ନାଳରେ ରକ୍ତ ଭାସୁଥିବାରୁ ଦେଖି ଗୋଷ୍ଠୀ ସଂଘର୍ଷ: ୧୪୪ ଧାରା ଜାରି
ବାଲେଶ୍ବର ଅଫିସ, ୧୭।୬- ବାଲେଶ୍ୱର ସହର ସ୍ଥିତ ଭୁଜାଖିଆ ପୀର ନିକଟସ୍ଥ ନାଳରେ ରକ୍ତ ଭାସୁଥିବାରୁ ଦେଖି ଗୋଷ୍ଠୀ ସଂଘର୍ଷ ହୋଇଛି। ସ୍ଥାନୀୟ ଗାଁ ତଥା ସୁନହଟ ଅଞ୍ଚଳର ଲୋକେ ନିକଟସ୍ଥ ଏକ ସ୍କୁଲ ପଛପଟେ ଗୋରୁ କଟା ଯାଉଥିବାର ଦେଖି ବିରୋଧ କରିବା ସହ ଟାଉନ ଥାନାରେ ଜଣାଇଥିଲେ। ଥାନା ଅଧିକାରୀ ଏହାକୁ ଅଣଦେଖା କରିବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା। ପରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା। ଉଭୟ ହିନ୍ଦୁ ଓ ମୁସଲମାନ ଲୋକ ଗୋଷ୍ଠୀବଦ୍ଧ […] The post ନାଳରେ ରକ୍ତ ଭାସୁଥିବାରୁ ଦେଖି ଗୋଷ୍ଠୀ ସଂଘର୍ଷ: ୧୪୪ ଧାରା ଜାରି appeared first on Dharitri Odia News.
ବାଲେଶ୍ବର ଅଫିସ, ୧୭।୬- ବାଲେଶ୍ୱର ସହର ସ୍ଥିତ ଭୁଜାଖିଆ ପୀର ନିକଟସ୍ଥ ନାଳରେ ରକ୍ତ ଭାସୁଥିବାରୁ ଦେଖି ଗୋଷ୍ଠୀ ସଂଘର୍ଷ ହୋଇଛି। ସ୍ଥାନୀୟ ଗାଁ ତଥା ସୁନହଟ ଅଞ୍ଚଳର ଲୋକେ ନିକଟସ୍ଥ ଏକ ସ୍କୁଲ ପଛପଟେ ଗୋରୁ କଟା ଯାଉଥିବାର ଦେଖି ବିରୋଧ କରିବା ସହ ଟାଉନ ଥାନାରେ ଜଣାଇଥିଲେ। ଥାନା ଅଧିକାରୀ ଏହାକୁ ଅଣଦେଖା କରିବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା। ପରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା। ଉଭୟ ହିନ୍ଦୁ ଓ ମୁସଲମାନ ଲୋକ ଗୋଷ୍ଠୀବଦ୍ଧ ଭାବରେ ଟେକା ପଥର ମାଡ କରିଥିଲେ। ଦୀର୍ଘ ସମୟ ପରେ ଘଟଣାସ୍ଥଳରେ ପୋଲିସ ପହଁଛିଥିଲେ ମଧ୍ୟ ଗଣ୍ଡଗୋଳ ଲାଗି ରହିଛି। ଲୋକମାନେ ସହର ଚାନ୍ଦିପୁରକୁ ଯୋଗାଯୋଗ କରୁଥିବା ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ମୁତୟନ ହୋଇଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଇଦ ପର୍ବରେ ଗୋ ହତ୍ୟାକୁ ନେଇ ଏହି ରାସ୍ତା ଅବରୋଧ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁ ସ୍ଥିତି ଗମ୍ଭୀର ଥିବା ଜଣାପଡିଛି। ଘଟଣାସ୍ଥଳରେ ୧୪୪ ଧାରା ଜାରି ହୋଇଛି।
The post ନାଳରେ ରକ୍ତ ଭାସୁଥିବାରୁ ଦେଖି ଗୋଷ୍ଠୀ ସଂଘର୍ଷ: ୧୪୪ ଧାରା ଜାରି appeared first on Dharitri Odia News.