ନାଗାଙ୍କ ନିର୍ବନ୍ଧ ପରେ ଯନ୍ତ୍ରଣାଦାୟକ ପୋଷ୍ଟ ସେୟାର କଲେ ସାମନ୍ଥା, କହିଲେ-ପ୍ରେମମାନେ ତ୍ୟାଗ...

ମୁମ୍ଵାଇ ୨୬।୦୮: ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୃ। ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ଲାଟେଷ୍ଟ ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି। ଡିଜାଇନର୍ ଅନାମିକା ଖାନ୍ନାଙ୍କ ଇଭେଣ୍ଟରେ ସାମନ୍ଥା ରାମ୍ପରେ ଚାଲିଥିଲେ । ଯେଉଁଥିରେ ସାମନ୍ଥା କଳା ପୋଷାକରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ କିଛି ଦିନ ପୂର୍ବରୁ ସାମନ୍ଥାଙ୍କ ପୂର୍ବତନ ସ୍ୱାମୀ ନାଗା ଶୋଭିତାଙ୍କ ସହ ନିର୍ବନ୍ଧ କରିଥିଲେ। ସାମନ୍ଥା ଏହି ବିଷୟରେ ଖୋଲାଖୋଲି ଭାବରେ କିଛି କହି ନାହାଁନ୍ତି, କିନ୍ତୁ ସୋସିଆଲ ମିଡିଆରେ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜ ଯନ୍ତ୍ରଣାକୁ ଜଣାଉଥିବା ନେଇ ଜଣାପଡିଛି । ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଲମ୍ବା କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ରିଲେଶନସିପ୍‌, ବନ୍ଧୁତା ଏବଂ ପ୍ରେମରେ ବଳିଦାନ ବିଷୟରେ ଜଣାଇଛନ୍ତି। ଅଭିନେତ୍ରୀ ଲେଖିଛନ୍ତି- 'ଅନେକ ଲୋକ ବନ୍ଧୁତା ଏବଂ ସମ୍ପର୍କକୁ ପାରସ୍ପରିକ ଭାବନ୍ତି ଏବଂ ମୁଁ ମଧ୍ୟ ଏଥିରେ ସହମତ । ଯଦି ଆପଣ ଏପରି କରନ୍ତି, ମୁଁ ମଧ୍ୟ କରେ ।ପୋଷ୍ଟରେ ଆହୁରି ଲେଖା ଅଛି - ' ଗତ କିଛି ବର୍ଷ ମଧ୍ୟରେ, ମୁଁ ଜାଣିଲି ଯେ ବେଳେବେଳେ ପ୍ରେମ ଆପଣଙ୍କୁ ଦେବାକୁ ବାଧ୍ୟ କରିଥାଏ ଯେତେବେଳେ ଅନ୍ୟ ବ୍ୟକ୍ତି ଏହାର ପ୍ରତିବଦଳରେ କିଛି ଦେବା ସ୍ଥିତିରେ ନଥାଏ । ଯେପର୍ଯ୍ୟନ୍ତ ଆପଣ ଫେରାଇବାକୁ ସକ୍ଷ

ନାଗାଙ୍କ ନିର୍ବନ୍ଧ ପରେ ଯନ୍ତ୍ରଣାଦାୟକ ପୋଷ୍ଟ ସେୟାର କଲେ ସାମନ୍ଥା, କହିଲେ-ପ୍ରେମମାନେ ତ୍ୟାଗ...

ମୁମ୍ଵାଇ ୨୬।୦୮: ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୃ। ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ଲାଟେଷ୍ଟ ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି। ଡିଜାଇନର୍ ଅନାମିକା ଖାନ୍ନାଙ୍କ ଇଭେଣ୍ଟରେ ସାମନ୍ଥା ରାମ୍ପରେ ଚାଲିଥିଲେ । ଯେଉଁଥିରେ ସାମନ୍ଥା କଳା ପୋଷାକରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ କିଛି ଦିନ ପୂର୍ବରୁ ସାମନ୍ଥାଙ୍କ ପୂର୍ବତନ ସ୍ୱାମୀ ନାଗା ଶୋଭିତାଙ୍କ ସହ ନିର୍ବନ୍ଧ କରିଥିଲେ। ସାମନ୍ଥା ଏହି ବିଷୟରେ ଖୋଲାଖୋଲି ଭାବରେ କିଛି କହି ନାହାଁନ୍ତି, କିନ୍ତୁ ସୋସିଆଲ ମିଡିଆରେ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜ ଯନ୍ତ୍ରଣାକୁ ଜଣାଉଥିବା ନେଇ ଜଣାପଡିଛି । 

ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଲମ୍ବା କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ରିଲେଶନସିପ୍‌, ବନ୍ଧୁତା ଏବଂ ପ୍ରେମରେ ବଳିଦାନ ବିଷୟରେ ଜଣାଇଛନ୍ତି। ଅଭିନେତ୍ରୀ ଲେଖିଛନ୍ତି- 'ଅନେକ ଲୋକ ବନ୍ଧୁତା ଏବଂ ସମ୍ପର୍କକୁ ପାରସ୍ପରିକ ଭାବନ୍ତି ଏବଂ ମୁଁ ମଧ୍ୟ ଏଥିରେ ସହମତ । ଯଦି ଆପଣ ଏପରି କରନ୍ତି, ମୁଁ ମଧ୍ୟ କରେ ।

ପୋଷ୍ଟରେ ଆହୁରି ଲେଖା ଅଛି - ' ଗତ କିଛି ବର୍ଷ ମଧ୍ୟରେ, ମୁଁ ଜାଣିଲି ଯେ ବେଳେବେଳେ ପ୍ରେମ ଆପଣଙ୍କୁ ଦେବାକୁ ବାଧ୍ୟ କରିଥାଏ ଯେତେବେଳେ ଅନ୍ୟ ବ୍ୟକ୍ତି ଏହାର ପ୍ରତିବଦଳରେ କିଛି ଦେବା ସ୍ଥିତିରେ ନଥାଏ । ଯେପର୍ଯ୍ୟନ୍ତ ଆପଣ ଫେରାଇବାକୁ ସକ୍ଷମ ନହେବା ପର୍ଯ୍ୟନ୍ତ ଏହା ଚାଲିଥାଏ ଏବଂ ବିପରୀତରେ, ପ୍ରେମ ଏକ ବଳିଦାନ ବା ତ୍ୟାଗ ଅଟେ। ମୁଁ ସେମାନଙ୍କୁ କୃତଜ୍ଞ ..ଯେତେବେଳେ ମୋ ପାଖରେ କିଛି ନଥିଲା ସେତେବେଳେ ସେମାନେ ମୋତେ ଭଲ ପାଇବା ଦେଇଥିଲେ ।