପରିବାରରୁ ଆସିଥିଲେ ସେ । ତାଙ୍କ ଜେଜେବାପା ବ୍ରିଟିଶ ଶାସନରେ ବେଙ୍ଗଲ୍ ଇଞ୍ଜିନିୟର୍ସରେ କାର୍ଯ୍ୟ କରିଥିଲେ । ବାପା ବି LIC ରେ ଯୋଗ ଦେବା ପୂର୍ବରୁ ଭାରତୀୟ ବାୟୁସେନାରେ କାର୍ଯ୍ୟ କରିଥିଲେ ।

୨୦୧୬ରେ NDA ପରୀକ୍ଷାରେ ପାସ୍ କରିବା ପରେ, ସିଦ୍ଧାର୍ଥ ଜଣେ ଫାଇଟର ପାଇଲଟ୍ ହେବା ପୂର୍ବରୁ ତିନି ବର୍ଷର କଠୋର ତାଲିମ ନେଇଥିଲେ । ଦୁଇ ବର୍ଷ ଚାକିରି ପରେ ତାଙ୍କୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପଦବୀରେ ପଦୋନ୍ନତି ଦିଆଯାଇଥିଲା । ଦୁର୍ଘଟଣାର ମାତ୍ର ଦଶ ଦିନ ପୂର୍ବରୁ, ମାର୍ଚ୍ଚ ୨୩ ତାରିଖରେ, ସିଦ୍ଧାର୍ଥଙ୍କର ନିର୍ବନ୍ଧ ହୋଇଥିଲା। 

ନଭେମ୍ବର ୨ ତାରିଖରେ ତାଙ୍କ ବିବାହ ଯୋଜନା କରାଯାଇଥିଲା । ସେ ରେୱାଡିରେ ତାଙ୍କ ପରିବାର ସହିତ ସମୟ ବିତାଇବା ପରେ ମାର୍ଚ୍ଚ ୩୧ ତାରିଖରେ ଡ୍ୟୁଟିକୁ ଫେରିଥିଲେ । ତାଙ୍କ ଦେହାନ୍ତର ଖବର ଶୁଣି ତାଙ୍କ ପରିବାର, ବନ୍ଧୁବାନ୍ଧବ ଏବଂ ସମଗ୍ର ସହର ଶୋକରେ ବୁଡ଼ିଯାଇଛି। କାରଣ ସିଦ୍ଧାର୍ଥ ସବୁବେଳେ ଉଡ଼ିବା ଏବଂ ଦେଶ ସେବା କରିବାର ସ୍ୱପ୍ନ ଦେଖୁଥିଲେ। ତାଙ୍କର ଦେଶ ସେବାରେ ଜୀବନ ଯାଇଥିବା କହିଛନ୍ତି ବାପା ।