ନିଜ ଦଳର ଗୁମର ଖୋଲିଲେ ବଦ୍ରି: ଅନ୍ୟଦଳର ନେତାଙ୍କୁ ଆଣି…

ଭୁବନେଶ୍ୱର,୪।୧୨: କେନ୍ଦୁଝର ଜିଲା ଘସିପୁରା ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ର ବୁଧବାର ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ବିଧାୟକ ନିଜ ଦଳ ଉପରେ ବର୍ଷିଛନ୍ତି। ନେତା ଧାର ଆଣି ବିଜେଡି ଭୁଲ କରିଛି ବୋଲି ସେ କହିଛନ୍ତି। ମଙ୍ଗଳବାର ବିଜେଡିର ବରିଷ୍ଠ ନେତା ପାତ୍ର ପାନୀୟ ଜଳ ପ୍ରକଳ୍ପ କାମ ପୂରା ନ କରିବାରୁ ବିଜେଡି ହାରିଲା ବୋଲି ବିଧାନସଭାରେ କହିଥିଲେ। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଆଗରେ ଏପରି […] The post ନିଜ ଦଳର ଗୁମର ଖୋଲିଲେ ବଦ୍ରି: ଅନ୍ୟଦଳର ନେତାଙ୍କୁ ଆଣି… appeared first on Dharitri Odia News.

ନିଜ ଦଳର ଗୁମର ଖୋଲିଲେ ବଦ୍ରି: ଅନ୍ୟଦଳର ନେତାଙ୍କୁ ଆଣି…

ଭୁବନେଶ୍ୱର,୪।୧୨: କେନ୍ଦୁଝର ଜିଲା ଘସିପୁରା ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ର ବୁଧବାର ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ବିଧାୟକ ନିଜ ଦଳ ଉପରେ ବର୍ଷିଛନ୍ତି। ନେତା ଧାର ଆଣି ବିଜେଡି ଭୁଲ କରିଛି ବୋଲି ସେ କହିଛନ୍ତି।

ମଙ୍ଗଳବାର ବିଜେଡିର ବରିଷ୍ଠ ନେତା ପାତ୍ର ପାନୀୟ ଜଳ ପ୍ରକଳ୍ପ କାମ ପୂରା ନ କରିବାରୁ ବିଜେଡି ହାରିଲା ବୋଲି ବିଧାନସଭାରେ କହିଥିଲେ। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଆଗରେ ଏପରି ବୟାନ ଦେଇଥିଲେ ବଦ୍ରି।

ସେ କହିଥିଲେ, ପାନୀୟ ଜଳ ପ୍ରକଳ୍ପ କାମ ପୂରା ନ କରିବାରୁ ୨୦୨୪ ନିର୍ବାଚନରେ ବିଜେଡି ହାରିଛି। ପାନୀୟଜଳ କଷ୍ଟ ଜନସାଧାରଣଙ୍କ ଆକ୍ରୋଶରେ ପରିଣତ ହେଲା। ଯେଉଁମାନେ କମ୍‌ ଭୋଟରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନ ସରିବା ଏହାର ମୁଖ୍ୟ କାରଣ। ଚଳିତ ନିର୍ବାଚନରେ ନିଜେ ଏହା ଅନୁଭବ କରିଥିବା ସେ କହିଥିଲେ।

The post ନିଜ ଦଳର ଗୁମର ଖୋଲିଲେ ବଦ୍ରି: ଅନ୍ୟଦଳର ନେତାଙ୍କୁ ଆଣି… appeared first on Dharitri Odia News.