ନାବାଳିକାଙ୍କୁ ବଳାତ୍କାର କରି ୨ ବର୍ଷ ପରେ ଜେଲ୍ ଗଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୨୦ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଗତ ୨ ବର୍ଷରୁ ଊର୍ଦ୍ଧ୍ୱ ହେଲା ଫେରାର ଥିବା ଅଭିଯୁକ୍ତ ଶିବ ଗୌଡ଼ଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରି ବୁଧବାର ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଛି। ଥାନାରେ କେସ୍ ନଂ ୧୦୭/୨୨ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୨୦୨୨ ମାର୍ଚ୍ଚ ୧୦ରେ ପୀଡ଼ିତାଙ୍କ ମା’ […] The post ନାବାଳିକାଙ୍କୁ ବଳାତ୍କାର କରି ୨ ବର୍ଷ ପରେ ଜେଲ୍ ଗଲେ ଫେରାର ଅଭିଯୁକ୍ତ appeared first on Dharitri Odia News.
ଦିଗପହଣ୍ଡି,୨୦ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଗତ ୨ ବର୍ଷରୁ ଊର୍ଦ୍ଧ୍ୱ ହେଲା ଫେରାର ଥିବା ଅଭିଯୁକ୍ତ ଶିବ ଗୌଡ଼ଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରି ବୁଧବାର ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଛି। ଥାନାରେ କେସ୍ ନଂ ୧୦୭/୨୨ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୨୦୨୨ ମାର୍ଚ୍ଚ ୧୦ରେ ପୀଡ଼ିତାଙ୍କ ମା’ ଦିଗପହଣ୍ଡି ଥାନାରେ ଘଟଣା ସମ୍ପର୍କରେ ଏତଲା ଦେଇଥିଲେ।ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବା ସହ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ତାଙ୍କ ବୟାନ ରେକର୍ଡ କରିଥିଲେ। ଅଭିଯୁକ୍ତଙ୍କ ନାଁରେ ପୋକ୍ସୋ କୋର୍ଟ ପକ୍ଷରୁ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା। ଗିରଫ ଭୟରେ ଅଭିଯୁକ୍ତ ଜଣକ ଫେରାର ଥିଲେ। ମଙ୍ଗଳବାର ଅଭିଯୁକ୍ତ ଗାଁକୁ ଫେରିଥିବା ଖବର ପାଇ ରାତିରେ ଦିଗପହଣ୍ଡି ପୋଲିସ ଟିମ୍ ତାଙ୍କ ବାସଭବନରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ।
The post ନାବାଳିକାଙ୍କୁ ବଳାତ୍କାର କରି ୨ ବର୍ଷ ପରେ ଜେଲ୍ ଗଲେ ଫେରାର ଅଭିଯୁକ୍ତ appeared first on Dharitri Odia News.