ନାବାଳିକା ଗର୍ଭପାତ ମାମଲା: ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକେଶବ ପ୍ରଧାନଙ୍କୁ କେ.ନୂଆଗାଁ ଥାନା ପୋଲିସ ଗିରଫ କରି ରବିବାର ବ୍ରହ୍ମପୁର ସତନ୍ତ୍ର ପୋକ୍ସୋ କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୨୪୧/୨୪ ଦଫା -୩୭୬(୨)(ଏନ)/୩୧୩/୫୦୬ ଏବଂ ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନର ଧାରା-୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଧମକ […] The post ନାବାଳିକା ଗର୍ଭପାତ ମାମଲା: ଜେଲ ଗଲେ ଅଭିଯୁକ୍ତ appeared first on Dharitri Odia News.
ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକେଶବ ପ୍ରଧାନଙ୍କୁ କେ.ନୂଆଗାଁ ଥାନା ପୋଲିସ ଗିରଫ କରି ରବିବାର ବ୍ରହ୍ମପୁର ସତନ୍ତ୍ର ପୋକ୍ସୋ କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୨୪୧/୨୪ ଦଫା -୩୭୬(୨)(ଏନ)/୩୧୩/୫୦୬ ଏବଂ ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନର ଧାରା-୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଧମକ ଦେଇ ପ୍ରାୟ ୩ ବର୍ଷ ହେଲା ନିୟମିତ ବ୍ୟବଧାନରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଏପରିକି ନାବାଳିକା ଜଣକ ଗର୍ଭବତୀ ହେବାରୁ ତାଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କୁ ଜବରଦସ୍ତ ଔଷଧ ଦେଇ ଅଭିଯୁକ୍ତ ଜଣକ ତାଙ୍କ ଗର୍ଭପାତ କରାଇଥିଲେ। ପରେ ନାବାଳିକା ଜଣକ ସାବାଳିକା ହେବା ପରେ ଅଭିଯୁକ୍ତଙ୍କୁ ବିବାହ କରିବା ପାଇଁ କହିଥିଲେ। କିନ୍ତୁ ଅଭିଯୁକ୍ତ କିମ୍ବା ତାଙ୍କ ପରିବାର ଧରାଛୁଆଁଁ ଦେଇ ନ ଥିଲେ। ବାଧ୍ୟ ହୋଇ ଯୁବତୀ ଜଣକ ଗତ ଗୁରୁବାର ପରିବାର ଲୋକଙ୍କ ସହ କେ.ନୂଆଗାଁ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ। ଆଇଆଇସି କିଶୋର ଚନ୍ଦ୍ର ସାମଲ ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ ରଞ୍ଜିତ ମହାପାତ୍ର ଶନିବାର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଯୁବତୀଙ୍କ ଡାକ୍ତରୀମାଇନା କରିବା ପରେ ରବିବାର ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ଡାକ୍ତରୀ ମାଇନା କରାଇଥିବା ଜଣାପଡ଼ିଛି।
The post ନାବାଳିକା ଗର୍ଭପାତ ମାମଲା: ଜେଲ ଗଲେ ଅଭିଯୁକ୍ତ appeared first on Dharitri Odia News.