ନାଚୁରଲ ଇଣ୍ଡିଆଙ୍କୁ କିଣିବ ଜାଇଡଲ ଓ୍ବେଲନେସ, ମିଳିଲା ବୋର୍ଡର ଅନୁମତି

ନୂଆଦିଲ୍ଲୀ: ଦେଶରେ ସ୍ବାସ୍ଥ୍ୟକର ସ୍ନାକ୍ସ ପ୍ରସ୍ତୁତ କରୁଥିବା କମ୍ପାନି ନାଚୁରଲ (Naturell India)କୁ ଅଧିଗ୍ରହଣ କରିବ ଜାଇଡସ ଓ୍ବେଲନେସ। ବୁଧବାର ଜାଇଡସ ଓ୍ବେଲନେସ ବୋର୍ଡ ଏହି ଅଧିଗ୍ରହଣକୁ ମଞ୍ଜୁରୀ ମିଳିଛି। ଏହି ଅଧିଗ୍ରହଣ ୩୯୦ କୋଟିରେ ହେବା ନେଇ ଏକ ରେଗୁଲେଟୋରୀ ଫାଇଲିଂରେ କମ୍ପାନି ସୂଚନା ଦେଇଛି। ଜାଇଡଓ ଓ୍ବେଲନେସର ଚେୟାରମ୍ୟାନ ଶରଭିଲ ପଟେଲ କହିଛନ୍ତି ‘‘ ଏହି ଅଧିଗ୍ରହଣ ହେଉଛି କମ୍ପାନିର ପୋର୍ଟଫୋଲିଓକୁ ବିସ୍ତାର କରିବାକୁ ଏକ ସୁଯୋଗ, କାରଣ କମ୍ପାନି ଏଭଳି ବ୍ରାଣ୍ଡ୍‌ରେ ନିବେଶ କରିବାକୁ ଲକ୍ଷ୍ୟ ରଖିଛି, ଯେଉଁମାନେ ବର୍ତ୍ତମାନର ସ୍ବାସ୍ଥ୍ୟ ପ୍ରତି ସଚେତନ ଥିବା ଉପଭୋକ୍ତାଙ୍କ ପାଇଁ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ସେହିଭଳି ନାଚୁରଲ ଇଣ୍ଡିଆର ସଂସ୍ଥାପକ ବିଜୟ ଉତ୍ତରଓ୍ବାର କହିଛନ୍ତି ଯେ, ଜାଇଡସ ନିଜକୁ ଖୁବ୍ କମ୍ ସମୟରେ ଏକ ସଫଳ ବ୍ରାଣ୍ଡ୍‌ ଭାବରେ ପରିଣତ କରି ରେକର୍ଡ ସୃଷ୍ଟି କରିଛି। ସେ କହିଛନ୍ତି ଆମର ବିଶ୍ବାସ ବ୍ୟାପକ ବିତରଣ ନେଟଓ୍ବର୍କ, ମଜଭୁତ ସପ୍ଲାଏ ଚେନ ଏବଂ ମାର୍କେଟିଂ ଦ୍ବାରା ଆମର ପ୍ରଡକ୍ଟ ପୋର୍ଟଫୋଲିଓ ନୂଆ ଶିଖର ଛୁଇଁବ। ନାଚୁରଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ବିଜନେସ ପୋର୍ଟଫୋଲିଓରେ ରାଇଟବାଇଟ ମ୍ୟାକ୍ସ ପ୍ରୋଟିନ ଏବଂ ରାଇଟବାଇଟ ଭଳି ବ୍ରାଣ୍ଡ୍ ସାମିଲ ରହିଛି। ଏହା ୨୦୦୩ରେ ବ୍ୟବସାୟିକ ଭାବରେ ଏହାର ପରିଚାଳନା ଆରମ୍ଭ କରିଥିଲା ଏବଂ ୨୦୦୭ରେ ସ୍ବାସ୍ଥ୍ୟାକର ସ୍ନାକ୍ସ

