ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ: ହସ୍ପିଟାଲ ଆସି ରୋଗୀ ହଟହଟା
ବରଗଡ଼, ୨୬।୯( ପ୍ରେମାନନ୍ଦ ଖମାରୀ): ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି। ବରଗଡ଼ ଜିଲାରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଫଳରେ ଜିଲାରେ ସ୍ବାସ୍ଥ୍ୟସେବା ବ୍ୟାହତ ହୋଇପଡିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟ ଏଥିରୁ ବାଦ୍ ପଡିନାହିଁ। କେବଳ ପ୍ରସୂତି ବିଭାଗକୁ ଛାଡି ଅନ୍ୟ ସମସ୍ତ ବିଭାଗର ନର୍ସିଂ କର୍ମଚାରୀ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ବାସ୍ଥ୍ୟସେବା ପାଇଁ ଆସୁଥିବା […] The post ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ: ହସ୍ପିଟାଲ ଆସି ରୋଗୀ ହଟହଟା appeared first on Dharitri Odia News.
ବରଗଡ଼, ୨୬।୯( ପ୍ରେମାନନ୍ଦ ଖମାରୀ): ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି। ବରଗଡ଼ ଜିଲାରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଫଳରେ ଜିଲାରେ ସ୍ବାସ୍ଥ୍ୟସେବା ବ୍ୟାହତ ହୋଇପଡିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟ ଏଥିରୁ ବାଦ୍ ପଡିନାହିଁ। କେବଳ ପ୍ରସୂତି ବିଭାଗକୁ ଛାଡି ଅନ୍ୟ ସମସ୍ତ ବିଭାଗର ନର୍ସିଂ କର୍ମଚାରୀ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ବାସ୍ଥ୍ୟସେବା ପାଇଁ ଆସୁଥିବା ରୋଗୀମାନଙ୍କୁ ନାହିଁ ନ ଥିବା ହଟହଟାର ସମ୍ମୁଖୀନ ହେବାକୁ ପଡୁଛି। ଦାବି ସମୂହ ପୂରଣ ନ ହେଲେ ଆଗକୁ ସିରିଞ୍ଜ୍ ଛାଡ ଆନ୍ଦୋଳନ କରିବାକୁ ନର୍ସିଂ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ଶହେ ଜଣ ନର୍ସିଂ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସେମାନେ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗରେ ଅବସ୍ଥାପିତ ରହି ରୋଗୀମାନଙ୍କୁ ସେବା ଯୋଗାଇ ଦେଇଥାନ୍ତି। କିନ୍ତୁ ଗତ ୨ଦିନ ହେଲା ନର୍ସିଂ କର୍ମଚାରୀମାନେ ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଅଟଳ ରହିଛନ୍ତି। ଫଳରେ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ଜଟିଳ ହେବାରେ ଲାଗିଛି। ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହା ପରିଲକ୍ଷିତ ହୋଇଥିଲା।
ବିଭିନ୍ନ ବିଭାଗରେ ଡାକ୍ତର ଏବଂ ନର୍ସିଂ କର୍ମଚାରୀଙ୍କ ଚୌକି ଖାଲି ପଡିଥିବା ଦେଖିବାକୁ ମିଳିଥିଲା। ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କୁ ପ୍ରାଥମିକ ଚିକିତ୍ସା ମଧ୍ୟ ମିଳୁ ନ ଥିଲା। ସେମାନଙ୍କୁ ଭିମ୍ସାର୍, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳିଥିଲା। ବିଷକ୍ରିୟା ଯୋଗୁ ଅସୁସ୍ଥ ହୋଇ ପଡିଥିବା ଜଣେ ରୋଗୀଙ୍କୁ ଧରି ପରିବାର ଲୋକେ ଜିଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ଥିବାବେଳେ ତାଙ୍କୁ ତୁରନ୍ତ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେହିପରି ଦୁର୍ଘଟଣାରେ ଆହତଙ୍କୁ ଧରି ଲୋକେ ଚିକିତ୍ସା ପାଇଁ ଆସିଥିବାବେଳେ ପ୍ରାଥମିକ ଚିକିତ୍ସା ସୁଦ୍ଧା କରା ନ ଯାଇ ବୁର୍ଲା ନେବାକୁ ଉପସ୍ଥିତ ଡାକ୍ତର କହିଥିବା ଅଭିଯୋଗ ହୋଇଛି।
କେବଳ ଉକ୍ତ ୨ରୋଗୀ ନୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯେଉଁ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ସମସ୍ତଙ୍କ କ୍ଷେତ୍ରରେ ଅନୁରୂପ ସମସ୍ୟା ଉପୁଜୁଥିବା ଯୋଗୁ ଡାକ୍ତରଖାନାରେ ଚାପା ଉତ୍ତେଜନା ଲାଗି ରହିଛି। ସେହିପରି ଜିଲାର ଅନ୍ୟ ଗୋଷ୍ଠୀ ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନେ ଧାରଣାରେ ସାମିଲ ଥିବାରୁ ସେହି ଡାକ୍ତରଖାନା ଗୁଡିକରେ ମଧ୍ୟ ରୋଗୀ ସେବା ବ୍ୟାହତ ହୋଇପଡିଛି। ଫଳରେ ଜନଅସନ୍ତୋଷ ବଢିବାରେ ଲାଗିଛି।
The post ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ: ହସ୍ପିଟାଲ ଆସି ରୋଗୀ ହଟହଟା appeared first on Dharitri Odia News.