ନର୍ସିଂ ଟ୍ରେନିଂ ନାଁରେ ଯୁବତୀଙ୍କୁ ଗୃହବନ୍ଦୀ ଅଭିଯୋଗ, ଉଦ୍ଧାର କଲା ପୋଲିସ

ଭୁବନେଶ୍ବର: ନର୍ସିଂ ଟ୍ରେନିଂ ନାଁରେ ଯୁବତୀଙ୍କୁ ଗୃହବନ୍ଦୀ ଅଭିଯୋଗ। ନୟାପଲ୍ଲୀ ଅଞ୍ଚଳରେ ଯୁବତୀଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ। ଗୃହବନ୍ଦୀ ଥିବା ଯୁବତୀ ଜଣକ ହେଉଛନ୍ତି ମୟୁରଭଞ୍ଜ କରଞ୍ଜିଆ ଅଞ୍ଚଳର।ସୂଚନା ଅନୁଯାୟୀ, କିଛିଦିନ ତଳେ ଯୁବତୀ ଜଣକ ନିଯୁକ୍ତି ମେଳାରେ ନର୍ସିଂ ଟ୍ରେନିଂ ପାଇଁ ଅଫର୍ ପାଇଥିଲେ। ଆଉ ତାଙ୍କୁ ଭୁବନେଶ୍ବର ଆସି ଟ୍ରେନିଂ ନେବାକୁ କୁହାଯାଇଥିଲା। ହେଲେ ଭୁବନେଶ୍ବର ଆସିବା ପରେ ନୟାପଲ୍ଲୀ ଅଞ୍ଚଳର ଏକ ଘର ଭିତରେ ଗୃହବନ୍ଦୀ କରି ରଖାଯାଇଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ଦାଦା। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ଉକ୍ତ ଘରୁ ଯୁବତୀଙ୍କୁ ଉଦ୍ଧାର କରିଛି। 

ନର୍ସିଂ ଟ୍ରେନିଂ ନାଁରେ ଯୁବତୀଙ୍କୁ ଗୃହବନ୍ଦୀ ଅଭିଯୋଗ, ଉଦ୍ଧାର କଲା ପୋଲିସ

ଭୁବନେଶ୍ବର: ନର୍ସିଂ ଟ୍ରେନିଂ ନାଁରେ ଯୁବତୀଙ୍କୁ ଗୃହବନ୍ଦୀ ଅଭିଯୋଗ। ନୟାପଲ୍ଲୀ ଅଞ୍ଚଳରେ ଯୁବତୀଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ। ଗୃହବନ୍ଦୀ ଥିବା ଯୁବତୀ ଜଣକ ହେଉଛନ୍ତି ମୟୁରଭଞ୍ଜ କରଞ୍ଜିଆ ଅଞ୍ଚଳର।

ସୂଚନା ଅନୁଯାୟୀ, କିଛିଦିନ ତଳେ ଯୁବତୀ ଜଣକ ନିଯୁକ୍ତି ମେଳାରେ ନର୍ସିଂ ଟ୍ରେନିଂ ପାଇଁ ଅଫର୍ ପାଇଥିଲେ। ଆଉ ତାଙ୍କୁ ଭୁବନେଶ୍ବର ଆସି ଟ୍ରେନିଂ ନେବାକୁ କୁହାଯାଇଥିଲା। ହେଲେ ଭୁବନେଶ୍ବର ଆସିବା ପରେ ନୟାପଲ୍ଲୀ ଅଞ୍ଚଳର ଏକ ଘର ଭିତରେ ଗୃହବନ୍ଦୀ କରି ରଖାଯାଇଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ଦାଦା। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ଉକ୍ତ ଘରୁ ଯୁବତୀଙ୍କୁ ଉଦ୍ଧାର କରିଛି।