ନାଗା ଚୈତନ୍ୟଙ୍କ ବିବାହ ପୂର୍ବରୁ ନିର୍ବନ୍ଧ କଲେ ସାନ ଭାଇ ଅଖିଲ, ଫଟୋ ସେୟାର କଲେ ନାଗାର୍ଜୁନ

ମୁମ୍ଵାଇ ୨୭।୧୧; ବର୍ତ୍ତମାନ ସୁପରଷ୍ଟାର ନାଗାର୍ଜୁନଙ୍କ ପରିବାର ଚର୍ଚ୍ଚାରେ ଅଛି । ନିକଟରେ ନାଗାର୍ଜୁନ ତାଙ୍କ ବଡ଼ ପୁଅ ନାଗା ଚୈତନ୍ୟ-ଶୋଭିତାଙ୍କ ନିର୍ବନ୍ଧ ଘୋଷଣା କରିଥିଲେ । ବର୍ତ୍ତମାନ ତାଙ୍କ ସାନପୁଅ ଅଖିଲ ଅକ୍କିନେନି ମଧ୍ୟ ନିର୍ବନ୍ଧ କରିଛନ୍ତି। ଏନେଇ ନାଗାର୍ଜୁନ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି। ନାଗାର୍ଜୁନ ଜୈନବଙ୍କୁ ପରିବାରରେ ସ୍ୱାଗତ କରିବା ସହ କପଲଙ୍କୁ ସୁଖ ଏବଂ ଆଶୀର୍ବାଦ କାମନା କରିଥିଲେ। ପରିବାରଙ୍କ ଉପସ୍ଥିତିରେ ଅଖିଲ ଏବଂ ଜୈନବ ଏକ ଅନ୍ତରଙ୍ଗ ସମାରୋହରେ କରିଥିଲେ।  We are thrilled to announce the engagement of our son, @AkhilAkkineni8, to our daughter in law to be Zainab Ravdjee! We couldn't be happier to welcome Zainab into our family. Please join us to congratulate the young couple and wish them a lifetime filled with love, joy, and… pic.twitter.com/5KM7BU00bz— Nagarjuna Akkineni (@iamnagarjuna) November 26, 2024 ଏହି ପୋଷ୍ଟ ସେୟାର କରିବାବେଳେ ନାଗାର୍ଜୁନ କ୍ୟାପସନରେ ଲେଖିଛନ୍ତି - 'ଆମ ପୁଅର ନିର୍ବନ୍ଧ ହୋଇଛି।  ଆମେ ଅତ୍ୟନ୍ତ ଆନନ୍ଦିତ। ଅଖିଲ ଆକ୍କିନେନି ଏବଂ ଆମର ଭାବି ବୋହୂ ଜୈନବ ରାୱଦଜୀଙ୍କୁ ଅଭିନନ୍ଦନ । ଜୈନବଙ୍କୁ ଆମ ପରିବାରକୁ ସ୍ୱାଗତ କରି ଆମେ ଅଧିକ ଖୁସି। ଦୟାକରି ଏହି କପଲଙ

ନାଗା ଚୈତନ୍ୟଙ୍କ ବିବାହ ପୂର୍ବରୁ ନିର୍ବନ୍ଧ କଲେ ସାନ ଭାଇ ଅଖିଲ, ଫଟୋ ସେୟାର କଲେ ନାଗାର୍ଜୁନ

ମୁମ୍ଵାଇ ୨୭।୧୧; ବର୍ତ୍ତମାନ ସୁପରଷ୍ଟାର ନାଗାର୍ଜୁନଙ୍କ ପରିବାର ଚର୍ଚ୍ଚାରେ ଅଛି । ନିକଟରେ ନାଗାର୍ଜୁନ ତାଙ୍କ ବଡ଼ ପୁଅ ନାଗା ଚୈତନ୍ୟ-ଶୋଭିତାଙ୍କ ନିର୍ବନ୍ଧ ଘୋଷଣା କରିଥିଲେ । ବର୍ତ୍ତମାନ ତାଙ୍କ ସାନପୁଅ ଅଖିଲ ଅକ୍କିନେନି ମଧ୍ୟ ନିର୍ବନ୍ଧ କରିଛନ୍ତି। ଏନେଇ ନାଗାର୍ଜୁନ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି। ନାଗାର୍ଜୁନ ଜୈନବଙ୍କୁ ପରିବାରରେ ସ୍ୱାଗତ କରିବା ସହ କପଲଙ୍କୁ ସୁଖ ଏବଂ ଆଶୀର୍ବାଦ କାମନା କରିଥିଲେ। ପରିବାରଙ୍କ ଉପସ୍ଥିତିରେ ଅଖିଲ ଏବଂ ଜୈନବ ଏକ ଅନ୍ତରଙ୍ଗ ସମାରୋହରେ କରିଥିଲେ।  

 ଏହି ପୋଷ୍ଟ ସେୟାର କରିବାବେଳେ ନାଗାର୍ଜୁନ କ୍ୟାପସନରେ ଲେଖିଛନ୍ତି - 'ଆମ ପୁଅର ନିର୍ବନ୍ଧ ହୋଇଛି।  ଆମେ ଅତ୍ୟନ୍ତ ଆନନ୍ଦିତ। ଅଖିଲ ଆକ୍କିନେନି ଏବଂ ଆମର ଭାବି ବୋହୂ ଜୈନବ ରାୱଦଜୀଙ୍କୁ ଅଭିନନ୍ଦନ । ଜୈନବଙ୍କୁ ଆମ ପରିବାରକୁ ସ୍ୱାଗତ କରି ଆମେ ଅଧିକ ଖୁସି। ଦୟାକରି ଏହି କପଲଙ୍କୁ ଅଭିନନ୍ଦନ ଜଣାଇବାରେ ଆମ ସହିତ ଯୋଗ ଦିଅନ୍ତୁ ଏବଂ ସେମାନଙ୍କୁ ପ୍ରେମ, ସୁଖ ଏବଂ ତୁମର ଅଗଣିତ ଆଶୀର୍ବାଦରେ ପରିପୂର୍ଣ୍ଣ ଜୀବନ କାମନା କରନ୍ତୁ।

ବର୍ତ୍ତମାନ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଜୈବ କିଏ ? ସେ କଣ କରନ୍ତି । ଜୈନବ ରାୱଦଜୀ ଜଣାଶୁଣା ଶିଳ୍ପପତି ଜୁଲଫି ରାୱଦଜୀଙ୍କ ଝିଅ।ସେ କନଷ୍ଟ୍ରକସନ ଶିଳ୍ପରେ ନିଜର ସ୍ଥାନ ସ୍ଥାପନ କରିବାକୁ ଚେଷ୍ଟା କରୁଥିବା ଜଣାଯାଇଛି। ଜୈନବଙ୍କ ଭାଇ ଜୈନ ରାୱଦଜୀ ଜେଆର ରିନ୍ୟୁଆଲ ଏନର୍ଜି ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଜୈନାବ ରାୱଦଜୀ ତାଙ୍କ ଜୀବନ ଭାରତ, ଦୁବାଇ ଏବଂ ଲଣ୍ଡନ ମଧ୍ୟରେ ଅତିବାହିତ କରିଛନ୍ତି। ମୂଳତଃ ସେ ହାଇଦ୍ରାବାଦର କିନ୍ତୁ ଏବେ ସେ ମୁମ୍ବାଇରେ ରହୁଛନ୍ତି।