ନାଇରା ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ପଦ୍ମପୁର: ରାୟଗଡା ଜିଲା ପଦ୍ମପୁର ବ୍ଲକ ନାଇରା ଅରବିନ୍ଦ  ବିଦ୍ୟାପୀଠ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ହାଇସ୍କୁଲର ପ୍ରଧାନ ଶିକ୍ଷକ ସିମାଞ୍ଚଳ ବିଡିକାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ବାର୍ଷିକ କ୍ରୀଡା ଉତ୍ସବରେ  ମୁଖ୍ୟ ଅତିଥି ଭାବେ ପଦ୍ମପୁର ବ୍ଲକର ଶିକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ଶବର, ସମ୍ମାନୀତ ଅତିଥି ଭାବେ ନାଇରା ଗ୍ରାମ ପଞ୍ଚାୟତର ସରପଞ୍ଚ ତୁଳସା ଶବର ,ବିଦ୍ୟାଳୟ କମିଟିର ସଭାପତି ରବିନ ପାଣି ଯୋଗଦେଇଥିଲେ। ବାର୍ଷିକ କ୍ରୀଡା […]

ନାଇରା ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ପଦ୍ମପୁର: ରାୟଗଡା ଜିଲା ପଦ୍ମପୁର ବ୍ଲକ ନାଇରା ଅରବିନ୍ଦ  ବିଦ୍ୟାପୀଠ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ହାଇସ୍କୁଲର ପ୍ରଧାନ ଶିକ୍ଷକ ସିମାଞ୍ଚଳ ବିଡିକାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ବାର୍ଷିକ କ୍ରୀଡା ଉତ୍ସବରେ  ମୁଖ୍ୟ ଅତିଥି ଭାବେ ପଦ୍ମପୁର ବ୍ଲକର ଶିକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ଶବର, ସମ୍ମାନୀତ ଅତିଥି ଭାବେ ନାଇରା ଗ୍ରାମ ପଞ୍ଚାୟତର ସରପଞ୍ଚ ତୁଳସା ଶବର ,ବିଦ୍ୟାଳୟ କମିଟିର ସଭାପତି ରବିନ ପାଣି ଯୋଗଦେଇଥିଲେ।

ବାର୍ଷିକ କ୍ରୀଡା ଉତ୍ସବ ତିନି ଦିନ ଧରି ଚାଲିବାକୁ ଥିବାବେଳେ ଅରବିନ୍ଦ  ବିଦ୍ୟାପୀଠ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି କ୍ରୀଡା ଉତ୍ସବ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ଆଦିବାସୀ ଉନ୍ନୟନ ବିଭାଗର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ସମସ୍ତ କର୍ମଚାରୀଙ୍କ ସହଯୋଗରେ ପାଳିତ ହୋଇଯାଇଛି ।