ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ

ଭୁବନେଶ୍ୱର,୧୦ା୯(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଆଡ୍‌ ହକ୍‌ ଅତିରିକ୍ତ ଦୌରା ଜଜ୍‌ ତଥା ଫାଷ୍ଟ୍‌ ଟ୍ରାକ୍‌ ସ୍ପେଶାଲ କୋର୍ଟ(ପୋକ୍ସ)ର ବିଚାରପତି ସରୋଜ କୁମାର ସାହୁ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାରେ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦୀପୁ ବେହେରା ଓରଫ ଦୀପକ (୩୧)ଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ତାଙ୍କୁ ୧୦ବର୍ଷ ଜେଲଦଣ୍ଡ ହୋଇଛି। ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ଏହି ଜରିମାନା ନ ଦେଇପାରିଲେ ଦୋଷୀ ଦୀପକଙ୍କୁ […] The post ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ appeared first on Dharitri Odia News.

ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ

ଭୁବନେଶ୍ୱର,୧୦ା୯(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଆଡ୍‌ ହକ୍‌ ଅତିରିକ୍ତ ଦୌରା ଜଜ୍‌ ତଥା ଫାଷ୍ଟ୍‌ ଟ୍ରାକ୍‌ ସ୍ପେଶାଲ କୋର୍ଟ(ପୋକ୍ସ)ର ବିଚାରପତି ସରୋଜ କୁମାର ସାହୁ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାରେ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦୀପୁ ବେହେରା ଓରଫ ଦୀପକ (୩୧)ଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ତାଙ୍କୁ ୧୦ବର୍ଷ ଜେଲଦଣ୍ଡ ହୋଇଛି। ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ଏହି ଜରିମାନା ନ ଦେଇପାରିଲେ ଦୋଷୀ ଦୀପକଙ୍କୁ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ମାମଲାର ବିବରଣୀ ଅନୁଯାୟୀ, ବାଲିଅନ୍ତା ଥାନା ଅଞ୍ଚଳର ଏକ ଗାଁରେ ୨୦୨୦ ଅଗଷ୍ଟ ୧୬ରେ ଏହି ଲଜ୍ଜାକର ଘଟଣା ଘଟିଥିଲା। ୧୪ ବର୍ଷୀୟା ନାବାଳିକା ପୀଡ଼ିତା ଏବଂ ଅଭିଯୁକ୍ତ ଦୀପକ ଗୋଟିଏ ଗ୍ରାମର ବାସିନ୍ଦା। ଅଗଷ୍ଟ ୧୬ ସା ପ୍ରାୟ ୭ଟା ବେଳେ ପୀଡ଼ିତାଙ୍କ ମା’ ରୋଷେଇ କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ନାବାଳିକା ଜଣଙ୍କ ଘର ପଛ ପାର୍ଶ୍ୱକୁ ଶୌଚ ହେବା ପାଇଁ ଯାଇଥିଲେ। ସେଠାରେ ଅନ୍ୟ କେହି ନ ଥିବାର ସୁଯୋଗ ନେଇ ଦୀପକ ଏକ ଗାମୁଛା ସାହାଯ୍ୟରେ ପୀଡିତାଙ୍କ ପାଟିକୁ ଖୁବଜୋରରେ ଚାପିଧରି ତାଙ୍କୁ ନିକଟସ୍ଥ ଘଞ୍ଚବୁଦା ନିକଟକୁ ଟେକି ନେଇଯାଇଥିଲେ। ସେଠାରେ ନାବାଳିକାଙ୍କୁ ଦୀପକ ବଳାତ୍କାର କରିଥିଲେ। ପରେ ପୀଡ଼ିତା ଜଣଙ୍କ କୌଶଳ କ୍ରମେ ଦୀପକଙ୍କ କବଳରୁ ଖସି ଆସି କାନ୍ଦି କାନ୍ଦି ନିଜ ମାଙ୍କୁ ଏହି ଘଟଣା ବିଷୟରେ ଖୋଲି କହିଥିଲେ। ପରେ ସମ୍ପୃକ୍ତ ଗ୍ରାମର ୱାର୍ଡ ମେମ୍ବର ଓ କିଛି ବରିଷ୍ଠ ଭଦ୍ରବ୍ୟକ୍ତି ଘଟଣାର ଆପୋସ ସମାଧାନ କରିବାକୁ ପ୍ରୟାସ କରି ଏକ ଗ୍ରାମ ସଭାର ଆୟୋଜନ କରିଥିଲେ। ଏହି ସଭାରେ ଅଭିଯୁକ୍ତ ଦୀପକ ଏବଂ ତାଙ୍କ ବାପାଙ୍କୁ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଥିଲା। ହେଲେ ଦୀପକ କିମ୍ବା ତାଙ୍କ ବାପା ଘଟଣାକୁ ଆଡ଼େଇ ଦେଇ ଉକ୍ତ ସଭାରେ ଯୋଗଦେଇ ନ ଥିଲେ। ତେବେ ଏହି ଘଟଣାର କୌଣସି ଆପୋସ ସମାଧାନ ହୋଇ ନ ପାରିବାରୁ ପୀଡ଼ିତା ଜଣଙ୍କ ଅଗଷ୍ଟ ୨୧ରେ ବାଲିଅନ୍ତା ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲାକୁ ଆଧାର କରି ପୋକ୍ସ ଆକ୍ଟର ସେକ୍ସନ-୪ ଓ ଆଇପିସି ଦଫା ୩୭୬(୩)ରେ ଏକ ମାମଲା (ନଂ. ୧୮୨/୨୦୨୪) ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ଦୀପକଙ୍କୁ ଗିରଫ କରିଥିଲା। ଅକ୍ଟୋବର ୧୮ରେ ପୋଲିସ ଏହି ମାମଲାର ଚାର୍ଜଶିଟ୍‌ ଦାଖଲ କରିଥିଲା। କୋର୍ଟ ଏହି ମାମଲାରେ ୧୪ଜଣଙ୍କ ସାକ୍ଷ୍ୟ ଓ ଅନ୍ୟାନ୍ୟ ଦସ୍ତାବିଜ୍‌କୁ ଆଧାର କରି ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ମାମଲାକୁ ସ୍ବତନ୍ତ୍ର ପବ୍ଲିକ୍‌ ପ୍ରୋସିକ୍ୟୁଟର ରାଜୀବ ସାସମଲ ଓ ଅତିରିକ୍ତ ପବ୍ଲିକ୍‌ ପ୍ରୋସିକ୍ୟୁଟର ବଳରାମ ଦେଓ ପରିଚାଳନା କରିଥିଲେ।

The post ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ appeared first on Dharitri Odia News.