‘ନାରୀ-ପୁରୁଷଙ୍କୁ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନର ଆବଶ୍ୟକତା ଜରୁରୀ’
ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): ଅନେକ ସମୟରେ ନାରୀନିର୍ଯାତନା, ବଳାତ୍କାର ଭଳି ଘଟଣା ବୃଦ୍ଧି ପାଉଥିବା ବେଳେ ଏଥିରେ ନାବାଳିକାମାନେ ମଧ୍ୟ୍ୟ ବାଦ ପଡ଼ିନାହାନ୍ତି। ତେଣୁ ଏବେ ସମାଜରେ ଏଭଳି ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି। ବିଶେଷ କରି ଯୌନଉତ୍ପୀଡନ ସୁରକ୍ଷା ଆଇନ ସମ୍ପର୍କରେ ଜନସଚେତନର ଆବଶ୍ୟକତା ରହିଛି। ସମସ୍ତେ ଏହି ଆଇନ ସମ୍ପର୍କରେ ସଚେତନ ହେବା ସହ ଯଦି ଏଭଳି ଯୌନ ନିର୍ଯାତନାର ଶିକାର ହେଉଛନ୍ତି ତେବେ ଏହାର ପ୍ରତିବାଦ କରିବା ସହ ଆଇନର […] The post ‘ନାରୀ-ପୁରୁଷଙ୍କୁ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନର ଆବଶ୍ୟକତା ଜରୁରୀ’ appeared first on Dharitri Odia News.
ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): ଅନେକ ସମୟରେ ନାରୀନିର୍ଯାତନା, ବଳାତ୍କାର ଭଳି ଘଟଣା ବୃଦ୍ଧି ପାଉଥିବା ବେଳେ ଏଥିରେ ନାବାଳିକାମାନେ ମଧ୍ୟ୍ୟ ବାଦ ପଡ଼ିନାହାନ୍ତି। ତେଣୁ ଏବେ ସମାଜରେ ଏଭଳି ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି। ବିଶେଷ କରି ଯୌନଉତ୍ପୀଡନ ସୁରକ୍ଷା ଆଇନ ସମ୍ପର୍କରେ ଜନସଚେତନର ଆବଶ୍ୟକତା ରହିଛି। ସମସ୍ତେ ଏହି ଆଇନ ସମ୍ପର୍କରେ ସଚେତନ ହେବା ସହ ଯଦି ଏଭଳି ଯୌନ ନିର୍ଯାତନାର ଶିକାର ହେଉଛନ୍ତି ତେବେ ଏହାର ପ୍ରତିବାଦ କରିବା ସହ ଆଇନର ଆଶ୍ରୟ ନେବାକୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବ୍ଲକ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡାଙ୍କ ସଂଯୋଜନାରେ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାରପତି ମଧୁସ୍ମିତା ନାୟକ ଯୋଗଦେଇ ଉପସ୍ଥିତ ବ୍ଲକ କର୍ମଚାରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟମାନଙ୍କୁ ଏହି ଆଇନ ସମ୍ପର୍କରେ ସଚେତନ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସରକାରୀ ଓକିଲ ଉମେଶ କର, ଓକିଲ ସଙ୍ଘର ସମ୍ପାଦକ ଇନ୍ଦ୍ରମଣୀ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ରହିଥିଲେ। ସରକାରୀ ଓକିଲ ଉମେଶ କର ଉପସ୍ଥିତ ଲୋକଙ୍କୁ ଏହି ଆଇନ ସମ୍ପର୍କରେ ପୁଙ୍ଖନୁପୁଙ୍ଖ ଭାବେ ବୁଝାଇଥିଲେ।
The post ‘ନାରୀ-ପୁରୁଷଙ୍କୁ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନର ଆବଶ୍ୟକତା ଜରୁରୀ’ appeared first on Dharitri Odia News.