ନାବାଳିକାଙ୍କୁ ଅପହରଣ ଘଟଣା: ବନ୍ଧାହେଲେ ରସିକିଆ ରେଳ କର୍ମଚାରୀ । ପୋକ୍ସ କୋର୍ଟରେ ଖାରଜ ହେଲା ଜାମିନ

କନକ ବ୍ୟୁରୋ: ବନ୍ଧାହେଲେ ରସିକିଆ ରେଳ କର୍ମଚାରୀ। ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ରେଳ କର୍ମଚାରୀ ଗିରଫ। ବଲାଙ୍ଗୀର ମୁରିବାହାଲ ଅଞ୍ଚଳରୁ ଆସିଛି ସାଂଘାତିକ ଖବର । ମୁରିବାହାଲରୁ ନିଖୋଜ ଥିବା ଜଣେ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିବା ସହ ଅପହରଣ ଅଭିଯୋଗରେ ରେଳ କର୍ମଚାରୀଙ୍କୁ ଗିରଫ କରି ପୋକସୋ କୋର୍ଟ ଚାଲାଣ କରିଛି ।  ଅଭିଯୁକ୍ତ ଜଣଙ୍କ ହେଲେ ଲୋଇସିଂହା ଥାନା ମୁରସୁଣ୍ଡ ଗାଁର ୪୭ ବର୍ଷୀୟ ଘନଶ୍ୟାମ ଭୋଇ। ଘନଶ୍ୟାମ ବିବାହିତ ହୋଇଥିବାବେଳେ ଏବେ କେସିଙ୍ଗା ସହରରେ ରେଳ କର୍ମଚାରୀ ଭାବେ କାମ କରୁଛନ୍ତି ।  ସୂଚନା ଅନୁସାରେ ମୁରିବାହାଲର ନାବାଳିକା କଲେଜ ଛାତ୍ରୀଙ୍କ ଗତ ୯ତାରିଖରୁ ନିଖୋଜ ଥିବା ନେଇ ତାଙ୍କ ବାପା ଥାନାରେ ଏତଲା ଦେଇଥିଲେ। ଛାତ୍ରୀଜଣଙ୍କ କେସିଙ୍ଗା ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା ପୋଲିସ । ସେଠାରେ ଥିବା ଏକ ରେଳ ବିଭାଗ କୋଠରୀରେ ଚଢାଉ କରି ପୁଲିସ ତାଙ୍କୁ ଉଦ୍ଧାର କରିଛି।  ଉଭୟ ଛାତ୍ରୀ ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଇବା ସହ ଘଟଣାରେ ତଦନ୍ତ କରୁଛି ପୋଲିସ ।  ରେଳ କର୍ମଚାରୀ ଘନଶ୍ୟାମ ଭୋଇଙ୍କୁ ବଲାଙ୍ଗିର ପୋକସୋ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । 

ନାବାଳିକାଙ୍କୁ ଅପହରଣ ଘଟଣା: ବନ୍ଧାହେଲେ ରସିକିଆ ରେଳ କର୍ମଚାରୀ । ପୋକ୍ସ କୋର୍ଟରେ ଖାରଜ ହେଲା ଜାମିନ

କନକ ବ୍ୟୁରୋ: ବନ୍ଧାହେଲେ ରସିକିଆ ରେଳ କର୍ମଚାରୀ। ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ରେଳ କର୍ମଚାରୀ ଗିରଫ। ବଲାଙ୍ଗୀର ମୁରିବାହାଲ ଅଞ୍ଚଳରୁ ଆସିଛି ସାଂଘାତିକ ଖବର । ମୁରିବାହାଲରୁ ନିଖୋଜ ଥିବା ଜଣେ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିବା ସହ ଅପହରଣ ଅଭିଯୋଗରେ ରେଳ କର୍ମଚାରୀଙ୍କୁ ଗିରଫ କରି ପୋକସୋ କୋର୍ଟ ଚାଲାଣ କରିଛି । 

ଅଭିଯୁକ୍ତ ଜଣଙ୍କ ହେଲେ ଲୋଇସିଂହା ଥାନା ମୁରସୁଣ୍ଡ ଗାଁର ୪୭ ବର୍ଷୀୟ ଘନଶ୍ୟାମ ଭୋଇ। ଘନଶ୍ୟାମ ବିବାହିତ ହୋଇଥିବାବେଳେ ଏବେ କେସିଙ୍ଗା ସହରରେ ରେଳ କର୍ମଚାରୀ ଭାବେ କାମ କରୁଛନ୍ତି । 

ସୂଚନା ଅନୁସାରେ ମୁରିବାହାଲର ନାବାଳିକା କଲେଜ ଛାତ୍ରୀଙ୍କ ଗତ ୯ତାରିଖରୁ ନିଖୋଜ ଥିବା ନେଇ ତାଙ୍କ ବାପା ଥାନାରେ ଏତଲା ଦେଇଥିଲେ। ଛାତ୍ରୀଜଣଙ୍କ କେସିଙ୍ଗା ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା ପୋଲିସ । ସେଠାରେ ଥିବା ଏକ ରେଳ ବିଭାଗ କୋଠରୀରେ ଚଢାଉ କରି ପୁଲିସ ତାଙ୍କୁ ଉଦ୍ଧାର କରିଛି। 

ଉଭୟ ଛାତ୍ରୀ ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଇବା ସହ ଘଟଣାରେ ତଦନ୍ତ କରୁଛି ପୋଲିସ ।  ରେଳ କର୍ମଚାରୀ ଘନଶ୍ୟାମ ଭୋଇଙ୍କୁ ବଲାଙ୍ଗିର ପୋକସୋ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।