ନରାଜଠାରେ ସିରିଜ୍‌ ଦୁର୍ଘଟଣା ମାମଲା, ଗିରଫ ହେଲେ ପୋଲିସ ବାବୁ

କଟକ: ରବିବାର କଟକ ନରାଜଠାରେ ଘଟିଥିବା ସିରିଜ୍‌ ଦୁର୍ଘଟଣାରେ କନଷ୍ଟେବଳ ଜୟନ୍ତ କୁମାର ସେଠୀ ଗିରଫ। କନଷ୍ଟେବଳଙ୍କୁ ଗିରଫ କଲା ସିଡିଏ ଫେଜ-ଟୁ ଥାନା ପୋଲିସ। ଗିରଫ ଅଧିକାରୀ ଓଡ଼ିଶା ଷ୍ଟେଟ ଆର୍ମ୍ ଫୋର୍ସର  ଷଷ୍ଠ ବାଟାଲିୟନର କର୍ମଚାରୀ। ସୂଚନାଯୋଗ୍ୟ, ରବିବାର ଦୁଇଟି ବାଇକ ଏବଂ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା ଅଧିକାରୀଙ୍କ କାର୍‌। ଏଥିରେ ତିନି ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିଲେ। ତେବେ ଅଧିକାରୀ ଜଣକ  ଅଭିଯୁକ୍ତ ନିଶାଶକ୍ତ ଅବସ୍ଥାରେ ଚଳାଉଥିଲେ ଗାଡ଼ି। କାର୍‌ ଭିତରେ ମୋଟ ତିନି ଜଣ ଥିଲେ। କାର୍‌ରୁ ଏକାଧିକ ମଦ ବୋତଲ ମଧ୍ୟ ମିଳିଥିଲା।

ନରାଜଠାରେ ସିରିଜ୍‌ ଦୁର୍ଘଟଣା ମାମଲା, ଗିରଫ ହେଲେ ପୋଲିସ ବାବୁ

କଟକ: ରବିବାର କଟକ ନରାଜଠାରେ ଘଟିଥିବା ସିରିଜ୍‌ ଦୁର୍ଘଟଣାରେ କନଷ୍ଟେବଳ ଜୟନ୍ତ କୁମାର ସେଠୀ ଗିରଫ। କନଷ୍ଟେବଳଙ୍କୁ ଗିରଫ କଲା ସିଡିଏ ଫେଜ-ଟୁ ଥାନା ପୋଲିସ। ଗିରଫ ଅଧିକାରୀ ଓଡ଼ିଶା ଷ୍ଟେଟ ଆର୍ମ୍ ଫୋର୍ସର  ଷଷ୍ଠ ବାଟାଲିୟନର କର୍ମଚାରୀ। 

ସୂଚନାଯୋଗ୍ୟ, ରବିବାର ଦୁଇଟି ବାଇକ ଏବଂ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା ଅଧିକାରୀଙ୍କ କାର୍‌। ଏଥିରେ ତିନି ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିଲେ। ତେବେ ଅଧିକାରୀ ଜଣକ  ଅଭିଯୁକ୍ତ ନିଶାଶକ୍ତ ଅବସ୍ଥାରେ ଚଳାଉଥିଲେ ଗାଡ଼ି। କାର୍‌ ଭିତରେ ମୋଟ ତିନି ଜଣ ଥିଲେ। କାର୍‌ରୁ ଏକାଧିକ ମଦ ବୋତଲ ମଧ୍ୟ ମିଳିଥିଲା।