ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା, ଜୀବଜନ୍ତୁଙ୍କ ରକ୍ଷା ନେଇ ସଚେତନତା

କେସିଙ୍ଗା,୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବଗାଡ଼ ବନସୁରକ୍ଷା ସମିତିର ସଭାପତି ଧନୁ ଭୋଇଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଟାଙ୍ଗରା କଟା ପରିସରରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମିତିର ସମ୍ପାଦକ ତଥା ବନପାଳ ଯଶୋବନ୍ତ ନାଏକଙ୍କ ନେତୃତ୍ୱରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବନ ସୁରକ୍ଷା ସମିତି ବଗାଡ଼ର ମୃତ ସଦସ୍ୟଙ୍କ ପାଇଁ ପ୍ରଥମେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସମିତିର ସମ୍ପାଦକ ତଥା […] The post ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା, ଜୀବଜନ୍ତୁଙ୍କ ରକ୍ଷା ନେଇ ସଚେତନତା appeared first on Dharitri Odia News.

ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା, ଜୀବଜନ୍ତୁଙ୍କ ରକ୍ଷା ନେଇ ସଚେତନତା

କେସିଙ୍ଗା,୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବଗାଡ଼ ବନସୁରକ୍ଷା ସମିତିର ସଭାପତି ଧନୁ ଭୋଇଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଟାଙ୍ଗରା କଟା ପରିସରରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମିତିର ସମ୍ପାଦକ ତଥା ବନପାଳ ଯଶୋବନ୍ତ ନାଏକଙ୍କ ନେତୃତ୍ୱରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବନ ସୁରକ୍ଷା ସମିତି ବଗାଡ଼ର ମୃତ ସଦସ୍ୟଙ୍କ ପାଇଁ ପ୍ରଥମେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସମିତିର ସମ୍ପାଦକ ତଥା ବନପାଳ ଯଶୋବନ୍ତ ନାଏକ ବିବରଣୀ ପଠନ କରିଥିଲେ। ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଓ ଜୀବଜନ୍ତୁଙ୍କୁ ନିଆଁ ଦାଉରୁ କିପରି ସୁରକ୍ଷା କରିବା ଆଦି ବିଷୟରେ ବନପାଳ ବିସ୍ତୃତ ଭାବେ ଉପସ୍ଥିତ ସମିତି ସଦସ୍ୟଙ୍କୁ ବୁଝାଇ ଥିଲେ। ସମିତିର ସଭାପତି ଧନୁ ଭୋଇ, ବନପାଳ ଯଶୋବନ୍ତ ନାଏକଙ୍କ ସମେତ ବନ କର୍ମଚାରୀଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା କରିଥିବାବେଳେ ସମ୍ପାଦକ ଧନ୍ୟବାଦ ଦେଇଥିଲେ।

The post ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା, ଜୀବଜନ୍ତୁଙ୍କ ରକ୍ଷା ନେଇ ସଚେତନତା appeared first on Dharitri Odia News.