ନା ସିନ୍ଦେ ନା ଉଦ୍ଧବ ନା ଫଡନବୀଶ, ଏହି ମହିଳା ନେତା ହୋଇ ପାରନ୍ତି ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ!
ମୁମ୍ବାଇ ୧୬।୧୧: ମହାରାଷ୍ଟ୍ରରେ ୪ ଦିନ ପରେ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟଗ୍ରହଣ ହେବ। ଏହି ସମୟରେ ରାଜ୍ୟର ସମସ୍ତ ୨୮୮ ବିଧାନସଭା ଆସନରେ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ନଭେମ୍ବର ୨୩ ତାରିଖରେ ଭୋଟ ଗଣନା ହେବ। ଏଥି ମଧ୍ୟରେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ରାଜନୈତିକ ଅଳିନ୍ଦରେ ଚର୍ଚ୍ଚା ଜୋର ଧରିଛି। ବିଧାନସଭା ନିର୍ବାଚନ ମଧ୍ୟରେ ଜଣେ ମହିଳା ନେତ୍ରୀଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ଚର୍ଚ୍ଚା ହେଉଛି। ଏହି ନେତାଙ୍କ ନାମ ସୁପ୍ରିୟା ସୁଲେ। ବାରାମତୀ ସାଂସଦ ତଥା ଏନସିପି(ଶରଦ ଗୋଷ୍ଠୀ) ନେତ୍ରୀ ସୁପ୍ରିୟା ସୁଲେ ଗତ ଦୁଇ ଦଶନ୍ଧୀରୁ ଅଧିକ କାଳ ହେଲା ରାଜନୀତିରେ ସକ୍ରିୟ ଅଛନ୍ତି। ସେ ଥରେ ରାଜ୍ୟସଭା ଓ ୫ ଥର ଲୋକସଭା ସାଂସଦ ହୋଇସାରିଛନ୍ତି। କୁହାଯାଉଛି ଝିଅ ସୁପ୍ରିୟା ସୁଲେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପିତା ଶରଦ ପାୱାର ଖାସ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ରଣନୀତି ଅନୁସାରେ ନିର୍ବାଚନରେ ଶରଦ ପାୱାର ଗୋଷ୍ଠୀ ଗତ ଲୋକସଭା ନିର୍ବାଚନ ଭଳି ବିଧାନସଭା ନିର୍ବାଚନରେ ଷ୍ଟ୍ରାଇକ୍ ରେଟ ସବୁଠୁ ଭଲ ରଖିବାକୁ ଚେଷ୍ଟା କରୁଛନ୍ତି। ଗତ ଲୋକସଭା ନିର୍ବାଚନରେ ଶିବସେନା (ୟୁବିଟି)୨୧ଟିରୁ ୯ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୭ରୁ ୧୩ଟି ହାତେଇଥିଲା। ସେହିପରି ଏନସିପି (ଶରଦ ଗୋଷ୍ଠୀ) ୧୦ଟି ଆସନରେ ନିର୍ବାଚନ ଲଢି ୮ଟିରେ ବିଜୟୀ ହୋଇଥିଲା। ଏଣୁ ପାର୍ଟି ବିଧାନସଭା ନି
ମୁମ୍ବାଇ ୧୬।୧୧: ମହାରାଷ୍ଟ୍ରରେ ୪ ଦିନ ପରେ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟଗ୍ରହଣ ହେବ। ଏହି ସମୟରେ ରାଜ୍ୟର ସମସ୍ତ ୨୮୮ ବିଧାନସଭା ଆସନରେ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ନଭେମ୍ବର ୨୩ ତାରିଖରେ ଭୋଟ ଗଣନା ହେବ। ଏଥି ମଧ୍ୟରେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ରାଜନୈତିକ ଅଳିନ୍ଦରେ ଚର୍ଚ୍ଚା ଜୋର ଧରିଛି। ବିଧାନସଭା ନିର୍ବାଚନ ମଧ୍ୟରେ ଜଣେ ମହିଳା ନେତ୍ରୀଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ଚର୍ଚ୍ଚା ହେଉଛି। ଏହି ନେତାଙ୍କ ନାମ ସୁପ୍ରିୟା ସୁଲେ।
ବାରାମତୀ ସାଂସଦ ତଥା ଏନସିପି(ଶରଦ ଗୋଷ୍ଠୀ) ନେତ୍ରୀ ସୁପ୍ରିୟା ସୁଲେ ଗତ ଦୁଇ ଦଶନ୍ଧୀରୁ ଅଧିକ କାଳ ହେଲା ରାଜନୀତିରେ ସକ୍ରିୟ ଅଛନ୍ତି। ସେ ଥରେ ରାଜ୍ୟସଭା ଓ ୫ ଥର ଲୋକସଭା ସାଂସଦ ହୋଇସାରିଛନ୍ତି। କୁହାଯାଉଛି ଝିଅ ସୁପ୍ରିୟା ସୁଲେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପିତା ଶରଦ ପାୱାର ଖାସ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ରଣନୀତି ଅନୁସାରେ ନିର୍ବାଚନରେ ଶରଦ ପାୱାର ଗୋଷ୍ଠୀ ଗତ ଲୋକସଭା ନିର୍ବାଚନ ଭଳି ବିଧାନସଭା ନିର୍ବାଚନରେ ଷ୍ଟ୍ରାଇକ୍ ରେଟ ସବୁଠୁ ଭଲ ରଖିବାକୁ ଚେଷ୍ଟା କରୁଛନ୍ତି।
ଗତ ଲୋକସଭା ନିର୍ବାଚନରେ ଶିବସେନା (ୟୁବିଟି)୨୧ଟିରୁ ୯ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୭ରୁ ୧୩ଟି ହାତେଇଥିଲା। ସେହିପରି ଏନସିପି (ଶରଦ ଗୋଷ୍ଠୀ) ୧୦ଟି ଆସନରେ ନିର୍ବାଚନ ଲଢି ୮ଟିରେ ବିଜୟୀ ହୋଇଥିଲା। ଏଣୁ ପାର୍ଟି ବିଧାନସଭା ନିର୍ବାଚନରେ ମଧ୍ୟ ନିଜର ଷ୍ଟ୍ରାଇକ୍ ରେଟ୍ ଭଲ ରଖିବାକୁ ଉଦ୍ୟମ କରୁଛି। ବିଧାନସଭା ନିର୍ବାଚନରେ କଂଗ୍ରେସ ୧୦୧, ଶିବସେନା (ୟୁବିଟି) ୯୪ ଓ ଶରଦ ପାୱାରଙ୍କ ଏନସିପି ୮୮ଟି ଆସନରେ ନିର୍ବାଚନ ଲଢୁଛି। ଏଥିରେ ଯଦି ଏନସିପି (ଶରଦ ଗୋଷ୍ଠୀ) ୮୮ ସିଟ୍ ରେ ଲଢି ଭଲ ଷ୍ଟ୍ରାଇକ ରେଟ ଦେଖାଏ ତେବେ ମୁଖ୍ୟମନ୍ତ୍ରୀ ପଦବୀ ନିମନ୍ତେ ପାର୍ଟିର ଦାବିଦାରି ମଜଭୁତ ହେବ।