ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାରେ ଆଗ୍ରାର ଗ୍ରାମ ଚୌକିଦାରକୁ ଫାଶୀ ଦଣ୍ଡାଦେଶ
ଆଗ୍ରା: ଆଗ୍ରା ପୋକ୍ସୋ କୋର୍ଟ ଏତମାଦପୁରରେ ଜଣେ ୭ ବର୍ଷୀୟା ବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଜବୀର ସିଂହକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୩ ଡିସେମ୍ବର ୩୦ ତାରିଖରେ ବାଳିକା ଜଣକ ଘର ବାହାରେ ଖେଳୁଥିବା ବେଳେ ଏହି ଘଟଣା ଘଟିଥିଲା। ଗ୍ରାମର ଚୌକିଦାର ରାଜବୀର ତାକୁ ପ୍ରଲୋଭନ ଦେଖାଇ ଏକ ନିର୍ଜନ ଅଞ୍ଚଳକୁ ନେଇ ଏହି ଅପରାଧ ଘଟାଇଥିଲା। ଦୁଷ୍କର୍ମ ପରେ ଅଭିଯୁକ୍ତ ନାବାଳିକାକୁ ପାଣିରେ ବୁଡ଼ାଇ ମାରିବାକୁ ଉଦ୍ୟମ କରିଥିଲା। ଏହା ବିଫଳ […]

ଆଗ୍ରା: ଆଗ୍ରା ପୋକ୍ସୋ କୋର୍ଟ ଏତମାଦପୁରରେ ଜଣେ ୭ ବର୍ଷୀୟା ବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଜବୀର ସିଂହକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୩ ଡିସେମ୍ବର ୩୦ ତାରିଖରେ ବାଳିକା ଜଣକ ଘର ବାହାରେ ଖେଳୁଥିବା ବେଳେ ଏହି ଘଟଣା ଘଟିଥିଲା। ଗ୍ରାମର ଚୌକିଦାର ରାଜବୀର ତାକୁ ପ୍ରଲୋଭନ ଦେଖାଇ ଏକ ନିର୍ଜନ ଅଞ୍ଚଳକୁ ନେଇ ଏହି ଅପରାଧ ଘଟାଇଥିଲା। ଦୁଷ୍କର୍ମ ପରେ ଅଭିଯୁକ୍ତ ନାବାଳିକାକୁ ପାଣିରେ ବୁଡ଼ାଇ ମାରିବାକୁ ଉଦ୍ୟମ କରିଥିଲା। ଏହା ବିଫଳ ହେବାରୁ ସେ ବାଳିକା ମୁଣ୍ଡକୁ ପଥରରେ ଛେଚି ହତ୍ୟା କରି ମୃତଦେହକୁ ନିକଟସ୍ଥ ଏକ କ୍ଷେତରେ ଫିଙ୍ଗି ପଳାଇଥିଲା। ନାବାଳିକା ନିଖୋଜ ହେବା ସମ୍ପର୍କରେ ରିପୋର୍ଟ କରାଯିବା ପରେ ମୃତଦେହ ମିଳିଥିଲା। ଆଗ୍ରାର ଏସିପି ସୁକନ୍ୟା ଶର୍ମାଙ୍କ ନେତୃତ୍ୱରେ ହୋଇଥିବା ଅନୁସନ୍ଧାନରୁ ରାଜବୀର ବିରୋଧରେ ଦୃଢ଼ ପ୍ରମାଣ ମିଳିଥିଲା। ଏଥିରେ ଘଟଣାସ୍ଥଳରୁ ମିଳିଥିବା କେଶର ଫରେନସିକ୍ ବିଶ୍ଳେଷଣର ଡିଏନ୍ଏ ମେଳ, ସାକ୍ଷୀଙ୍କ ବୟାନ ଓ ସିସିଟିଭି ଫୁଟେଜ ସାମିଲ ଥିଲା। ଶୁଣାଣି ସମୟରେ ରାଜବୀର ବିରୋଧରେ ଏକ ଡଜନରୁ ଅଧିକ ସାକ୍ଷୀ ସାକ୍ଷ୍ୟ ଦେଇଥିଲେ। ପୋକ୍ସୋ କୋର୍ଟର ସ୍ବତନ୍ତ୍ର ବିଚାରପତି ସୋନିକା ଚୌଧୁରୀ ଫାଶୀ ଦଣ୍ଡାଦେଶ ସହ ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।