ନାଚୁ ନାଚୁ ଟଳିପଡିଲେ ବ୍ୟକ୍ତି, ଭାଇରାଲ ହେଉଛି ସେହି ମୁହୁର୍ତ୍ତର ଭିଡିଓ
ନାଚୁ ନାଚୁ ଚାଲିଗଲା ପ୍ରାଣ । ନାଚୁଥିଲେ,ଭଗବାନଙ୍କ ଭଜନ ସମାରୋହରେ ଲୀନ ଥିଲେ । ସାଥିରେ ନାଚୁଥିବା ଲୋକଙ୍କୁ ଖୁସିରେ ଫୁଲ ବି ପକାଇଲେ । ଆଉ ତାପରେ ଟଳିପଡିଲେ । ହଁ ଆଜ୍ଞା ନାଚୁ ନାଚୁ ବ୍ୟକ୍ତିଙ୍କୁ ହେଲା ହାର୍ଟ ଆଟାକ୍ । ଆଜିକାଲି ହାର୍ଟ ଆଟାକ୍ ଯୋଗୁଁ ଅନେକ ଲୋକ ପ୍ରାଣ ହରାଉଛନ୍ତି । କାହାର ଜିମରେ ତ’ ଆଉ କାହାର ନାଚି ନାଚି ଜୀବନ ଚାଲିଯାଉଛି । ସେହିଭଳି ଏକ ଘଟଣା ରାଜସ୍ଥାନର […] The post ନାଚୁ ନାଚୁ ଟଳିପଡିଲେ ବ୍ୟକ୍ତି, ଭାଇରାଲ ହେଉଛି ସେହି ମୁହୁର୍ତ୍ତର ଭିଡିଓ appeared first on KNews Odisha.

ନାଚୁ ନାଚୁ ଚାଲିଗଲା ପ୍ରାଣ । ନାଚୁଥିଲେ,ଭଗବାନଙ୍କ ଭଜନ ସମାରୋହରେ ଲୀନ ଥିଲେ । ସାଥିରେ ନାଚୁଥିବା ଲୋକଙ୍କୁ ଖୁସିରେ ଫୁଲ ବି ପକାଇଲେ । ଆଉ ତାପରେ ଟଳିପଡିଲେ । ହଁ ଆଜ୍ଞା ନାଚୁ ନାଚୁ ବ୍ୟକ୍ତିଙ୍କୁ ହେଲା ହାର୍ଟ ଆଟାକ୍ । ଆଜିକାଲି ହାର୍ଟ ଆଟାକ୍ ଯୋଗୁଁ ଅନେକ ଲୋକ ପ୍ରାଣ ହରାଉଛନ୍ତି । କାହାର ଜିମରେ ତ’ ଆଉ କାହାର ନାଚି ନାଚି ଜୀବନ ଚାଲିଯାଉଛି ।
ସେହିଭଳି ଏକ ଘଟଣା ରାଜସ୍ଥାନର ଝାଲାୱାଡ ଜିଲ୍ଲାର ସାରୋଲାରୁ ଆସିଛି, ଯେଉଁଠାରେ ଏକ ଭଜନ କାର୍ଯ୍ୟକ୍ରମରେ ନାଚୁଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଆଉ ମୃତ୍ୟୁ ହାର୍ଟ ଆଟାକ୍ ଦ୍ୱାରା ହେଉଛି ବୋଲି ବି ଜଣାପଡୁଛି । ସୂଚନା ଅନୁସାରେ, ସାରୋଲା ଅଞ୍ଚଳର ମାଲାନଭାସା ଗାଁରେ ଏକ ଭଜନ କାର୍ଯ୍ୟକ୍ରମ ଚାଲୁଥିଲା ।
ମୃତକଙ୍କ ନାମ ଯୋଧରାଜ ନାଗର ବୋଲି ଜଣାପଡିଛି । ବାରଣ ଜିଲ୍ଲାର ମୋଇ କାଲାନ୍ ଗ୍ରାମ ପଞ୍ଚାୟତରେ ଯୋଧରାଜ ନାଗଙ୍କୁ ଜୁନିୟର ଆସିଷ୍ଟାଣ୍ଟ ଭାବରେ ପୋଷ୍ଟ କରାଯାଇଥିଲା । ତେବେ ଯୋଧରାଜ ନାଗର ଝାଲାଓ୍ଵାଡ୍ ଜିଲ୍ଲାର ସାରୋଲାରେ ଭଜନ କାର୍ଯ୍ୟକ୍ରମକୁ ଆସିଥିଲେ । ଏହି ସମୟରେ ସେ ନାଚିବା ଆରମ୍ଭ କରିଥିଲେ । ନାଚିବାବେଳେ ସେ ତଳେ ପଡ଼ିଗଲେ ଏବଂ ପରେ ଚେତାଶୂନ୍ୟ ହୋଇଗଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଯୋଧରାଜ ନାଗରଙ୍କ ବୟସ ୪୩ ବର୍ଷ ।
मोदी जी ने एक और व्यक्ति की ली जान इसका जिम्मेदार कौन Covid वैक्सीन वाले बाबा
भजन संध्या के दौरान स्टेज में नाचते समय हार्ट अटैक आने से व्यक्ति की मौत हो गई। भजनों पर नाच रहा व्यक्ति अचानक जमीन में गिर गया। वह जागरण के दौरान भजनों पर नाचते हुए भजन गायकों पर पुष्प वर्षा कर रहा… pic.twitter.com/Kt4YXbTWIM
— आदिवासी समाचार (@AadivasiSamachr) May 17, 2024
The post ନାଚୁ ନାଚୁ ଟଳିପଡିଲେ ବ୍ୟକ୍ତି, ଭାଇରାଲ ହେଉଛି ସେହି ମୁହୁର୍ତ୍ତର ଭିଡିଓ appeared first on KNews Odisha.