ନିଆଳିରେ ବାତ୍ୟା ମୁକାବିଲା ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କରୁଛନ୍ତି ପ୍ରାଶାସନିକ ଅଧିକାରୀ

ନିଆଳି: ମାଡ଼ି ଆସୁଛି ବାତ୍ୟା ଦାନା । ପାଣିପାଗ ବିଭାଗର ସଦ୍ୟ ତଥ୍ୟ ଅନୁଯାୟୀ, ପାରାଦୀପଠାରୁ ୬୪୦ କିମି ଦୂରରେ ରହିଛି ଦାନା। ସେପଟେ ବାତ୍ୟା ମୁକାବିଲା ପାଇଁ ଜୋରଦାର କରାଯାଇଛି ପ୍ରସ୍ତୁତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏମିତିରେ ବାତ୍ୟା ଦାନାକୁ ନେଇ ପୂରା ରାଜ୍ୟ ଆଶଙ୍କା ଓ ଭୟରେ ଥିବାବେଳେ, ରେଡ ଜୋନରେ ଥିବା କଟକ ଜିଲ୍ଲା ନିଆଳି କଣ୍ଟାପଡ଼ା ଅଡ଼ଶପୁର ଓ ଦ୍ବୀପାଞ୍ଚଳ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ଏଥିପାଇଁ ବାତ୍ୟା ଆଶ୍ରୟସ୍ଥଳୀ, ଗୃହପାଳିତ ପଶୁଙ୍କୁ ଉଦ୍ଧାରଠାରୁ ଆରମ୍ଭ କରି ବାତ୍ୟାର ମୁକାବିଲା ପାଇଁ  ପ୍ରସ୍ତୁତି ଜାରି ରହିଛି। ସେହିଭଳି ବାତ୍ୟା ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ କିପରି ମୁକାବିଲା କରାଯିବ, ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡ଼ି କରାଯିବ, ସେନେଇ  ନିଆଳିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସମସ୍ତ ଥାନା ଅଧିକାରୀ ଓଡ୍ରାଫ୍ ଟିମ୍ ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ୍ ସିଂ।

ନିଆଳିରେ ବାତ୍ୟା ମୁକାବିଲା ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କରୁଛନ୍ତି ପ୍ରାଶାସନିକ ଅଧିକାରୀ

ନିଆଳି: ମାଡ଼ି ଆସୁଛି ବାତ୍ୟା ଦାନା । ପାଣିପାଗ ବିଭାଗର ସଦ୍ୟ ତଥ୍ୟ ଅନୁଯାୟୀ, ପାରାଦୀପଠାରୁ ୬୪୦ କିମି ଦୂରରେ ରହିଛି ଦାନା। ସେପଟେ ବାତ୍ୟା ମୁକାବିଲା ପାଇଁ ଜୋରଦାର କରାଯାଇଛି ପ୍ରସ୍ତୁତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। 

ଏମିତିରେ ବାତ୍ୟା ଦାନାକୁ ନେଇ ପୂରା ରାଜ୍ୟ ଆଶଙ୍କା ଓ ଭୟରେ ଥିବାବେଳେ, ରେଡ ଜୋନରେ ଥିବା କଟକ ଜିଲ୍ଲା ନିଆଳି କଣ୍ଟାପଡ଼ା ଅଡ଼ଶପୁର ଓ ଦ୍ବୀପାଞ୍ଚଳ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ଏଥିପାଇଁ ବାତ୍ୟା ଆଶ୍ରୟସ୍ଥଳୀ, ଗୃହପାଳିତ ପଶୁଙ୍କୁ ଉଦ୍ଧାରଠାରୁ ଆରମ୍ଭ କରି ବାତ୍ୟାର ମୁକାବିଲା ପାଇଁ  ପ୍ରସ୍ତୁତି ଜାରି ରହିଛି। 

ସେହିଭଳି ବାତ୍ୟା ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ କିପରି ମୁକାବିଲା କରାଯିବ, ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡ଼ି କରାଯିବ, ସେନେଇ  ନିଆଳିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସମସ୍ତ ଥାନା ଅଧିକାରୀ ଓଡ୍ରାଫ୍ ଟିମ୍ ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ୍ ସିଂ।