ନାଚୁରଲ ଇଣ୍ଡିଆଙ୍କୁ କିଣିବ ଜାଇଡଲ ଓ୍ବେଲନେସ, ମିଳିଲା ବୋର୍ଡର ଅନୁମତି

ନୂଆଦିଲ୍ଲୀ: ଦେଶରେ ସ୍ବାସ୍ଥ୍ୟକର ସ୍ନାକ୍ସ ପ୍ରସ୍ତୁତ କରୁଥିବା କମ୍ପାନି ନାଚୁରଲ (Naturell India)କୁ ଅଧିଗ୍ରହଣ କରିବ ଜାଇଡସ ଓ୍ବେଲନେସ। ବୁଧବାର ଜାଇଡସ ଓ୍ବେଲନେସ ବୋର୍ଡ ଏହି ଅଧିଗ୍ରହଣକୁ ମଞ୍ଜୁରୀ ମିଳିଛି। ଏହି ଅଧିଗ୍ରହଣ ୩୯୦ କୋଟିରେ ହେବା ନେଇ ଏକ ରେଗୁଲେଟୋରୀ ଫାଇଲିଂରେ କମ୍ପାନି ସୂଚନା ଦେଇଛି। 

ଜାଇଡଓ ଓ୍ବେଲନେସର ଚେୟାରମ୍ୟାନ ଶରଭିଲ ପଟେଲ କହିଛନ୍ତି ‘‘ ଏହି ଅଧିଗ୍ରହଣ ହେଉଛି କମ୍ପାନିର ପୋର୍ଟଫୋଲିଓକୁ ବିସ୍ତାର କରିବାକୁ ଏକ ସୁଯୋଗ, କାରଣ କମ୍ପାନି ଏଭଳି ବ୍ରାଣ୍ଡ୍‌ରେ ନିବେଶ କରିବାକୁ ଲକ୍ଷ୍ୟ ରଖିଛି, ଯେଉଁମାନେ ବର୍ତ୍ତମାନର ସ୍ବାସ୍ଥ୍ୟ ପ୍ରତି ସଚେତନ ଥିବା ଉପଭୋକ୍ତାଙ୍କ ପାଇଁ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। 

ସେହିଭଳି ନାଚୁରଲ ଇଣ୍ଡିଆର ସଂସ୍ଥାପକ ବିଜୟ ଉତ୍ତରଓ୍ବାର କହିଛନ୍ତି ଯେ, ଜାଇଡସ ନିଜକୁ ଖୁବ୍ କମ୍ ସମୟରେ ଏକ ସଫଳ ବ୍ରାଣ୍ଡ୍‌ ଭାବରେ ପରିଣତ କରି ରେକର୍ଡ ସୃଷ୍ଟି କରିଛି। ସେ କହିଛନ୍ତି ଆମର ବିଶ୍ବାସ ବ୍ୟାପକ ବିତରଣ ନେଟଓ୍ବର୍କ, ମଜଭୁତ ସପ୍ଲାଏ ଚେନ ଏବଂ ମାର୍କେଟିଂ ଦ୍ବାରା ଆମର ପ୍ରଡକ୍ଟ ପୋର୍ଟଫୋଲିଓ ନୂଆ ଶିଖର ଛୁଇଁବ। 

ନାଚୁରଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ବିଜନେସ ପୋର୍ଟଫୋଲିଓରେ ରାଇଟବାଇଟ ମ୍ୟାକ୍ସ ପ୍ରୋଟିନ ଏବଂ ରାଇଟବାଇଟ ଭଳି ବ୍ରାଣ୍ଡ୍ ସାମିଲ ରହିଛି। ଏହା ୨୦୦୩ରେ ବ୍ୟବସାୟିକ ଭାବରେ ଏହାର ପରିଚାଳନା ଆରମ୍ଭ କରିଥିଲା ଏବଂ ୨୦୦୭ରେ ସ୍ବାସ୍ଥ୍ୟାକର ସ୍ନାକ୍ସ କ୍ଷେତ୍ରରେ ପାଦ ଦେଇଥିଲା।