‘ନିଜ ପୁଅଙ୍କୁ ଶିକ୍ଷା ଦିଅ’: କୋଲକାତା ଡାକ୍ତରୀ ଛାତ୍ରୀ ମାମଲାରେ ସୂର୍ଯ୍ୟକୁମାରଙ୍କ ଉଦବେଗ
ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ। ପିଲାମାନଙ୍କୁ ଶିକ୍ଷିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଇନଷ୍ଟାଗ୍ରାମରେ ସୂର୍ଯ୍ୟ ଏହି ବାର୍ତ୍ତା ସେୟାର କରିଛନ୍ତି।ଇନଷ୍ଟାଗ୍ରାମ ଷ୍ଟୋରୀରେ କୋଲକାତା ମାମଲାରେ ସୂର୍ଯ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ପ୍ରଥମେ ଲେଖିଥିଲେ, ତୁମର ଝିଅମାନଙ୍କୁ ସୁରକ୍ଷା ଦିଅ।ଏହା ପରେ ସେ ଲେଖିଥିଲେ, "ତୁମ ପୁଅମାନଙ୍କୁ ଶିକ୍ଷା ଦିଅ।" ତୁମର ଭାଇ, ତୁମ ବାପା, ତୁମ ସ୍ୱାମୀ ଏବଂ ତୁମର ସାଙ୍ଗମାନଙ୍କୁ ଶିକ୍ଷା ଦିଅ। ସୂର୍ଯ୍ୟଙ୍କ ପୂର୍ବରୁ ଫାଷ୍ଟ ବୋଲର ମହମ୍ମଦ ସିରାଜ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଖୁବ ଶୀଘ୍ର ସୂର୍ଯ୍ୟକୁମାର ଯାଦବଙ୍କୁ ଦୀଲିପ୍ ଟ୍ରଫିରେ ଖେଳିବେ। ସେ ଭାରତ ପାଇଁ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଟିମ୍ ଇଣ୍ଡିଆ ପାଇଁ ସୂର୍ଯ୍ୟ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେ ୩୭ଟି ଦିନିକିଆ ଖେଳିଛନ୍ତି। ଏହି ଫର୍ମାଟରେ ସୂର୍ଯ୍ୟ ୭୭୩ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ। ପିଲାମାନଙ୍କୁ ଶିକ୍ଷିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଇନଷ୍ଟାଗ୍ରାମରେ ସୂର୍ଯ୍ୟ ଏହି ବାର୍ତ୍ତା ସେୟାର କରିଛନ୍ତି।
ଇନଷ୍ଟାଗ୍ରାମ ଷ୍ଟୋରୀରେ କୋଲକାତା ମାମଲାରେ ସୂର୍ଯ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ପ୍ରଥମେ ଲେଖିଥିଲେ, ତୁମର ଝିଅମାନଙ୍କୁ ସୁରକ୍ଷା ଦିଅ।ଏହା ପରେ ସେ ଲେଖିଥିଲେ, "ତୁମ ପୁଅମାନଙ୍କୁ ଶିକ୍ଷା ଦିଅ।" ତୁମର ଭାଇ, ତୁମ ବାପା, ତୁମ ସ୍ୱାମୀ ଏବଂ ତୁମର ସାଙ୍ଗମାନଙ୍କୁ ଶିକ୍ଷା ଦିଅ। ସୂର୍ଯ୍ୟଙ୍କ ପୂର୍ବରୁ ଫାଷ୍ଟ ବୋଲର ମହମ୍ମଦ ସିରାଜ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ଖୁବ ଶୀଘ୍ର ସୂର୍ଯ୍ୟକୁମାର ଯାଦବଙ୍କୁ ଦୀଲିପ୍ ଟ୍ରଫିରେ ଖେଳିବେ। ସେ ଭାରତ ପାଇଁ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଟିମ୍ ଇଣ୍ଡିଆ ପାଇଁ ସୂର୍ଯ୍ୟ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେ ୩୭ଟି ଦିନିକିଆ ଖେଳିଛନ୍ତି। ଏହି ଫର୍ମାଟରେ ସୂର୍ଯ୍ୟ ୭୭୩ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।