ନିଜ ଘରେ ବି ଅସୁରକ୍ଷିତ ପାକିସ୍ତାନ: ଆତ୍ମଘାତୀ ବିସ୍ଫୋରଣରେ ୨ ପୁଲିସ କର୍ମୀ ମୃତ
ଇସଲାମାବାଦ: ଭାରତ ସହ ଚାରି ଦିନର ସଂଘର୍ଷ ପରେ ନତମସ୍ତକ କରିଥିବା ପାକିସ୍ତାନ ନିଜ ଘରେ ମଧ୍ୟ ଆକ୍ରମଣର ଶିକାର ହେଉଛି। ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ରାଜଧାନୀ ପେଶାୱରରେ ରବିବାର ରାତିରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଏସଏସପି ମାସୁଦ ବଙ୍ଗଶଙ୍କ ସୂଚନା ଅନୁସାରେ, ଚମକନି ଥାନା ଅନ୍ତର୍ଗତ ରିଙ୍ଗ ରୋଡରେ ଅବସ୍ଥିତ […]

ଇସଲାମାବାଦ: ଭାରତ ସହ ଚାରି ଦିନର ସଂଘର୍ଷ ପରେ ନତମସ୍ତକ କରିଥିବା ପାକିସ୍ତାନ ନିଜ ଘରେ ମଧ୍ୟ ଆକ୍ରମଣର ଶିକାର ହେଉଛି। ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ରାଜଧାନୀ ପେଶାୱରରେ ରବିବାର ରାତିରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।
ଏସଏସପି ମାସୁଦ ବଙ୍ଗଶଙ୍କ ସୂଚନା ଅନୁସାରେ, ଚମକନି ଥାନା ଅନ୍ତର୍ଗତ ରିଙ୍ଗ ରୋଡରେ ଅବସ୍ଥିତ ପଶୁ ବଜାର ନିକଟରେ ପୁଲିସ ମୋବାଇଲ୍ ଭ୍ୟାନ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ଯେଉଁଥିରେ ବିସ୍ଫୋରଣକାରୀ ପୁଲିସ ଗାଡ଼ି ନିକଟରେ ନିଜକୁ ଉଡ଼ାଇ ଦେଇଥିଲା।