ନାବାଳିକା ଛାତ୍ରୀଙ୍କୁ ଘରୁ ଟେକିନେଲେ, ଆଉ ଏବେ…
ଦିଗପହଣ୍ଡି,୨୦।୫(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବାପା ଏ ନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୧୮୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ନିମନ୍ତେ ଏସ.ଆଇ ଦୁଷ୍ମନ୍ତ କୁମାର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସକାଳେ ଛାତ୍ରୀଙ୍କ ମା’ବାପା […] The post ନାବାଳିକା ଛାତ୍ରୀଙ୍କୁ ଘରୁ ଟେକିନେଲେ, ଆଉ ଏବେ… appeared first on Dharitri Odia News.
ଦିଗପହଣ୍ଡି,୨୦।୫(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବାପା ଏ ନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୧୮୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ନିମନ୍ତେ ଏସ.ଆଇ ଦୁଷ୍ମନ୍ତ କୁମାର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସକାଳେ ଛାତ୍ରୀଙ୍କ ମା’ବାପା ଚାଷଜମିକୁ କାମ କରିବା ପାଇଁ ଯାଇଥିଲେ। ସନ୍ଧ୍ୟାରେ ଘରକୁ ଫେରିବାପରେ ଝିଅ ଘରେ ନ ଥିବା ଜାଣିଥିଲେ। ସମ୍ପର୍କୀୟ ଲୋକଙ୍କ ସହାୟତାରେ ଝିଅଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ନିକଟସ୍ଥ ଏକ ଗାଁର ୩ ଜଣ ଯୁବକ ବାଇକ୍ରେ ଆସି ତାଙ୍କ ଝିଅଙ୍କୁ ଅପହରଣ କରି ନେଇଥିବା ସେ ଜାଣିବା ପରେ ଥାନାରେ ଏତଲା ଦେଇଥିବା କହିଛନ୍ତି। ତଦନ୍ତକାରୀ ଅଧିକାରୀ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ଛାତ୍ରୀ କିମ୍ବା ଅଭିଯୁକ୍ତଙ୍କ ସନ୍ଧାନ ମିଳିପାରିନାହିଁ।
The post ନାବାଳିକା ଛାତ୍ରୀଙ୍କୁ ଘରୁ ଟେକିନେଲେ, ଆଉ ଏବେ… appeared first on Dharitri Odia News.