‘ନରେନ୍ଦ୍ର ମୋଦିଙ୍କୁ ‘୨୮ ପଇସା ପ୍ରଧାନମନ୍ତ୍ରୀ’ କହିବା ଉଚିତ: ଉଦୟାନିଧି ଷ୍ଟାଲିନ

ନୂଆଦିଲ୍ଲୀ,୨୪।୩: ତାମିଲନାଡୁ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟାନିଧି ଷ୍ଟାଲିନ ଶନିବାର ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ଭାଜପା ନେତୃତ୍ୱାଧୀନ କେନ୍ଦ୍ରରେ ପାଣ୍ଠି ଆବଣ୍ଟନ ଉପରେ ବର୍ଷିଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ ଟିକସ ହିସାବରେ ପ୍ରଦାନ କରାଯାଇଥିବା ପ୍ରତ୍ୟେକ ଟଙ୍କା ପାଇଁ ଏହା ରାଜ୍ୟକୁ ମାତ୍ର ୨୮ ପଇସା ଦେଇଛି। ରାମନାଥପୁରମ୍ ଏବଂ ଥେନିରେ ପୃଥକ ସମାବେଶକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟାନିଧି ଷ୍ଟାଲିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ […] The post ‘ନରେନ୍ଦ୍ର ମୋଦିଙ୍କୁ ‘୨୮ ପଇସା ପ୍ରଧାନମନ୍ତ୍ରୀ’ କହିବା ଉଚିତ: ଉଦୟାନିଧି ଷ୍ଟାଲିନ appeared first on Dharitri Odia News.

‘ନରେନ୍ଦ୍ର ମୋଦିଙ୍କୁ ‘୨୮ ପଇସା ପ୍ରଧାନମନ୍ତ୍ରୀ’ କହିବା ଉଚିତ: ଉଦୟାନିଧି ଷ୍ଟାଲିନ

ନୂଆଦିଲ୍ଲୀ,୨୪।୩: ତାମିଲନାଡୁ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟାନିଧି ଷ୍ଟାଲିନ ଶନିବାର ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ଭାଜପା ନେତୃତ୍ୱାଧୀନ କେନ୍ଦ୍ରରେ ପାଣ୍ଠି ଆବଣ୍ଟନ ଉପରେ ବର୍ଷିଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ ଟିକସ ହିସାବରେ ପ୍ରଦାନ କରାଯାଇଥିବା ପ୍ରତ୍ୟେକ ଟଙ୍କା ପାଇଁ ଏହା ରାଜ୍ୟକୁ ମାତ୍ର ୨୮ ପଇସା ଦେଇଛି।

ରାମନାଥପୁରମ୍ ଏବଂ ଥେନିରେ ପୃଥକ ସମାବେଶକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟାନିଧି ଷ୍ଟାଲିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ବର୍ତ୍ତମାନଠାରୁ ଆମେ ପ୍ରଧାନମନ୍ତ୍ରୀଙ୍କୁ ‘୨୮ ପଇସା ପ୍ରଧାନମନ୍ତ୍ରୀ ‘ବୋଲି କହିବା ଉଚିତ। ଏଠି ସହିତ ସେ କହିଛନ୍ତି ତାମିଲନାଡୁର ପିଲାମାନଙ୍କର ଭବିଷ୍ୟତକୁ ନଷ୍ଟ କରିବା ପାଇଁ ଏହା ଜାତୀୟ ଶିକ୍ଷା ନୀତି (ଏନଇପି) ଆଣିଛି ବୋଲି ଦାବି କରିଛନ୍ତି।

ସେ କହିଛନ୍ତି ତାମିଲନାଡୁକୁ ପାଣ୍ଠି ବିନିଯୋଗ, ବିକାଶମୂଳକ ପ୍ରକଳ୍ପ ଏବଂ ରାଜ୍ୟରେ ଘଋଋଞ ଉପରେ ପ୍ରତିବନ୍ଧକ ଲଗାଇବା ପରିପ୍ରେକ୍ଷୀରେ କେନ୍ଦ୍ର ଭେଦଭାବ କରିଛି। ଏକ ପ୍ରତୀକାତ୍ମକ ପ୍ରତିବାଦରେ ସେ ‘ଏଆଇଏମ୍ଏସ୍ ମଦୁରାଇ’ ଇଟା ବାହାର କରି ଏହି ପ୍ରକଳ୍ପ କିପରି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ତେବେ ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁ ରାଜନୀତି ସରଗରମ ହୋଇଛି। ୩୯ ଟି ଲୋକସଭା ଆସନ ବିଶିଷ୍ଟ ତାମିଲନାଡୁ ଏପ୍ରିଲ୍ ୧୯ ରେ ଗୋଟିଏ ପର୍ୟ୍ୟାୟରେ ଭୋଟ୍ ଦେବ। ଜୁନ୍ ୪ ରେ ଭୋଟ୍ ଗଣାଯିବ।

The post ‘ନରେନ୍ଦ୍ର ମୋଦିଙ୍କୁ ‘୨୮ ପଇସା ପ୍ରଧାନମନ୍ତ୍ରୀ’ କହିବା ଉଚିତ: ଉଦୟାନିଧି ଷ୍ଟାଲିନ appeared first on Dharitri Odia News.