ନାଇଜେରିଆରେ ପ୍ରଧାନମନ୍ତ୍ରୀ ମୋଦି, ପାରମ୍ପରିକ ନୃତ୍ୟରେ କରାଗଲା ସ୍ବାଗତ

ନୂଆଦିଲ୍ଲୀ ୧୭।୧୧: ତିନିଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ସମୟରେ ରବିବାର ନାଇଜେରିଆରେ ପହଞ୍ଚିଛନ୍ତି ମୋଦି । ଦୀର୍ଘ ୧୭ ବର୍ଷ ପରେ ଏହି ପଶ୍ଚିମ ରାଷ୍ଟ୍ର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ନାଇଜେରିଆ ରାଜଧାନୀ ଆବୁଜାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଭାରତୀୟ ସମୁଦାୟ । ନାଇଜେରିଆର ପାରମ୍ପରିକ ନୃତ୍ୟ ବାଦ୍ୟରେ ମୋଦିଙ୍କୁ କରାଯାଇଥିଲା ସ୍ବାଗତ । ମୋଦି ମୋଦି ନାରାରେ କମ୍ପିଥିଲା ନାଇଜେରିଆର ଆବୁଜା ଅଞ୍ଚଳ। ମରାଠୀ ସମୁଦାୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଖୁସି ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ରବିବାର ନାଇଜେରିଆ ରାଷ୍ଟ୍ରପତି ଟିନୁବୁଙ୍କୁ ସାକ୍ଷାତ କରିବେ । ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୂତ କରିବା ଲାଗି ହେବ ବୈଠକ । ଏହାପରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ନାଇଜେରିଆରେ ୧୫୦ରୁ ଅଧିକ ଭାରତୀୟ କମ୍ପାନୀ ବ୍ୟବସାୟିକ କାରବାର କରୁଛନ୍ତି । ସେଠାରେ ମୋଟ ନିବେଶ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ । ତେଣୁ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।ଦୀର୍ଘ ୧୭ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନାଇଜେିଆ ଗସ୍ତ । ମୋଦିଙ୍କ ପୂର୍ବରୁ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉକ୍ତ ଦେଶ ଗସ୍ତ କରିଥିଲେ । ନାଇଜେରିଆ ଗସ୍

ନାଇଜେରିଆରେ ପ୍ରଧାନମନ୍ତ୍ରୀ ମୋଦି, ପାରମ୍ପରିକ ନୃତ୍ୟରେ କରାଗଲା ସ୍ବାଗତ

ନୂଆଦିଲ୍ଲୀ ୧୭।୧୧: ତିନିଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ସମୟରେ ରବିବାର ନାଇଜେରିଆରେ ପହଞ୍ଚିଛନ୍ତି ମୋଦି । ଦୀର୍ଘ ୧୭ ବର୍ଷ ପରେ ଏହି ପଶ୍ଚିମ ରାଷ୍ଟ୍ର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ନାଇଜେରିଆ ରାଜଧାନୀ ଆବୁଜାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଭାରତୀୟ ସମୁଦାୟ । ନାଇଜେରିଆର ପାରମ୍ପରିକ ନୃତ୍ୟ ବାଦ୍ୟରେ ମୋଦିଙ୍କୁ କରାଯାଇଥିଲା ସ୍ବାଗତ । ମୋଦି ମୋଦି ନାରାରେ କମ୍ପିଥିଲା ନାଇଜେରିଆର ଆବୁଜା ଅଞ୍ଚଳ। ମରାଠୀ ସମୁଦାୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଖୁସି ବ୍ୟକ୍ତ କରିଥିଲେ । 

ପ୍ରଧାନମନ୍ତ୍ରୀ ରବିବାର ନାଇଜେରିଆ ରାଷ୍ଟ୍ରପତି ଟିନୁବୁଙ୍କୁ ସାକ୍ଷାତ କରିବେ । ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୂତ କରିବା ଲାଗି ହେବ ବୈଠକ । ଏହାପରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ନାଇଜେରିଆରେ ୧୫୦ରୁ ଅଧିକ ଭାରତୀୟ କମ୍ପାନୀ ବ୍ୟବସାୟିକ କାରବାର କରୁଛନ୍ତି । ସେଠାରେ ମୋଟ ନିବେଶ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ । ତେଣୁ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

ଦୀର୍ଘ ୧୭ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନାଇଜେିଆ ଗସ୍ତ । ମୋଦିଙ୍କ ପୂର୍ବରୁ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉକ୍ତ ଦେଶ ଗସ୍ତ କରିଥିଲେ । ନାଇଜେରିଆ ଗସ୍ତ ପରେ ପ୍ରଧାନମନ୍ତ୍ରୀ ବ୍ରାଜିଲ ଓ ପରେ ଗୁୟାନା ଗସ୍ତ କରିବେ । ବ୍ରାଜିଲରେ ଜି-୨୦ ସମ୍ମିଳନୀରେ ଭାଗ ନେବେ । ଗସ୍ତରେ ଶେଷ ପର୍ୟ୍ୟାୟରେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଗୁୟାନା ଯିବେ । ୫୦ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ଗସ୍ତ ହେବ ।

୧୮ରୁ ୧୯ ନଭେମ୍ବରରେ ହେବାକୁ ଥିବା ୧୯ତମ ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦି ବ୍ରାଜିଲ ଯିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଶେଷ ଗନ୍ତବ୍ୟସ୍ଥଳ ହେଉଛି ଗୁୟାନା । ଯେଉଁଠାରେ ପାଞ୍ଚ ଦଶନ୍ଧି ମଧ୍ୟରେ ଦେଶ ଗସ୍ତରେ ଆସିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ସୃଷ୍ଟି କରିବେ ଇତିହାସ । ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଗୁୟାନା ସଂସଦକୁ ସମ୍ବୋଧିତ କରିବେ । ୧୮୫ ବର୍ଷ ପୂର୍ବେ ଗୁୟାନାରେ ବାସ କରୁଥିବା ଭାରତୀୟ ପ୍ରବାସୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।