ନିଜ ନିର୍ଦ୍ଦେଶକୁ ଫେରାଇ ନେଲା FSSAI, A1 ଏବଂ A2 ଲେବଲ୍ ସହ ଜାରି ରହିବ ଦୁଗ୍ଧ ବିକ୍ରି

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) କିଛି ଦିନ ତଳେ ଜାରି କରିଥିବା ନିଜ ଆଦେଶକୁ ଫେରାଇ ନେଇଛି । FSSAI ଏ-୧ ଏବଂ ଏ-୨ ଦୁଗ୍ଧ ଦାବି କରୁଥିବା ଡାଏରୀ ଉତ୍ପାଦନ ବିକ୍ରି ଉପରେ ରୋକ୍ ଲଗାଇଥିଲା । ଏବେ ସେହି ନିର୍ଦ୍ଦେଶକୁ ଫେରାଇ ନିଆଯିବା ସହ ସ୍ପଷ୍ଟୀକରଣ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଏହି ପ୍ରସଙ୍ଗରେ ଡାଏରୀ ଉଦ୍ୟୋଗର ବ୍ୟବସାୟୀ ଏବଂ ଅନ୍ୟ ହିତଧାରକଙ୍କ ସହ କଥାବର୍ତ୍ତା କରାଯିବା ପରେ ନିଷ୍ପତ୍ତି ନିଆଯିବ । ସେପର୍ଯ୍ୟନ୍ତ FSSAI ଏହି ନେଇ ଜାରି କରିଥିବା ନିଜ ପୁରୁଣା ନିର୍ଦ୍ଦେଶ ଫେରାଇ ନେଇଛୁ ।ଚଳିତ ମାସ ୨୧ ତାରିଖରେ FSSAI ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦରେ ଏ-୧ ଏବଂ ଏ-୨ ନାଁରେ କରାଯାଉଥିବା ଦାବିକୁ ଖାଦ୍ୟ ସୁରକ୍ଷା ମାନକ ଆଇନର ଉଲ୍ଲଂଘନ ବୋଲି କୁହାଯାଇଥିଲା । ଏହାସହ ଏହାକୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । FSSAIର ୟୁ-ଟର୍ଣ୍ଣ ପରେ ଏ-୧ ଏବଂ ଏ-୨ ପ୍ରକାର ଦୁଗ୍ଧ ଦାବି ନେଇ ବିକ୍ରି ଜାରି ରହିବ । FSSAI ପୂର୍ବ ନିର୍ଦ୍ଦେଶରେ କହିଥିଲା ଯେ ଏ-୧ ଏବଂ ଏ-୨ ପ୍ରକାର ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦର ଦାବି ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ, ୨୦୦୬ର ଅନୁରୂପ ନୁହେଁ । FSSAI ନିୟମ ଦୁଗ୍ଧରେ ବିଟା-କେସିଇନ ପ୍ରୋଟିନ ବିଭେଦକୁ ମାନ୍ୟତା ଦିଏ ନାହିଁ ।

ନିଜ ନିର୍ଦ୍ଦେଶକୁ ଫେରାଇ ନେଲା FSSAI, A1 ଏବଂ A2 ଲେବଲ୍ ସହ ଜାରି ରହିବ ଦୁଗ୍ଧ ବିକ୍ରି

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) କିଛି ଦିନ ତଳେ ଜାରି କରିଥିବା ନିଜ ଆଦେଶକୁ ଫେରାଇ ନେଇଛି । FSSAI ଏ-୧ ଏବଂ ଏ-୨ ଦୁଗ୍ଧ ଦାବି କରୁଥିବା ଡାଏରୀ ଉତ୍ପାଦନ ବିକ୍ରି ଉପରେ ରୋକ୍ ଲଗାଇଥିଲା । ଏବେ ସେହି ନିର୍ଦ୍ଦେଶକୁ ଫେରାଇ ନିଆଯିବା ସହ ସ୍ପଷ୍ଟୀକରଣ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଏହି ପ୍ରସଙ୍ଗରେ ଡାଏରୀ ଉଦ୍ୟୋଗର ବ୍ୟବସାୟୀ ଏବଂ ଅନ୍ୟ ହିତଧାରକଙ୍କ ସହ କଥାବର୍ତ୍ତା କରାଯିବା ପରେ ନିଷ୍ପତ୍ତି ନିଆଯିବ । ସେପର୍ଯ୍ୟନ୍ତ FSSAI ଏହି ନେଇ ଜାରି କରିଥିବା ନିଜ ପୁରୁଣା ନିର୍ଦ୍ଦେଶ ଫେରାଇ ନେଇଛୁ ।

ଚଳିତ ମାସ ୨୧ ତାରିଖରେ FSSAI ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦରେ ଏ-୧ ଏବଂ ଏ-୨ ନାଁରେ କରାଯାଉଥିବା ଦାବିକୁ ଖାଦ୍ୟ ସୁରକ୍ଷା ମାନକ ଆଇନର ଉଲ୍ଲଂଘନ ବୋଲି କୁହାଯାଇଥିଲା । ଏହାସହ ଏହାକୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । FSSAIର ୟୁ-ଟର୍ଣ୍ଣ ପରେ ଏ-୧ ଏବଂ ଏ-୨ ପ୍ରକାର ଦୁଗ୍ଧ ଦାବି ନେଇ ବିକ୍ରି ଜାରି ରହିବ । FSSAI ପୂର୍ବ ନିର୍ଦ୍ଦେଶରେ କହିଥିଲା ଯେ ଏ-୧ ଏବଂ ଏ-୨ ପ୍ରକାର ଦୁଗ୍ଧ ଏବଂ ଦୁଗ୍ଧ ଉତ୍ପାଦର ଦାବି ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ, ୨୦୦୬ର ଅନୁରୂପ ନୁହେଁ । FSSAI ନିୟମ ଦୁଗ୍ଧରେ ବିଟା-କେସିଇନ ପ୍ରୋଟିନ ବିଭେଦକୁ ମାନ୍ୟତା ଦିଏ ନାହିଁ ।