ନିଜ ଜନ୍ମଦିନରେ ନିଜକୁ ମାରିଦେଲେ, କାହିଁକି ଜାଣିଲେ ଅବାକ୍ ହୋଇଯିବେ
ନୂଆଦିଲ୍ଲୀ: ଜନ୍ମଦିନ ପାଲଟିଗଲା ମରଣଦିନ। ନିଜ ଜନ୍ମଦିନରେ ନିଜକୁ ହତ୍ୟା କଲେ ୨୩ ବର୍ଷୀୟ ଯୁବକ। ଆମେରିକା ଜର୍ଜିଆର ଆଟଲାଣ୍ଟାରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକ ଜଣକ ହେଲେ ଭାରତୀୟ ଛାତ୍ର। ନଭେମ୍ବର ୧୩ ତାରିଖରେ ଘଟିଥିବା ଏହି ଘଟଣାରେ ଛାତ୍ର ଆର୍ଯ୍ୟନ ରେଡ୍ଡୀଙ୍କର ମୃତ୍ୟୁ ହୋଇଛି। ଜନ୍ମଦିନ ପାଳନ ପାଇଁ ଆର୍ଯ୍ୟନଙ୍କ ସାଙ୍ଗମାନେ ତାଙ୍କ ଘରକୁ ଆସିଥିଲେ। ସେମାନେ ଅନ୍ୟ ଏକ ରୁମ୍ରେ ଏଥିପାଇଁ ପ୍ରସ୍ତୁତ ଚଳାଇଥିଲେ। ଏପଟେ ଆର୍ଯ୍ୟନ ରେଡ୍ଡୀ ନିଜ ଶିକାରୀ ବନ୍ଧୁକ କାଢ଼ି ସଫା କରୁଥିଲେ। ହେଲେ ଅସାବଧାନତା ବଶତଃ ବନ୍ଧୁକରୁ ଗୁଳି ଫୁଟି ତାଙ୍କ ଛାତିରେ ବାଜିଥିଲେ। ବନ୍ଧୁକ ଶବ୍ଦ ଶୁଣିବା ପରେ ସାଂଗମାନେ ତୁରନ୍ତ ଆର୍ଯ୍ୟନଙ୍କ ପାଖକୁ ଆସି ଦେଖିବାରୁ ସେ ରକ୍ତଜୁଡ଼ବୁଡ ଅବସ୍ଥାରେ ପଡ଼ିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଆର୍ଯ୍ୟନ ରେଡ୍ଡୀ ଆଟଲାଣ୍ଟା କାନସାସ୍ ଷ୍ଟେଟ୍ ୟୁନିଭରସିଟିରେ ମାଷ୍ଟର ଅଫ୍ ସାଇନ୍ସର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ତାଙ୍କ ମୂଳ ଘର ତେଲେଙ୍ଗାନାର ଭୁବନଗିରି ଜିଲ୍ଲାର ହୋଇଥିବା ବେଳେ ତାଙ୍କ ପରିବାର ବର୍ତ୍ତମାନ ଉପପାଲ ଜିଲ୍ଲାରେ ରହୁଛନ୍ତି। ଶୁକ୍ରବାର ରାତିରେ ଆର୍ଯ୍ୟନ୍ ରେଡ୍ଡୀଙ୍କ ମୃତଦେହ ଆମେରିକାରୁ ତେଲେଙ୍ଗାନା ଅଭିମୁଖେ ଆସିବ ବୋଲି ଅଧିକାରୀମାନେ କହିଛନ୍ତି।
ନୂଆଦିଲ୍ଲୀ: ଜନ୍ମଦିନ ପାଲଟିଗଲା ମରଣଦିନ। ନିଜ ଜନ୍ମଦିନରେ ନିଜକୁ ହତ୍ୟା କଲେ ୨୩ ବର୍ଷୀୟ ଯୁବକ। ଆମେରିକା ଜର୍ଜିଆର ଆଟଲାଣ୍ଟାରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକ ଜଣକ ହେଲେ ଭାରତୀୟ ଛାତ୍ର।
ନଭେମ୍ବର ୧୩ ତାରିଖରେ ଘଟିଥିବା ଏହି ଘଟଣାରେ ଛାତ୍ର ଆର୍ଯ୍ୟନ ରେଡ୍ଡୀଙ୍କର ମୃତ୍ୟୁ ହୋଇଛି। ଜନ୍ମଦିନ ପାଳନ ପାଇଁ ଆର୍ଯ୍ୟନଙ୍କ ସାଙ୍ଗମାନେ ତାଙ୍କ ଘରକୁ ଆସିଥିଲେ। ସେମାନେ ଅନ୍ୟ ଏକ ରୁମ୍ରେ ଏଥିପାଇଁ ପ୍ରସ୍ତୁତ ଚଳାଇଥିଲେ। ଏପଟେ ଆର୍ଯ୍ୟନ ରେଡ୍ଡୀ ନିଜ ଶିକାରୀ ବନ୍ଧୁକ କାଢ଼ି ସଫା କରୁଥିଲେ। ହେଲେ ଅସାବଧାନତା ବଶତଃ ବନ୍ଧୁକରୁ ଗୁଳି ଫୁଟି ତାଙ୍କ ଛାତିରେ ବାଜିଥିଲେ।
ବନ୍ଧୁକ ଶବ୍ଦ ଶୁଣିବା ପରେ ସାଂଗମାନେ ତୁରନ୍ତ ଆର୍ଯ୍ୟନଙ୍କ ପାଖକୁ ଆସି ଦେଖିବାରୁ ସେ ରକ୍ତଜୁଡ଼ବୁଡ ଅବସ୍ଥାରେ ପଡ଼ିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆର୍ଯ୍ୟନ ରେଡ୍ଡୀ ଆଟଲାଣ୍ଟା କାନସାସ୍ ଷ୍ଟେଟ୍ ୟୁନିଭରସିଟିରେ ମାଷ୍ଟର ଅଫ୍ ସାଇନ୍ସର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ତାଙ୍କ ମୂଳ ଘର ତେଲେଙ୍ଗାନାର ଭୁବନଗିରି ଜିଲ୍ଲାର ହୋଇଥିବା ବେଳେ ତାଙ୍କ ପରିବାର ବର୍ତ୍ତମାନ ଉପପାଲ ଜିଲ୍ଲାରେ ରହୁଛନ୍ତି। ଶୁକ୍ରବାର ରାତିରେ ଆର୍ଯ୍ୟନ୍ ରେଡ୍ଡୀଙ୍କ ମୃତଦେହ ଆମେରିକାରୁ ତେଲେଙ୍ଗାନା ଅଭିମୁଖେ ଆସିବ ବୋଲି ଅଧିକାରୀମାନେ କହିଛନ୍ତି।