ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ, କଟକରେ ବିଜେଡି ଛାତ୍ର ସଂଗଠନର ବିକ୍ଷୋଭ
କଟକ: ନାରୀ ନିର୍ଯାତନା ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଲା ବିଜେଡି ଛାତ୍ର ଓ ଯୁବ ସଂଗଠନ। କଟକ ନଗର ଶାଖା ପକ୍ଷରୁ ଶୁକ୍ରବାର କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ବିଜେଡି ଛାତ୍ର ଓ ଯୁବ ସଂଗଠନ।ବିଶେଷକରି ଏଫଏମ୍ କଲେଜ ଛାତ୍ରୀ ଆତ୍ମହୁତି ଘଟଣାରେ ଖୁବ ବର୍ଷିଛି ବିଜେଡି। ନାରୀ ନିର୍ଯାତନା ରୋକିବା ଦିଗରେ ସରକାର ଠୋସ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରାଯାଇଛି। ଯଦି ଏହା ପରିସ୍ଥିତିରେ ସୁଧାର ନଆସେ ତେବେ ଆଗକୁ ଆହୁରି ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।
କଟକ: ନାରୀ ନିର୍ଯାତନା ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଲା ବିଜେଡି ଛାତ୍ର ଓ ଯୁବ ସଂଗଠନ। କଟକ ନଗର ଶାଖା ପକ୍ଷରୁ ଶୁକ୍ରବାର କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ବିଜେଡି ଛାତ୍ର ଓ ଯୁବ ସଂଗଠନ।
ବିଶେଷକରି ଏଫଏମ୍ କଲେଜ ଛାତ୍ରୀ ଆତ୍ମହୁତି ଘଟଣାରେ ଖୁବ ବର୍ଷିଛି ବିଜେଡି। ନାରୀ ନିର୍ଯାତନା ରୋକିବା ଦିଗରେ ସରକାର ଠୋସ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରାଯାଇଛି। ଯଦି ଏହା ପରିସ୍ଥିତିରେ ସୁଧାର ନଆସେ ତେବେ ଆଗକୁ ଆହୁରି ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।