ନାଲକୋ ଛକରେ କାର୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଟ୍ରାଫିକ୍ ପୋଷ୍ଟ
ବାରଙ୍ଗ ୨୨।୦୨: ପୁଣି ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ନାଲକୋ ଛକରେ କାର୍ ଟ୍ରାକ୍ଟର ମୁହାଁମୁହିଁ ଧକ୍କା। ଜୋରଦାର ଧକ୍କାରେ ଭାଙ୍ଗିଲା ଟ୍ରାଫିକ ପୋଷ୍ଟ। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଦୁଇଟି ପିସିଆର ସହ ମୈତ୍ରୀ ବିହାର ଥାନା ପୁଲିସ୍ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି। ଡ୍ରଙ୍କେନ୍ ଡ୍ରାଇଭ୍ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୂଚନା। ଖବର ଅନୁଯାୟୀ, ନାଲକୋ ଛକରେ କାର୍ - ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଛି। ପ୍ରେସ ଛକ ପଟୁ ଗୋଟିଏ ମାରୁତି ସେଲେରିଓ ଦ୍ରୁତ ଗତିରେ ଆସୁଥିବା ବେଳେ ଜୟଦେବ ବିହାରରୁ ପ୍ରେସ ଛକ ଯାଉଥିବା ଟ୍ରାକ୍ଟର ସହିତ ଜୋରଦାର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ନାଲକୋ ଛକ ଟ୍ରାଫିକ ପୋଷ୍ଟ ଭାଙ୍ଗିଥିବା ବେଳେ ତିନିଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ମିଳିନଥିବା ବେଳେ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ମୈତ୍ରୀ ବିହାର ଥାନା ପୁଲିସ୍ ଦୁଇଟି ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି। https://www.prameyanews7.com/jackie-bhagnani-and-rakul-preet-tied-in-the-bond-of-seven-lives-first-pictures-of-the-couples-wedding-surfaced/ The post ନାଲକୋ ଛକରେ କାର୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଟ୍ରାଫିକ୍ ପୋଷ୍ଟ appeared first on Prameya News7.
ବାରଙ୍ଗ ୨୨।୦୨: ପୁଣି ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ନାଲକୋ ଛକରେ କାର୍ ଟ୍ରାକ୍ଟର ମୁହାଁମୁହିଁ ଧକ୍କା। ଜୋରଦାର ଧକ୍କାରେ ଭାଙ୍ଗିଲା ଟ୍ରାଫିକ ପୋଷ୍ଟ। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଦୁଇଟି ପିସିଆର ସହ ମୈତ୍ରୀ ବିହାର ଥାନା ପୁଲିସ୍ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି। ଡ୍ରଙ୍କେନ୍ ଡ୍ରାଇଭ୍ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୂଚନା।

ଖବର ଅନୁଯାୟୀ, ନାଲକୋ ଛକରେ କାର୍ - ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଛି। ପ୍ରେସ ଛକ ପଟୁ ଗୋଟିଏ ମାରୁତି ସେଲେରିଓ ଦ୍ରୁତ ଗତିରେ ଆସୁଥିବା ବେଳେ ଜୟଦେବ ବିହାରରୁ ପ୍ରେସ ଛକ ଯାଉଥିବା ଟ୍ରାକ୍ଟର ସହିତ ଜୋରଦାର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ନାଲକୋ ଛକ ଟ୍ରାଫିକ ପୋଷ୍ଟ ଭାଙ୍ଗିଥିବା ବେଳେ ତିନିଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ମିଳିନଥିବା ବେଳେ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ମୈତ୍ରୀ ବିହାର ଥାନା ପୁଲିସ୍ ଦୁଇଟି ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି।
The post ନାଲକୋ ଛକରେ କାର୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଟ୍ରାଫିକ୍ ପୋଷ୍ଟ appeared first on Prameya News7.