ନାଇଜେରିଆରେ ଅପହୃତ ୩୦୦ ଛାତ୍ରଛାତ୍ରୀ ମୁକ୍ତ, ଆତଙ୍କବାଦୀ ମାଗିଥିଲେ ୧୦୦ କୋଟି ଟଙ୍କା
କଦୁନା ୨୪।୩: ଉତ୍ତର-ପଶ୍ଚିମ ନାଇଜେରିଆର କଦୁନା ରାଜ୍ୟର ଏକ ସ୍କୁଲରୁ ୨ ସପ୍ତାହ ପୂର୍ବରୁ ଅପହୃତ ହୋଇଥିବା ୩୦୦ ପିଲାଙ୍କୁ ମୁକ୍ତ କରିଦିଆଯାଇଛି। ରାଜ୍ୟର ଗଭର୍ଣ୍ଣର ରବିବାର ଏହି ସୂଚନା ଦେଇଛନ୍ତି। କଦୁନା ଗଭର୍ଣ୍ଣର କହିଛନ୍ତି ଯେ କୁରିଗା ସହରରୁ ମାର୍ଚ୍ଚ ୭ ତାରିଖ ଦିନ ୨୮୭ ଛାତ୍ରଛାତ୍ରୀଙ୍କୁ ଅପହରଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ମୁକ୍ତି ନିମନ୍ତେ ଗଭର୍ଣ୍ଣର ରାଷ୍ଟ୍ରପତି ବୋଲା ଟିନୁବୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ସୂଚନା ଆସିବାମାତ୍ରେ ରାଷ୍ଟ୍ରପତି ଟିନୁବୁ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସୀଙ୍କୁ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ମୁକ୍ତି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ରାଷ୍ଟ୍ରପତି ଜନତାଙ୍କୁ ମଧ୍ୟ ଆଶ୍ୱାସନା ଦେଇଥିଲେ। ସ୍କୁଲରୁ ପିଲାଙ୍କ ଅପହରଣ ନାଇଜେରିଆରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଦେଶରେ ୨୦୨୧ ପରେ ଏହା ସବୁଠୁ ବଡ଼ ଛାତ୍ର ଅପହରଣ ଘଟଣା ଥିଲା। ଛାତ୍ରଛାତ୍ରୀଙ୍କ ମୁକ୍ତି ପରେ କଦୁନା ଗଭର୍ଣ୍ଣର ଉବା ସାନୀ ରବିବାର ଏକ ବୟାନରେ ସ୍କୁଲ ପିଲାଙ୍କୁ ମୁକ୍ତ କରିଦିଆଯାଇଥିବା କହିଛନ୍ତି। ପିଲାଙ୍କ ମୁକ୍ତି ନିମନ୍ତେ ଅପହରଣକାରୀ ୬୯୦,୦୦୦ ଡଲାର ଦାବି କରିଥିଲେ। ନାଇଜେରିଆରେ ଅପହରଣ ପରେ ଅର୍ଥ ଦାବି କରିବା ଏକ ପୁରୁଣା ଘଟଣା। ତେବେ ଏଥି ପାଇଁ ଅପହରଣକାରୀ ଯେଉଁ ସମୟ ସୀମା ଦେଇଥିଲେ ତା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମୁକ୍ତ କରିଦେଇଛ
କଦୁନା ୨୪।୩: ଉତ୍ତର-ପଶ୍ଚିମ ନାଇଜେରିଆର କଦୁନା ରାଜ୍ୟର ଏକ ସ୍କୁଲରୁ ୨ ସପ୍ତାହ ପୂର୍ବରୁ ଅପହୃତ ହୋଇଥିବା ୩୦୦ ପିଲାଙ୍କୁ ମୁକ୍ତ କରିଦିଆଯାଇଛି। ରାଜ୍ୟର ଗଭର୍ଣ୍ଣର ରବିବାର ଏହି ସୂଚନା ଦେଇଛନ୍ତି। କଦୁନା ଗଭର୍ଣ୍ଣର କହିଛନ୍ତି ଯେ କୁରିଗା ସହରରୁ ମାର୍ଚ୍ଚ ୭ ତାରିଖ ଦିନ ୨୮୭ ଛାତ୍ରଛାତ୍ରୀଙ୍କୁ ଅପହରଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ମୁକ୍ତି ନିମନ୍ତେ ଗଭର୍ଣ୍ଣର ରାଷ୍ଟ୍ରପତି ବୋଲା ଟିନୁବୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ସୂଚନା ଆସିବାମାତ୍ରେ ରାଷ୍ଟ୍ରପତି ଟିନୁବୁ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସୀଙ୍କୁ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ମୁକ୍ତି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ରାଷ୍ଟ୍ରପତି ଜନତାଙ୍କୁ ମଧ୍ୟ ଆଶ୍ୱାସନା ଦେଇଥିଲେ। ସ୍କୁଲରୁ ପିଲାଙ୍କ ଅପହରଣ ନାଇଜେରିଆରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଦେଶରେ ୨୦୨୧ ପରେ ଏହା ସବୁଠୁ ବଡ଼ ଛାତ୍ର ଅପହରଣ ଘଟଣା ଥିଲା। ଛାତ୍ରଛାତ୍ରୀଙ୍କ ମୁକ୍ତି ପରେ କଦୁନା ଗଭର୍ଣ୍ଣର ଉବା ସାନୀ ରବିବାର ଏକ ବୟାନରେ ସ୍କୁଲ ପିଲାଙ୍କୁ ମୁକ୍ତ କରିଦିଆଯାଇଥିବା କହିଛନ୍ତି।
ପିଲାଙ୍କ ମୁକ୍ତି ନିମନ୍ତେ ଅପହରଣକାରୀ ୬୯୦,୦୦୦ ଡଲାର ଦାବି କରିଥିଲେ। ନାଇଜେରିଆରେ ଅପହରଣ ପରେ ଅର୍ଥ ଦାବି କରିବା ଏକ ପୁରୁଣା ଘଟଣା। ତେବେ ଏଥି ପାଇଁ ଅପହରଣକାରୀ ଯେଉଁ ସମୟ ସୀମା ଦେଇଥିଲେ ତା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମୁକ୍ତ କରିଦେଇଛନ୍ତି। ନାଇଜେରିଆରେ ଅପହରଣ ପୀଡ଼ିତଙ୍କୁ ପ୍ରାୟତଃ ଅଧିକାରୀଙ୍କ ସହ କଥାବାର୍ତ୍ତା ପରେ ଛାଡି ଦିଆଯାଇଥାଏ। ଏଥି ପାଇଁ ସେମାନେ ପ୍ରାୟତଃ ଅର୍ଥ ଦାବି କରିଥାନ୍ତି। ହେଲେ ୨୦୨୨ ମସିହାରେ ଆଇନ ଆଣି ଏପରି ଅପହରଣକାରୀଙ୍କୁ ଅର୍ଥ ଦେବା ବନ୍ଦ କରିଦିଆଯାଇଛି।