ନାଇଜେରିଆରେ ଉଗ୍ରବାଦୀ ଆକ୍ରମଣରେ ୨୧ ଯବାନ ମୃତ

ନୂଆଦିଲ୍ଲୀ: ନାଇଜେରିଆର ଉତ୍ତର ପଶ୍ଚିମ ରାଜ୍ୟ କଟସିନାରେ ଉଗ୍ରବାଦୀଙ୍କ ଆକ୍ରମଣରେ ୨୧ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । କଟସିନା ପୋଲିସ ମୁଖପାତ୍ର ଅବୁବକର ସିଦ୍ଦୀକ ଅଲିୟୁ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ସରକାର ସମର୍ଥିତ ଯବାନଙ୍କ ଗାଡ଼ି ଉପରକୁ ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି ।ପୋଲିସ ମୁଖପାତ୍ରଙ୍କ ସୂଚନା ଅନୁସାରେ, ଯବାନମାନେ ନିଜର ଜଣେ ସହକର୍ମୀଙ୍କ ମୃତ୍ୟୁରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଫେରୁଥିଲେ । ସାଫାନା ଜିଲ୍ଲାର ବଉରେ ଗାଁରେ ଯବାନଙ୍କ ଗାଡ଼ି ପହଞ୍ଚିବା ବେଳେ ଉଗ୍ରବାଦୀମାନେ ଲୁଚି ରହି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରମଣ ପଛରେ ଥିବା ଦୋଷୀଙ୍କୁ ଧରିବା ପାଇଁ ପୋଲିସ ସମସ୍ତ ବ୍ୟବସ୍ଥା ଗ୍ରହଣ କରୁଛି ବୋଲି ଆଲିୟୁ କହିଛନ୍ତି ।ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀ ନାଇଜେରିଆର ପ୍ରିମିୟମ ଟାଇମ୍ସକୁ ମୃତକଙ୍କ ସଂଖ୍ୟା ଅଧିକ ଥିବା କହିଛନ୍ତି । ଏହି ଆକ୍ରମଣରେ ଅତି କମରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସେମାନେ ଦାବି କରିଛନ୍ତି । ଏହାସହ ଅନେକ ଗ୍ରାମବାସୀ ନିଖୋଜ ଥିବା କହିଛନ୍ତି ।

ନାଇଜେରିଆରେ ଉଗ୍ରବାଦୀ ଆକ୍ରମଣରେ ୨୧ ଯବାନ ମୃତ

ନୂଆଦିଲ୍ଲୀ: ନାଇଜେରିଆର ଉତ୍ତର ପଶ୍ଚିମ ରାଜ୍ୟ କଟସିନାରେ ଉଗ୍ରବାଦୀଙ୍କ ଆକ୍ରମଣରେ ୨୧ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । କଟସିନା ପୋଲିସ ମୁଖପାତ୍ର ଅବୁବକର ସିଦ୍ଦୀକ ଅଲିୟୁ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ସରକାର ସମର୍ଥିତ ଯବାନଙ୍କ ଗାଡ଼ି ଉପରକୁ ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି ।

ପୋଲିସ ମୁଖପାତ୍ରଙ୍କ ସୂଚନା ଅନୁସାରେ, ଯବାନମାନେ ନିଜର ଜଣେ ସହକର୍ମୀଙ୍କ ମୃତ୍ୟୁରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଫେରୁଥିଲେ । ସାଫାନା ଜିଲ୍ଲାର ବଉରେ ଗାଁରେ ଯବାନଙ୍କ ଗାଡ଼ି ପହଞ୍ଚିବା ବେଳେ ଉଗ୍ରବାଦୀମାନେ ଲୁଚି ରହି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରମଣ ପଛରେ ଥିବା ଦୋଷୀଙ୍କୁ ଧରିବା ପାଇଁ ପୋଲିସ ସମସ୍ତ ବ୍ୟବସ୍ଥା ଗ୍ରହଣ କରୁଛି ବୋଲି ଆଲିୟୁ କହିଛନ୍ତି ।

ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀ ନାଇଜେରିଆର ପ୍ରିମିୟମ ଟାଇମ୍ସକୁ ମୃତକଙ୍କ ସଂଖ୍ୟା ଅଧିକ ଥିବା କହିଛନ୍ତି । ଏହି ଆକ୍ରମଣରେ ଅତି କମରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସେମାନେ ଦାବି କରିଛନ୍ତି । ଏହାସହ ଅନେକ ଗ୍ରାମବାସୀ ନିଖୋଜ ଥିବା କହିଛନ୍ତି ।