‘ନାଗ ମାର୍କ ୨’ର ସଫଳ ପରୀକ୍ଷା
ପୋଖରାନ୍, ୧୪ା୧: ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ‘ତୃତୀୟ ପିଢ଼ିର ଫାୟାର ଆଣ୍ଡ୍ ଫର୍ଗେଟ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିଶାଇଲ ‘ନାଗ ମାର୍କ ୨’ର ସୋମବାର ସଫଳ ପରୀକ୍ଷଣ କରାଯାଇଛି। ରାଜସ୍ଥାନର ଜୈସଲମେର ଜିଲା ପୋଖରାନ ଫିଲ୍ଡ ଫାୟାରିଙ୍ଗ୍ ରେଞ୍ଜ୍ରୁ ଏହି ମିଶାଇଲର ୩ଟି ପରୀକ୍ଷଣ କରାଯାଇଛି। ଉକ୍ତ ପରୀକ୍ଷଣରେ ‘ନାଗ ମାର୍କ ୨’ ମିଶାଇଲ ଠିକ୍ ଭାବେ ନିଜର ସମସ୍ତ ଟାର୍ଗେଟକୁ ନଷ୍ଟ କରିଦେଇଥିଲା। ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପ୍ରତିରକ୍ଷା ଗବେଷଣା ବିକାଶ ସଙ୍ଗଠନ […] The post ‘ନାଗ ମାର୍କ ୨’ର ସଫଳ ପରୀକ୍ଷା appeared first on Dharitri Odia News.
ପୋଖରାନ୍, ୧୪ା୧: ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ‘ତୃତୀୟ ପିଢ଼ିର ଫାୟାର ଆଣ୍ଡ୍ ଫର୍ଗେଟ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିଶାଇଲ ‘ନାଗ ମାର୍କ ୨’ର ସୋମବାର ସଫଳ ପରୀକ୍ଷଣ କରାଯାଇଛି। ରାଜସ୍ଥାନର ଜୈସଲମେର ଜିଲା ପୋଖରାନ ଫିଲ୍ଡ ଫାୟାରିଙ୍ଗ୍ ରେଞ୍ଜ୍ରୁ ଏହି ମିଶାଇଲର ୩ଟି ପରୀକ୍ଷଣ କରାଯାଇଛି। ଉକ୍ତ ପରୀକ୍ଷଣରେ ‘ନାଗ ମାର୍କ ୨’ ମିଶାଇଲ ଠିକ୍ ଭାବେ ନିଜର ସମସ୍ତ ଟାର୍ଗେଟକୁ ନଷ୍ଟ କରିଦେଇଥିଲା। ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପ୍ରତିରକ୍ଷା ଗବେଷଣା ବିକାଶ ସଙ୍ଗଠନ (ଡିଆର୍ଡିଓ) ପକ୍ଷରୁ ଏହି ପରୀକ୍ଷଣ କରାଯାଇଛି। ଏହାସହ ‘ନାଗ ମାର୍କ ୨’ ମିଶାଇଲ ଭାରତୀୟ ସେନାରେ ସାମିଲ ହେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ‘ନାଗ ମାର୍କ ୨’ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ ଏବଂ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରକାଶ ଯେ, ‘ନାଗ ମାର୍କ ୨’ ଭାରତୀୟ ସେନା ପାଇଁ ଏକ ଉନ୍ନତ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିଶାଇଲ ସିଷ୍ଟମ। ଏହା ଏକ ହାଲୁକା କ୍ଷେପଣାସ୍ତ୍ର ହୋଇଥିବାବେଳେ ସମସ୍ତ ପରିସ୍ଥିତିରେ କାମ କରିପାରିଥାଏ। ଏହି ମିଶାଇଲର ଓଜନ ୪୫ କିଲୋଗ୍ରାମ ହୋଇଥିବାବେଳେ ଏହାର ଉଚ୍ଚତା ୬ ଫୁଟ ୧ ଇଞ୍ଚ ରହିଛି। ୨୩୦ ମିଟର ପ୍ରତି ସେକେଣ୍ଡ ବେଗରେ ଏହି ମିଶାଇଲ ନିଜ ଲକ୍ଷ୍ୟକୁ ଆକ୍ରମଣ କରିଥାଏ। ‘ନାଗ ମାର୍କ ୨’ ମିଶାଇଲକୁ ଡିଆର୍ଡିଓ ‘ଇଣ୍ଟିଗ୍ରେଟେଡ୍ ଗାଇଡେଡ୍ ମିଶାଇଲ ଡେଭଲପ୍ମେଣ୍ଟ ପ୍ରୋଗ୍ରାମ(ଆଇଜିଏମ୍ଡିପି)’ ଅଧୀନରେ ବିକାଶ କରିଛି।
The post ‘ନାଗ ମାର୍କ ୨’ର ସଫଳ ପରୀକ୍ଷା appeared first on Dharitri Odia News.