ନିଆଁଲିଭା ଯନ୍ତ୍ର ତିଆରି ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ଜୀବନ୍ତ ଜଳିଗଲେ ୮ ଶ୍ରମିକ, ଅନେକ ଗୁରୁତର
ନୂଆଦିଲ୍ଲୀ: ଗୁରୁଗାଁଓରେ ଭୟଙ୍କର ବିସ୍ଫୋରଣ । ନିଆଁଲିଭା ଯନ୍ତ୍ର ତିଆରି ହେଉଥିବା ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ ହୋଇଛି । ଏହି ଅଘଟଣରେ ପ୍ରାୟ ୮ଜଣ ଶ୍ରମିକ ଜୀବନ୍ତ ଜଳିଯାଇଥିଲା ସୂଚନା ରହିଛି । ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ୧୦ ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିପଡ଼ିଛନ୍ତି । ଗୁରୁଗାଁଓର ଦୌଲତାବାଗ ଅଞ୍ଚଳରେ ଶୁକ୍ରବାର ବିଲମ୍ବିତ ରାତିରେ ଏହି ଅଘଟଣ ଘଟିଛି । ସୂଚନା ଅନୁଯାୟୀସ ରାତି ପ୍ରାୟ ୨ଟା ବେଳେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ନିଆଁଲିଭା ଯନ୍ତ୍ର କମ୍ପାନିରେ ବିସ୍ଫୋରଣ ହେବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆକାଶ ପ୍ରାୟ ୩ କିଲୋମିଟର ଯାଏ ଧୁଆଁ ଧୁଆଁ ହୋଇଯାଇଥିଲା । ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ, ଏଥିରେ ୮ଜଣ ଜୀବନ୍ତ ଜଳିଯାଇଛନ୍ତି । ଗୁରୁତର ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଂକା କରାଯାଉଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଫ୍ୟାକ୍ଟ୍ରିରେ ଫସି ରହିଥିବା ଲୋକଙ୍କ ରେସକ୍ୟୁ କରୁଛନ୍ତି । ଅନ୍ୟପଟେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ୧୦ ଅଧିକ କାରଖାନାରେ ବିଭିନ୍ନ ସାମଗ୍ରୀ ତଳକୁ ଖସି ପଡ଼ିଥିଲା ।
ନୂଆଦିଲ୍ଲୀ: ଗୁରୁଗାଁଓରେ ଭୟଙ୍କର ବିସ୍ଫୋରଣ । ନିଆଁଲିଭା ଯନ୍ତ୍ର ତିଆରି ହେଉଥିବା ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ ହୋଇଛି । ଏହି ଅଘଟଣରେ ପ୍ରାୟ ୮ଜଣ ଶ୍ରମିକ ଜୀବନ୍ତ ଜଳିଯାଇଥିଲା ସୂଚନା ରହିଛି । ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ୧୦ ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିପଡ଼ିଛନ୍ତି ।

ଗୁରୁଗାଁଓର ଦୌଲତାବାଗ ଅଞ୍ଚଳରେ ଶୁକ୍ରବାର ବିଲମ୍ବିତ ରାତିରେ ଏହି ଅଘଟଣ ଘଟିଛି । ସୂଚନା ଅନୁଯାୟୀସ ରାତି ପ୍ରାୟ ୨ଟା ବେଳେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା । ନିଆଁଲିଭା ଯନ୍ତ୍ର କମ୍ପାନିରେ ବିସ୍ଫୋରଣ ହେବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆକାଶ ପ୍ରାୟ ୩ କିଲୋମିଟର ଯାଏ ଧୁଆଁ ଧୁଆଁ ହୋଇଯାଇଥିଲା । ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ, ଏଥିରେ ୮ଜଣ ଜୀବନ୍ତ ଜଳିଯାଇଛନ୍ତି । ଗୁରୁତର ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଂକା କରାଯାଉଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଫ୍ୟାକ୍ଟ୍ରିରେ ଫସି ରହିଥିବା ଲୋକଙ୍କ ରେସକ୍ୟୁ କରୁଛନ୍ତି । ଅନ୍ୟପଟେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ୧୦ ଅଧିକ କାରଖାନାରେ ବିଭିନ୍ନ ସାମଗ୍ରୀ ତଳକୁ ଖସି ପଡ଼ିଥିଲା ।