ନାରୀଶକ୍ତି ବନ୍ଦନ ସମାବେଶ କଲେ ବିଜେପି ପ୍ରାର୍ଥୀ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଆଜି ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକଙ୍କ ଦ୍ଵାରା ନାରୀଶକ୍ତି ବନ୍ଦନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସାହରପଡା ବ୍ଲକର ମଲ୍ହାରପଦା ,ଘୋଳକୁଣ୍ଡ, ପୁରୁଣାପଣି, ମେଦିନିପୁର, ଖଜୁରିଡିହା ଆଦି ଗ୍ରାମରେ ଅନୁଷ୍ଠିତ ସମାବେଶରେ ଜିଲ୍ଲା ପ୍ରଭାରୀ ବାଦଲ ବେହେରା ସଂଯୋଜକ ସୁଦର୍ଶନ ମହାନ୍ତ, ପୂର୍ବତନ ସାହରପଡା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ଦଳୀୟ ନେତା ଦୀପୁ ଖଟୁଆ, ଜିଲ୍ଲା ସମ୍ପାଦିକା ସୋମବାରି ମୁଣ୍ଡା ପୂର୍ବତନ ସରପଞ୍ଚ ଶିବାନୀ ଚାମ୍ପିଆ ପ୍ରମୁଖ […]

ନାରୀଶକ୍ତି ବନ୍ଦନ ସମାବେଶ କଲେ ବିଜେପି ପ୍ରାର୍ଥୀ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଆଜି ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକଙ୍କ ଦ୍ଵାରା ନାରୀଶକ୍ତି ବନ୍ଦନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସାହରପଡା ବ୍ଲକର ମଲ୍ହାରପଦା ,ଘୋଳକୁଣ୍ଡ, ପୁରୁଣାପଣି, ମେଦିନିପୁର, ଖଜୁରିଡିହା ଆଦି ଗ୍ରାମରେ ଅନୁଷ୍ଠିତ ସମାବେଶରେ ଜିଲ୍ଲା ପ୍ରଭାରୀ ବାଦଲ ବେହେରା ସଂଯୋଜକ ସୁଦର୍ଶନ ମହାନ୍ତ, ପୂର୍ବତନ ସାହରପଡା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ଦଳୀୟ ନେତା ଦୀପୁ ଖଟୁଆ, ଜିଲ୍ଲା ସମ୍ପାଦିକା ସୋମବାରି ମୁଣ୍ଡା ପୂର୍ବତନ ସରପଞ୍ଚ ଶିବାନୀ ଚାମ୍ପିଆ ପ୍ରମୁଖ ଅନ୍ୟମାନେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ମୋଦୀ ସରକାରଙ୍କ ଜନହିତକାରୀ ଯୋଜନାର ଫାଇଦା ଓ ଦଳୀୟ ଇସ୍ତାହାର ସମ୍ପର୍କରେ ସୂଚନା ଦେଇଥିଲେ।