ନାଳରୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର, ସିସିଟିଭିରେ ଫୋପାଡ଼ିବା ସମୟର ଦୃଶ୍ୟ କଏଦ

ବ୍ରହ୍ମପୁର: ପିଲା ଜନ୍ମ ହେଲେ ସଂସାର ପୂରି ଉଠେ । କୁଆଁ କୁଆଁ କାନ୍ଦରେ ଘର ଫାଟି ଉଠେ । ପରିବାର ଲୋକ ଖୁସିରେ ଆତ୍ମହରା ହୋଇ ଉଠନ୍ତି । କିନ୍ତୁ ଏସବୁ ବାକ୍ୟ ଆଜି କାହିଁ ନିରର୍ଥକ ଲାଗୁଛି । କାରଣ ଏଥିରେ ରହୁଛି ଭେଦଭାବ ! ଆଉ କିଛି ଦିନ ପରେ ମାଆ ଦଶଭୂଜାଙ୍କୁ ଆରାଧନା କରାଯିବ । ନାରୀ ଶକ୍ତିକୁ ପୂଜା କରାଯିବ । କିନ୍ତୁ ମୂର୍ତ୍ତିରେ ମାଆଙ୍କୁ ଖୋଜୁଥିବା ଆଜିର ମଣିଷ ଭିତରେ ଯେପରି ମାନବିକତା ହିଁ ନାହିଁ । ଏସବୁ କହିବା ପଛରେ ରହିଛି ବ୍ରହ୍ମପୁର ସହରରୁ ଆସିଥିବା ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଖବର । ମନକୁ ବିଚଳିତ ଏବଂ ବ୍ୟଥିତ କଲା ପରି ଦୃଶ୍ୟ । ଡ୍ରେନରୁ ମିଳିଛି ନବଜାତ ଶିଶୁ କନ୍ୟାର ମୃତ ଦେହ । ସହରର ୨୨ ନମ୍ବର ୱାର୍ଡର ଏକ ନାଳରୁ ମୃତ ଅବସ୍ଥାରେ ଶିଶୁ କନ୍ୟା ଉଦ୍ଧାର ହୋଇଛି । ବାଧ୍ୟବାଧକତା ଯୋଗୁଁ ସେଇ ନବଜାତକକୁ ଦେଖାଇ ପାରୁ ନାହୁଁ । କିନ୍ତୁ ବିଶ୍ୱାସ କରନ୍ତୁ ମନ ବିଚଳିତ ହୋଇଯିବ । କେହି ଜଣେ ବୟସ୍କ ବ୍ୟକ୍ତି ଏକ ବ୍ୟାଗରେ ଆଣି ନାଳରେ ଫୋପାଡୁଥିବା ଦୃଶ୍ୟ ସିସି ଟିଭିରୁ ଜଣାପଡୁଛି । ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖା ଯାଇଥିଲା । ପୁଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ମୃତ ଶିଶୁ କନ୍ୟାକୁ ଉଦ୍ଧାର କରି ଅଧିକ ତଦନ୍ତ କରୁଛି । ସ୍ଥାନୀୟ କର୍ପୋରେଟର ଅଭିଯୁକ୍ତଙ୍କୁ ଧରାଇଲେ ୫ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି । ତେବ

ନାଳରୁ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର, ସିସିଟିଭିରେ ଫୋପାଡ଼ିବା ସମୟର ଦୃଶ୍ୟ କଏଦ

ବ୍ରହ୍ମପୁର: ପିଲା ଜନ୍ମ ହେଲେ ସଂସାର ପୂରି ଉଠେ । କୁଆଁ କୁଆଁ କାନ୍ଦରେ ଘର ଫାଟି ଉଠେ । ପରିବାର ଲୋକ ଖୁସିରେ ଆତ୍ମହରା ହୋଇ ଉଠନ୍ତି । କିନ୍ତୁ ଏସବୁ ବାକ୍ୟ ଆଜି କାହିଁ ନିରର୍ଥକ ଲାଗୁଛି । କାରଣ ଏଥିରେ ରହୁଛି ଭେଦଭାବ ! ଆଉ କିଛି ଦିନ ପରେ ମାଆ ଦଶଭୂଜାଙ୍କୁ ଆରାଧନା କରାଯିବ । ନାରୀ ଶକ୍ତିକୁ ପୂଜା କରାଯିବ । କିନ୍ତୁ ମୂର୍ତ୍ତିରେ ମାଆଙ୍କୁ ଖୋଜୁଥିବା ଆଜିର ମଣିଷ ଭିତରେ ଯେପରି ମାନବିକତା ହିଁ ନାହିଁ । ଏସବୁ କହିବା ପଛରେ ରହିଛି ବ୍ରହ୍ମପୁର ସହରରୁ ଆସିଥିବା ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଖବର । ମନକୁ ବିଚଳିତ ଏବଂ ବ୍ୟଥିତ କଲା ପରି ଦୃଶ୍ୟ । 

ଡ୍ରେନରୁ ମିଳିଛି ନବଜାତ ଶିଶୁ କନ୍ୟାର ମୃତ ଦେହ । ସହରର ୨୨ ନମ୍ବର ୱାର୍ଡର ଏକ ନାଳରୁ ମୃତ ଅବସ୍ଥାରେ ଶିଶୁ କନ୍ୟା ଉଦ୍ଧାର ହୋଇଛି । ବାଧ୍ୟବାଧକତା ଯୋଗୁଁ ସେଇ ନବଜାତକକୁ ଦେଖାଇ ପାରୁ ନାହୁଁ । କିନ୍ତୁ ବିଶ୍ୱାସ କରନ୍ତୁ ମନ ବିଚଳିତ ହୋଇଯିବ । କେହି ଜଣେ ବୟସ୍କ ବ୍ୟକ୍ତି ଏକ ବ୍ୟାଗରେ ଆଣି ନାଳରେ ଫୋପାଡୁଥିବା ଦୃଶ୍ୟ ସିସି ଟିଭିରୁ ଜଣାପଡୁଛି । ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖା ଯାଇଥିଲା । ପୁଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ମୃତ ଶିଶୁ କନ୍ୟାକୁ ଉଦ୍ଧାର କରି ଅଧିକ ତଦନ୍ତ କରୁଛି । ସ୍ଥାନୀୟ କର୍ପୋରେଟର ଅଭିଯୁକ୍ତଙ୍କୁ ଧରାଇଲେ ୫ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି କିଏ କାହିଁକି ଏଭଳି କାଣ୍ଡ କରିଛି ? ଏ ବୟସ୍କ ବ୍ୟକ୍ତି ଜଣକ କିଏ ? ବୃଦ୍ଧ ଜଣକ କାହିଁକି ଶିଶୁ କନ୍ୟାକୁ ନାଳରେ ଫୋପାଡ଼ିଲେ ? ସତରେ କଣ ଆଜିର ସମୟରେ ଅଲୋଡ଼ା ହୋଇଛନ୍ତି କନ୍ୟା ରତ୍ନ ? ନାଁ ଇଏ ବିକୃତ ମାନସିକତାର ପରିଚୟ ?