ନିଜ ଭାଇ ସହ ସମ୍ପର୍କ ଭାଙ୍ଗିଲେ ମମତା ବାନାର୍ଜୀ, ଏହି କାରଣ ପାଇଁ ସୃଷ୍ଟି ହେଲା ଫାଟ...

ସ୍ୱପନ ବାନାର୍ଜୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ, ସେ ଯାହା ଚାହିଁବେ ତାହା କରିପାରିବେ। ମୁଁ ଚାହୁଁ ନାହିଁ ଆମ ପରିବାରର ନାମ ତାଙ୍କ ସହିତ ଜଡିତ ହେଉ’।

ନିଜ ଭାଇ ସହ ସମ୍ପର୍କ ଭାଙ୍ଗିଲେ ମମତା ବାନାର୍ଜୀ, ଏହି କାରଣ ପାଇଁ ସୃଷ୍ଟି ହେଲା ଫାଟ...

ପୁଣି ଚର୍ଚ୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିଜ ଭାