ନଳୀକୁମ୍ଫା ଜଙ୍ଗଲରେ ଏନ୍କାଉଣ୍ଟର: ଛତ୍ରଭଙ୍ଗ ଦେଲେ ୨୫ରୁ ୩୦ମାଓବାଦୀ
ବୌଦ୍ଧ: ପୁଣି ବୌଦ୍ଧରେ ପୁଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି। ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ମାଓ କ୍ୟାମ୍ପ ଧ୍ବଂସ ହୋଇଥିବାବେଳେ ୨୫ରୁ ୩୦ ଜଣ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ସୂଚନା ମୂତାବକ ନଳୀକୁମ୍ପା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ପୁଲିସକୁ କୌଣସି ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ପୁଲିସ ସର୍ଚ୍ଚ ଅପରେସନ୍ କରିଥିଲା। ଏହି ସମୟରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। […]

ବୌଦ୍ଧ: ପୁଣି ବୌଦ୍ଧରେ ପୁଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି। ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ମାଓ କ୍ୟାମ୍ପ ଧ୍ବଂସ ହୋଇଥିବାବେଳେ ୨୫ରୁ ୩୦ ଜଣ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ସୂଚନା ମୂତାବକ ନଳୀକୁମ୍ପା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ପୁଲିସକୁ କୌଣସି ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ପୁଲିସ ସର୍ଚ୍ଚ ଅପରେସନ୍ କରିଥିଲା। ଏହି ସମୟରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଶେଷରେ ସୁଯୋଗ ଦେଖି ୨୫ରୁ ୩୦ ମାଓବାଦୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସେପଟେ ଜଙ୍ଗଲରୁ ଠାବ ହୋଇଥିବା ଏକ ମାଓ କ୍ୟାମ୍ପକୁ ଧ୍ବଂସ କରାଯାଇଥିବାବେଳେ ଲ୍ୟାଣ୍ଡମାଇନ୍ , ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।