ନସାଓ କାଉଣ୍ଟି ଡ୍ରପ୍-ଇନ୍ ପିଚ୍ ସ୍ଲୋ ଏବଂ ଧିମା ଥିଲା; ଆଇସିସିକୁ ପିଚ୍ ରିପୋର୍ଟ ଦେଲେ ରେଫ୍ରି
ନୂଆଦିଲ୍ଲୀ: ଇଣ୍ଟର ନ୍ୟାସନାଲ୍ କ୍ରିକେଟ୍ କାଉନସିଲକୁ ଟି-୨୦ ବିଶ୍ବକପର ପିଚ୍ ରିପୋର୍ଟ ପ୍ରଦାନ କରିଛନ୍ତି ମ୍ୟାଚ୍-ରେଫ୍ରି । ଆମେରିକାର ନ୍ୟୁୟର୍କରେ ଖେଳାଯାଇଥିବା ମ୍ୟାଚର ପିଚ୍ ରିପୋର୍ଟ ଆଇସିସି ପ୍ରକାଶ କରିଛି । ଏଥିରେ ମୋଟ୍ ଖେଳାଯାଇଥିବା ୮ଟି ମ୍ୟାଚରୁ ଭରତ-ପାକିସ୍ତାନ ଷଷ୍ଠ ମ୍ୟାଚର ରିପୋର୍ଟ ସନ୍ତୋଷଜନକ ରହିଛି । ଅସ୍ଥାୟୀ ନସାଓ କାଉଣ୍ଟି କ୍ରିକେଟ୍ ଷ୍ଟାଡିୟମରେ ଭାରତ-ଆର୍ୟଲାଣ୍ଡ ପ୍ରଥମ ମ୍ୟାଚ୍ ଏବଂ ଶ୍ରୀଲଙ୍କା-ଦକ୍ଷିଣ ଆଫ୍ରିକା ମ୍ୟାଚର ପିଚ୍ ରିପୋର୍ଟ ଚିନ୍ତାଜନକ ରହିଛି । ଏହି ଦୁଇଟି ମ୍ୟାଚରେ ବ୍ୟବହାର ହୋଇଥିବା ପିଚ୍ର ରିପୋର୍ଟିଂ କରିଥିଲେ ମ୍ୟାଚ୍-ରେଫ୍ରି । ରିପୋର୍ଟରେ ସନ୍ତୁଷ୍ଟ କଲା ଭଳି କୌଣସି ତଥ୍ୟ ଉଲ୍ଲେଖ ରହିନାହିଁ । ଆମେରିକାରେ କ୍ରିକେଟର ଲୋକପ୍ରିୟତା ବୃଦ୍ଧି କରିବାକୁ ଆଇସିସି ନ୍ୟୁୟର୍କରେ ଟି-୨୦ ବିଶ୍ବକପର କିଛି ମ୍ୟାଚ୍ ଆୟୋଜନ କରିଥିଲା । କିନ୍ତୁ ଖରାପ ପିଚ୍ ଏବଂ ଧିମା ଆଉଟ୍ ଫିଲ୍ଡ ପାଇଁ ଆଲୋଚନାର ଶିକାର ହେବାକୁ ପଡ଼ିଛି । ବିଶ୍ବକପ ଶେଷ ହେବାର ପ୍ରାୟ ଦେଢ଼ ମାସ ପରେ ଆଇସିସି ନିଜ ଓ୍ବେବ୍ ସାଇଟରେ ନସାଓ କାଉଣ୍ଟି ପିଚ୍ ରିପୋର୍ଟକୁ ପ୍ରକାଶ କରିଛି । ନ୍ୟୁୟର୍କରେ ହୋଇଥିବା ସମସ୍ତ ମ୍ୟାଚରେ ଲୋ’-ସ୍କୋର ହୋଇଥିଲା । ଏଠାରେ ଖେଳାଯାଇଥିବା ୮ଟି ମ୍ୟାଚ ପ୍ରଥମ ଇନିଂସରେ ଅଭରେଜ୍ ସ୍କୋର ଥିଲା ୧୦୭.୬ । ଏହି ମ୍ୟାଚ ଗୁଡ଼ିକର ମ୍ୟାଚରେ ରେଫ୍ରି ଥିଲେ ରଞ୍ଜନ ମଧୁଗଲେ, ଡେଭିଡ୍ ବ
ନୂଆଦିଲ୍ଲୀ: ଇଣ୍ଟର ନ୍ୟାସନାଲ୍ କ୍ରିକେଟ୍ କାଉନସିଲକୁ ଟି-୨୦ ବିଶ୍ବକପର ପିଚ୍ ରିପୋର୍ଟ ପ୍ରଦାନ କରିଛନ୍ତି ମ୍ୟାଚ୍-ରେଫ୍ରି । ଆମେରିକାର ନ୍ୟୁୟର୍କରେ ଖେଳାଯାଇଥିବା ମ୍ୟାଚର ପିଚ୍ ରିପୋର୍ଟ ଆଇସିସି ପ୍ରକାଶ କରିଛି । ଏଥିରେ ମୋଟ୍ ଖେଳାଯାଇଥିବା ୮ଟି ମ୍ୟାଚରୁ ଭରତ-ପାକିସ୍ତାନ ଷଷ୍ଠ ମ୍ୟାଚର ରିପୋର୍ଟ ସନ୍ତୋଷଜନକ ରହିଛି । ଅସ୍ଥାୟୀ ନସାଓ କାଉଣ୍ଟି କ୍ରିକେଟ୍ ଷ୍ଟାଡିୟମରେ ଭାରତ-ଆର୍ୟଲାଣ୍ଡ ପ୍ରଥମ ମ୍ୟାଚ୍ ଏବଂ ଶ୍ରୀଲଙ୍କା-ଦକ୍ଷିଣ ଆଫ୍ରିକା ମ୍ୟାଚର ପିଚ୍ ରିପୋର୍ଟ ଚିନ୍ତାଜନକ ରହିଛି । ଏହି ଦୁଇଟି ମ୍ୟାଚରେ ବ୍ୟବହାର ହୋଇଥିବା ପିଚ୍ର ରିପୋର୍ଟିଂ କରିଥିଲେ ମ୍ୟାଚ୍-ରେଫ୍ରି । ରିପୋର୍ଟରେ ସନ୍ତୁଷ୍ଟ କଲା ଭଳି କୌଣସି ତଥ୍ୟ ଉଲ୍ଲେଖ ରହିନାହିଁ ।
ଆମେରିକାରେ କ୍ରିକେଟର ଲୋକପ୍ରିୟତା ବୃଦ୍ଧି କରିବାକୁ ଆଇସିସି ନ୍ୟୁୟର୍କରେ ଟି-୨୦ ବିଶ୍ବକପର କିଛି ମ୍ୟାଚ୍ ଆୟୋଜନ କରିଥିଲା । କିନ୍ତୁ ଖରାପ ପିଚ୍ ଏବଂ ଧିମା ଆଉଟ୍ ଫିଲ୍ଡ ପାଇଁ ଆଲୋଚନାର ଶିକାର ହେବାକୁ ପଡ଼ିଛି । ବିଶ୍ବକପ ଶେଷ ହେବାର ପ୍ରାୟ ଦେଢ଼ ମାସ ପରେ ଆଇସିସି ନିଜ ଓ୍ବେବ୍ ସାଇଟରେ ନସାଓ କାଉଣ୍ଟି ପିଚ୍ ରିପୋର୍ଟକୁ ପ୍ରକାଶ କରିଛି । ନ୍ୟୁୟର୍କରେ ହୋଇଥିବା ସମସ୍ତ ମ୍ୟାଚରେ ଲୋ’-ସ୍କୋର ହୋଇଥିଲା । ଏଠାରେ ଖେଳାଯାଇଥିବା ୮ଟି ମ୍ୟାଚ ପ୍ରଥମ ଇନିଂସରେ ଅଭରେଜ୍ ସ୍କୋର ଥିଲା ୧୦୭.୬ । ଏହି ମ୍ୟାଚ ଗୁଡ଼ିକର ମ୍ୟାଚରେ ରେଫ୍ରି ଥିଲେ ରଞ୍ଜନ ମଧୁଗଲେ, ଡେଭିଡ୍ ବୁନ୍, ଜେଫ୍ କ୍ରୋ ଏବଂ ରିଚି ରିଚାର୍ଡସନ ଥିଲେ। ସମସ୍ତେ ଆଇସିସିକୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।
ଟି-୨୦ ବିଶ୍ବକପ ଚାଲିଥିବା ବେଳେ ନସାଓ କାଉଣ୍ଟି ଷ୍ଟାଡିୟମକୁ ସମାଲୋଚନା କରିଥିଲେ କ୍ରିକେଟ୍ ବିଶେଷଜ୍ଞ । ପ୍ରଶଂସକ ମଧ୍ୟ ଧିମା ପିଚକୁ ନେଇ ଖୁବ୍ ଆଲୋଚନା କରିଥିଲେ । ଅନ୍ୟପଟେ ନସାଓ କାଉଣ୍ଟି ଡ୍ରପ-ଇନ୍ ପିଚ୍ ବ୍ୟବହାର ହୋଇଥିଲା । ଏହାର ଅର୍ଥ ଅନ୍ୟ କେଉଁ ସ୍ଥାନରୁ ପିଚ୍ ତିଆରି ହୋଇ ନସାଓ କାଉଣ୍ଟି ଷ୍ଟାଡିୟମରେ ସେଟ୍ କରାଯାଇଥିଲା । ଟିମ୍ ଇଣ୍ଡିଆ ଗ୍ରୁପ୍ ଷ୍ଟେଜରେ ତିନୋଟି ମ୍ୟାଚ୍ ଖେଳିଥିଲା । ହେଲେ କାନାଡା ବିରୋଧରେ ମ୍ୟାଚ୍ ବର୍ଷା ପାଇଁ ଧୋଇ ଯାଇଥିଲା । ଜୁଲାଇ ୨୯ ତାରିଖ ଫାଇନାଲରେ ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଥିଲେ । ଏଥିରେ ଟିମ୍ ଇଣ୍ଡିଆ ସାଉଥ୍ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟି-୨୦ ଚାମ୍ପିଅନ ହୋଇଥିଲା । ...