ନାଇଜେରିଆରେ ଓଲଟିଲା ଗ୍ୟାସୋଲିନ ଟ୍ୟାଙ୍କର: ଭୟଙ୍କର ବିସ୍ଫୋରଣରେ ୮୬ ମୃତ
ନୂଆଦିଲ୍ଲୀ: ନାଇଜେରିଆରେ ଭୟଙ୍କର ଦୁର୍ଘଟଣା। ଗ୍ଯାସ୍ ନେଇ ଯାଉଥିବା ଟ୍ରକ୍ ଟାଙ୍କି ଫାଟିବାରୁ ବଡ଼ ବିସ୍ଫୋରଣ ଘଟି ୮୩ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ଟ୍ରକ୍ଟି ୬୦ ହଜାର ଲିଟର(୧୬,୦୦୦ ଗ୍ୟାଲନ୍ସ)ଗ୍ୟାସୋଲିନ ନେଇ ଯାଉଥିବା ବେଳେ ହଠାତ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ପୂର୍ବରୁ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୬୬, ପରେ ୭୦ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଟ୍ୟାଙ୍କର୍ ବିସ୍ଫୋରଣରେ ପ୍ରକୃତ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି ବୋଲି ନାଇଜରିଆ ଜାତୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥାର ମୁଖପାତ୍ର ଇବ୍ରାହିମ୍ ଆଉଡୁ ହୁସେନି ସୂଚନା ଦେଇଛନ୍ତି।ହୁସେନୀ କହିଛନ୍ତି “ଗତକାଲି ଦିନ ୧୨ଟାରୁ ଆଜି ରାତି ୨ଟା ମଧ୍ୟରେ ଆମେ ୮୬ଟି ସମ୍ପୂର୍ଣ୍ଣ ମୃତଦେହକୁ କବର ଦେଉଛୁ। ତେବେ ମୃତଦେହଗୁଡ଼ିକୁ କବର ଦେବାକୁ ଆମକୁ ୧୪ ଘଣ୍ଟା ସମୟ ଲାଗି ଯାଇଥିଲା। କାରଣ ଆମ ଗାତ ଖୋଳିବାକୁ ଏକ୍ସକାଭେଟର ମିଳିଲା ନାହିଁ। ତେଣୁ ଲୋକଙ୍କ ସହଯୋଗ ନେଇ ଗାତ ଖୋଳିବା ପରେ ମୃତଦେହକୁ ସମୂହ କବର ଦିଆ ଯାଇଥିଲା।”ଶନିବାର ଟ୍ରକ୍ଟି ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ରାଜଧାନୀ ଅବୁଜାକୁ ଉତ୍ତରରେ ଥିବା ଶହର କଡ୍ଡୁନାକୁ ଯୋଡ଼ୁଥିବା ସଡ଼କରେ ଡିକ୍କୋ ଜଙ୍ଗସନରେ ଏହି ଦୁର୍ଘଟଣା ହୋଇଥିଲା। ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ମାସରେ ଠିକ୍ ଏଭଳି ଏକ ଦୁର୍ଘଟଣାରେ ୧୭୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଉତ୍ତର ନାଇଜେରିଆର ଜିଗାୱା ରାଜ୍ୟରେ ଏଭଳି ଦୁର୍ଘଟ
ନୂଆଦିଲ୍ଲୀ: ନାଇଜେରିଆରେ ଭୟଙ୍କର ଦୁର୍ଘଟଣା। ଗ୍ଯାସ୍ ନେଇ ଯାଉଥିବା ଟ୍ରକ୍ ଟାଙ୍କି ଫାଟିବାରୁ ବଡ଼ ବିସ୍ଫୋରଣ ଘଟି ୮୩ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ଟ୍ରକ୍ଟି ୬୦ ହଜାର ଲିଟର(୧୬,୦୦୦ ଗ୍ୟାଲନ୍ସ)ଗ୍ୟାସୋଲିନ ନେଇ ଯାଉଥିବା ବେଳେ ହଠାତ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି।
ପୂର୍ବରୁ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୬୬, ପରେ ୭୦ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଟ୍ୟାଙ୍କର୍ ବିସ୍ଫୋରଣରେ ପ୍ରକୃତ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି ବୋଲି ନାଇଜରିଆ ଜାତୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥାର ମୁଖପାତ୍ର ଇବ୍ରାହିମ୍ ଆଉଡୁ ହୁସେନି ସୂଚନା ଦେଇଛନ୍ତି।
ହୁସେନୀ କହିଛନ୍ତି “ଗତକାଲି ଦିନ ୧୨ଟାରୁ ଆଜି ରାତି ୨ଟା ମଧ୍ୟରେ ଆମେ ୮୬ଟି ସମ୍ପୂର୍ଣ୍ଣ ମୃତଦେହକୁ କବର ଦେଉଛୁ। ତେବେ ମୃତଦେହଗୁଡ଼ିକୁ କବର ଦେବାକୁ ଆମକୁ ୧୪ ଘଣ୍ଟା ସମୟ ଲାଗି ଯାଇଥିଲା। କାରଣ ଆମ ଗାତ ଖୋଳିବାକୁ ଏକ୍ସକାଭେଟର ମିଳିଲା ନାହିଁ। ତେଣୁ ଲୋକଙ୍କ ସହଯୋଗ ନେଇ ଗାତ ଖୋଳିବା ପରେ ମୃତଦେହକୁ ସମୂହ କବର ଦିଆ ଯାଇଥିଲା।”
ଶନିବାର ଟ୍ରକ୍ଟି ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ରାଜଧାନୀ ଅବୁଜାକୁ ଉତ୍ତରରେ ଥିବା ଶହର କଡ୍ଡୁନାକୁ ଯୋଡ଼ୁଥିବା ସଡ଼କରେ ଡିକ୍କୋ ଜଙ୍ଗସନରେ ଏହି ଦୁର୍ଘଟଣା ହୋଇଥିଲା। ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ମାସରେ ଠିକ୍ ଏଭଳି ଏକ ଦୁର୍ଘଟଣାରେ ୧୭୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଉତ୍ତର ନାଇଜେରିଆର ଜିଗାୱା ରାଜ୍ୟରେ ଏଭଳି ଦୁର୍ଘଟଣା ଘଟିଥିଲା।
ସେତେବେଳେ ପୁଲିସ ଦେଇଥିବା ସୂଚନା ଅନୁସାରେ, ମଧ୍ୟରାତ୍ରିରେ ଜିଗାଓ୍ୱା ବିଶ୍ୱବିଦ୍ୟାଳୟ ନିକଟ ରାଜରାସ୍ତାରେ ଟ୍ୟାଙ୍କର ଚାଳକ ଭାରସାମ୍ୟ ହରାଇବାରୁ ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ପ୍ରଥମ ୯୪ ଜଣଙ୍କର ମୃତ୍ୟୁ ହୋଇଥିଲା ୫୦ ଗୁରୁତର ଆହତ ହୋଇଥିଲେ ବୋଲି କୁହାଯାଉଥିଲା। ହେଲେ ପରେ ଏଥିରେ ୧୭୦ ଜଣଙ୍କର ଜୀବନ ଯାଇଥିବା ନାଇଜେରିଆ ସରକାର ସୂଚନା ଦେଇଥିଲେ।