ନାଗା ଚୈତନ୍ୟ-ସାମନ୍ଥାଙ୍କ ଛାଡପତ୍ରକୁ ନେଇ ତେଲେଙ୍ଗାନା ମନ୍ତ୍ରୀ ବିବାଦୀୟ ବୟାନ, ଭଡକିଲେ ନାଗାର୍ଜୁନ
ମୁମ୍ଵାଇ ୦୩।୧୦: ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ବିବାହ ବିଚ୍ଛେଦ ହୋଇସାରିଛି। ନିକଟରେ ତେଲେଙ୍ଗାନା କ୍ୟାବିନେଟ ମନ୍ତ୍ରୀ କୋଣ୍ଡା ସୁରେଖା ସେମାନଙ୍କ ସମ୍ପର୍କକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଯାହା ଉପରେ ବର୍ତ୍ତମାନ ବିବାଦ ବଢୁଛି। ନାଗା ଏବଂ ସାମନ୍ଥାଙ୍କ ଛାଡପତ୍ର ପାଇଁ କୋଣ୍ଡା ସୁରେଖା କେ.ଟି ରାମା ରାଓଙ୍କୁ ଦାୟୀ କରିଥିଲେ।ଏହି କାରଣରୁ ସାମନ୍ଥା ରାଗିଯାଇଛନ୍ତି । ତାଙ୍କର ପୂର୍ବ ସ୍ୱାମୀ ନାଗା ମଧ୍ୟ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ନାଗାର୍ଜୁନ ମଧ୍ୟ ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି।ଏହାକୁ ନେଇ ଦାବି କରିଛନ୍ତି ତେଲଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା। ସେ ଦେଇଥିବା ମନ୍ତବ୍ୟ ତୁରନ୍ତ ପ୍ରତ୍ୟାହାର କରି ନେବାକୁ ଦାବି କରିଛନ୍ତି ଅଭିନେତା ନାଗାର୍ଜୁନ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ତେଲଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା କେଟି ରାମା ରାଓଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ କେଟି ରାମା ରାଓ ପାଇଁ ଅନେକ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡ଼ିଛନ୍ତି । ସେ ସେଲେବ୍ରିଟିମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥିଲେ ଓ ଡ୍ରଗ୍ ସଂପର୍କିତ ବିବାଦରେ ମଧ୍ୟ ସାମିଲ ଥିଲେ। କେଟି ରାମା ରାଓ ନିଜେ ଡ୍ରଗ୍ସ ନେବା ସହ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକଙ୍କୁ ମଧ୍ୟ ଡ୍ରଗ୍ସ ସହିତ ଅଭ୍ୟସ୍ତ କରାଇବା ପରେ ସେମାନଙ୍କୁ ବ୍ଲାକ ମେଲ କରୁଥିଲେ
ମୁମ୍ଵାଇ ୦୩।୧୦: ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ବିବାହ ବିଚ୍ଛେଦ ହୋଇସାରିଛି। ନିକଟରେ ତେଲେଙ୍ଗାନା କ୍ୟାବିନେଟ ମନ୍ତ୍ରୀ କୋଣ୍ଡା ସୁରେଖା ସେମାନଙ୍କ ସମ୍ପର୍କକୁ ନେଇ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଯାହା ଉପରେ ବର୍ତ୍ତମାନ ବିବାଦ ବଢୁଛି। ନାଗା ଏବଂ ସାମନ୍ଥାଙ୍କ ଛାଡପତ୍ର ପାଇଁ କୋଣ୍ଡା ସୁରେଖା କେ.ଟି ରାମା ରାଓଙ୍କୁ ଦାୟୀ କରିଥିଲେ।ଏହି କାରଣରୁ ସାମନ୍ଥା ରାଗିଯାଇଛନ୍ତି । ତାଙ୍କର ପୂର୍ବ ସ୍ୱାମୀ ନାଗା ମଧ୍ୟ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ନାଗାର୍ଜୁନ ମଧ୍ୟ ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି।
ଏହାକୁ ନେଇ ଦାବି କରିଛନ୍ତି ତେଲଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା। ସେ ଦେଇଥିବା ମନ୍ତବ୍ୟ ତୁରନ୍ତ ପ୍ରତ୍ୟାହାର କରି ନେବାକୁ ଦାବି କରିଛନ୍ତି ଅଭିନେତା ନାଗାର୍ଜୁନ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ତେଲଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା କେଟି ରାମା ରାଓଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ କେଟି ରାମା ରାଓ ପାଇଁ ଅନେକ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡ଼ିଛନ୍ତି । ସେ ସେଲେବ୍ରିଟିମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥିଲେ ଓ ଡ୍ରଗ୍ ସଂପର୍କିତ ବିବାଦରେ ମଧ୍ୟ ସାମିଲ ଥିଲେ। କେଟି ରାମା ରାଓ ନିଜେ ଡ୍ରଗ୍ସ ନେବା ସହ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକଙ୍କୁ ମଧ୍ୟ ଡ୍ରଗ୍ସ ସହିତ ଅଭ୍ୟସ୍ତ କରାଇବା ପରେ ସେମାନଙ୍କୁ ବ୍ଲାକ ମେଲ କରୁଥିଲେ। ଏ କଥା ସମସ୍ତେ ଜାଣିଛନ୍ତି। ଏତିକି ନୁହେଁ ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦ ପଛରେ ମଧ୍ୟ କେଟି ରାମା ରାଓ ବୋଲି ଦାବି କରିଥିଲେ ।
Minister Konda Surekha says KTR is the reason for divorce of actors Naga Chaitanya and Samantha
Lot of heroines got married quickly & moved out of cinema field bcos of KTR
KTR took drugs, got them habituated and did rave parties, played with their lives and did blackmail.… pic.twitter.com/gJcQstUpPb— Naveena (@TheNaveena) October 2, 2024
ନାଗାର୍ଜୁନ X ରେ ଏକ ପୋଷ୍ଟ ସେୟାର କରିବାବେଳେ ସୁରେଖାଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହି ତାଙ୍କ ବିବୃତ୍ତି ପ୍ରତ୍ୟାହାର କରିବାକୁ କହିଥିଲେ। ସେ କହିଛନ୍ତି, ମୁଁ ସମ୍ମାନନୀୟ ମନ୍ତ୍ରୀ ଶ୍ରୀମତୀ କୋଣ୍ଡା ସୁରେଖାଙ୍କ ମନ୍ତବ୍ୟକୁ ଦୃଢ଼ ଭାବେ ନିନ୍ଦା କରୁଛି। ବିରୋଧୀମାନଙ୍କୁ ସମାଲୋଚନା କରିବାକୁ ଫିଲ୍ମ ଷ୍ଟାରମାନଙ୍କ ଜୀବନକୁ ବ୍ୟବହାର କରନ୍ତୁ ନାହିଁ। ଦୟାକରି ଅନ୍ୟ ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଅନ୍ତୁ। ଯେଉଁ ମନ୍ତବ୍ୟ ଦେଇଛନ୍ତି ଓ ଅଭିଯୋଗ କରିଛନ୍ତି, ତାହା ସଂପୂର୍ଣ୍ଣ ଭାବେ ମିଛ। ଆପଣ ନିଜ ମନ୍ତବ୍ୟ ପ୍ରତ୍ୟାହାର କରି ନିଅନ୍ତୁ।
గౌరవనీయ మంత్రివర్యులు శ్రీమతి కొండా సురేఖ గారి వ్యాఖ్యలని తీవ్రంగా ఖండిస్తున్నాను. రాజకీయాలకు దూరంగా ఉండే సినీ ప్రముఖుల జీవితాలని, మీ ప్రత్యర్ధులని విమర్శించేందుకు వాడుకోకండి. దయచేసి సాటి మనుషుల వ్యక్తిగత విషయాలని గౌరవించండి. బాధ్యత గలిగిన పదవి లో ఉన్న మహిళగా మీరు చేసిన…— Nagarjuna Akkineni (@iamnagarjuna) October 2, 2024
ବର୍ଷିଲେ ସାମନ୍ଥା
ସାମନ୍ଥା ଲେଖିଛନ୍ତି ଯେ ଛାଡପତ୍ର ହେଉଛି ତାଙ୍କର ବ୍ୟକ୍ତିଗତ ବିଷୟ । କୋଣ୍ଡା ସୁରେଖା ଏହା ବିଷୟରେ କଳ୍ପନା କରିବା ଉଚିତ୍ ନୁହେଁ। 'ଆମେ ଏହାକୁ ବ୍ୟକ୍ତିଗତ ରଖିଛୁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ମିଥ୍ୟା ବିବୃତ୍ତି ଦିଆଯିବା ଉଚିତ୍। ମୋର ଛାଡପତ୍ର ଉଭୟଙ୍କ ସହମତିରେ ହୋଇଥିଲା । ତୁମେ ତୁମର ରାଜନୈତିକ ମାମଲା ଏଥିରେ ଯୋଡନ୍ତୁ ନାହିଁ । ଏସବୁ ବିଷୟରେ ମୋ ନାଁ ଦୂରରେ ରଖ ।

pic.twitter.com/n1cSoiYGPN— chaitanya akkineni (@chay_akkineni) October 2, 2024
ନାଗା ଚୈତନ୍ୟ ମଧ୍ୟ ଭଡକିଲେ
ଏନେଇ ନାଗା ଚୈତନ୍ୟ ମଧ୍ୟ କହିଛନ୍ତି, 'ଛାଡପତ୍ରର ନିଷ୍ପତ୍ତି ହେଉଛି କୌଣସି ବ୍ୟକ୍ତିଙ୍କ ଜୀବନର ସବୁଠାରୁ ଯନ୍ତ୍ରଣାଦାୟକ ଏବଂ ଦୁର୍ଭାଗ୍ୟଜନକ ନିଷ୍ପତ୍ତି। ବହୁ ବିଚାର ବିମର୍ଶ ପରେ, ମୋର ପୂର୍ବସାଥୀ ଏବଂ ମୁଁ ପରସ୍ପରକୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ । ଏ ପର୍ଯ୍ୟନ୍ତ ଆମ ଛାଡପତ୍ରକୁ ନେଇ ଅନେକ ଭିତ୍ତିହୀନ କଥା କୁହାଯାଉଛି। ଏସବୁକୁ ବନ୍ଦ କରନ୍ତୁ।