ନାଁକୁ ଚାଲିଛି କି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ? ଅଭିଯୋଗର ୩ ମାସ ପରେ ବି ହୀରଲଙ୍କୁ ମିଳିପାରୁନି ନ୍ୟାୟ

ଭୁବନେଶ୍ବର : ଗୁଜୁରାଟର ହୀରଲ ମୋଦି। ଅହମ୍ମଦାବାଦରେ ରହୁଥିବା ଏହି ମହିଳା ଜଣେ ଓଡ଼ିଆ ଯୁବକଙ୍କୁ ୫ବର୍ଷ ତଳେ ବାହା... The post ନାଁକୁ ଚାଲିଛି କି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ? ଅଭିଯୋଗର ୩ ମାସ ପରେ ବି ହୀରଲଙ୍କୁ ମିଳିପାରୁନି ନ୍ୟାୟ appeared first on .

ନାଁକୁ ଚାଲିଛି କି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ? ଅଭିଯୋଗର ୩ ମାସ ପରେ ବି ହୀରଲଙ୍କୁ ମିଳିପାରୁନି ନ୍ୟାୟ

ଭୁବନେଶ୍ବର : ଗୁଜୁରାଟର ହୀରଲ ମୋଦି। ଅହମ୍ମଦାବାଦରେ ରହୁଥିବା ଏହି ମହିଳା ଜଣେ ଓଡ଼ିଆ ଯୁବକଙ୍କୁ ୫ବର୍ଷ ତଳେ ବାହା ହେବା ପରେ ଏବେ ସ୍ବାମୀଙ୍କ ବିରୋଧରେ ଆଣିଛନ୍ତି ଠକେଇ ଅଭିଯୋଗ। ଭଦ୍ରକର ମନୋଜ ନାୟକ ତାଙ୍କୁ ସତମିଛ କହି ତାଙ୍କ ପରିବାରରୁ ପ୍ରାୟ ୫କୋଟି ଟଙ୍କା ଠକି ନେଇଛନ୍ତି। ଠକ ସ୍ବାମୀଙ୍କୁ ଖୋଜିବାକୁ ୩ମାସ ହେଲା ଓଡ଼ିଶାରେ ଅଛନ୍ତି ହୀରଲ। ଭଦ୍ରକ ଜିଲ୍ଲାର ବନ୍ତ ଥାନାରେ ଏତଲା ଦେବା ପରେ ଏସପି ଓ ଡ଼ିଜିଙ୍କୁ ମଧ୍ୟ ବାରମ୍ବାର ଭେଟିଲେଣି। ହେଲେ ମନୋଜଙ୍କୁ ପୋଲିସ ଖୋଜୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଥିଲେ। ହେଲେ ସଫଳତା ନ ମିଳିବାରୁ ସେ ପୁଣିଥରେ ଦ୍ବାରସ୍ଥ ହୋଇଛନ୍ତି।  ଗୁଜରାଟ ଓ ଓଡ଼ିଶାରେ ଥିବା ବିଜେପି ସରକାର କିଛି କାମ କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ବରଗଡ଼ ଜିଲ୍ଲାର ସାନନ୍ଦ ଛତର ନିଜ ଅଭିଯୋଗ ନେଇ ଆସିଥିଲେ ବି ତାଙ୍କ ସମସ୍ଯାର ସମାଧାନ ହୋଇପାରିନି। ୩ଥର ବରଗଡ଼ରୁ ଭୁବନେଶ୍ବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ ମଧ୍ୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରାଇ ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।

ସାଢେ ୬ ମାସର ସରକାରରେ ୭ଥର ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ୮ହଜାରରୁ ଅଧିକ ଅଭିଯୋଗ ଆସିଛି। ଗରିବ, ମହିଳା, ଦିବ୍ୟାଙ୍କ ମାନଙ୍କ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ , ଅନ୍ୟମନ୍ତ୍ରୀ ଓ ଅଧିକାରୀମାନେ ଶୁଣିଛନ୍ତି। ଏଥିରୁ ୭୮ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଟିଳ ରୋଗରେ ପୀଡ଼ିତ ଥିବା ବୌଦ୍ଧର ପ୍ରତ୍ୟୁଶା ଗିରିଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ସହ ତୁରନ୍ତ ଏସସିବିକୁ ଚିକିତ୍ସା ପାଇଁ ପଠାଇଛନ୍ତି। ପ୍ରକୋଷ୍ଠକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ହ୍ବିଲ ଚେୟାରରେ ଥିବା ଦିବ୍ୟାଙ୍ଗମାନଙ୍କ ପାଖକୁ ଅଭିଯୋଗ ଶୁଣୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ ପ୍ରତି ଥର ହଜାରେରୁ ଅଧିକ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀ ଓ ଅଧିକାରୀ। ବାସ୍ତବରେ ଏହା କେତେ ପ୍ରତିଫଳିତ ହେଉଛି, ତାହା ସ୍ପଷ୍ଟ ହୋଇନାହିଁ।

The post ନାଁକୁ ଚାଲିଛି କି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ? ଅଭିଯୋଗର ୩ ମାସ ପରେ ବି ହୀରଲଙ୍କୁ ମିଳିପାରୁନି ନ୍ୟାୟ appeared first on .