ନାତୁଣୀଙ୍କୁ ବସ୍‌ରେ ବସାଇ ଫେରୁଥିଲେ ଆଈ, ରାଜପଥରେ ଚାପିଦେଲା ଟ୍ରକ

ତେଲକୋଇ ୨୪/୦୬: ୧୬ ଚକିଆ ଆଇରନ ଟ୍ରକ ଚାପାରେ ମହିଳା ମୃତ। ତେଲକୋଇ ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଝବାହାଳ ଛକରେ ଘଟିଛି ଏହି ଅଘଟଣ । ମୃତକ ହେଲେ ବିଞ୍ଝବାହାଳ ଗାଁର ବାସନ୍ତୀ ସାହୁ। ଘଟଣା ସ୍ଥଳରେ ଚାପା ଉତେଜନା ଲାଗରହିଛି। ଲୋକେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି।ସୂଚନାଥାଉକି, ବାସନ୍ତୀ ଆଜି ସକାଳୁ ନାତୁଣୀଙ୍କୁ ବସରେ ବସାଇବା ପାଇଁ ବସଷ୍ଟାଣ୍ଡକୁ ଆସିଥିଲେ । ତେବେ ନାତୁଣୀଙ୍କୁ ବସରେ ବସାଇ ଫେରୁଥିବା ବେଳେ କେନ୍ଦୁଝର ପଟୁ ଆସୁଥିବା ଏକ ଆଇରନ ବୋଝେଇ ୧୬ ଚକିଆ ଟ୍ରକ ତାଙ୍କୁ ଚାପି ଦେଇଥିଲା । ଘଟଣା ସ୍ଥଳରେ ବାସନ୍ତୀଙ୍କର ମୃତ୍ୟୁ ହୋଇଥିଲା । ପରେ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଛନ୍ତି ।

ନାତୁଣୀଙ୍କୁ ବସ୍‌ରେ ବସାଇ ଫେରୁଥିଲେ ଆଈ, ରାଜପଥରେ ଚାପିଦେଲା ଟ୍ରକ

ତେଲକୋଇ ୨୪/୦୬: ୧୬ ଚକିଆ ଆଇରନ ଟ୍ରକ ଚାପାରେ ମହିଳା ମୃତ। ତେଲକୋଇ ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଝବାହାଳ ଛକରେ ଘଟିଛି ଏହି ଅଘଟଣ । ମୃତକ ହେଲେ ବିଞ୍ଝବାହାଳ ଗାଁର ବାସନ୍ତୀ ସାହୁ। ଘଟଣା ସ୍ଥଳରେ ଚାପା ଉତେଜନା ଲାଗରହିଛି। ଲୋକେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି।

ସୂଚନାଥାଉକି, ବାସନ୍ତୀ ଆଜି ସକାଳୁ ନାତୁଣୀଙ୍କୁ ବସରେ ବସାଇବା ପାଇଁ ବସଷ୍ଟାଣ୍ଡକୁ ଆସିଥିଲେ । ତେବେ ନାତୁଣୀଙ୍କୁ ବସରେ ବସାଇ ଫେରୁଥିବା ବେଳେ କେନ୍ଦୁଝର ପଟୁ ଆସୁଥିବା ଏକ ଆଇରନ ବୋଝେଇ ୧୬ ଚକିଆ ଟ୍ରକ ତାଙ୍କୁ ଚାପି ଦେଇଥିଲା । ଘଟଣା ସ୍ଥଳରେ ବାସନ୍ତୀଙ୍କର ମୃତ୍ୟୁ ହୋଇଥିଲା । ପରେ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଛନ୍ତି ।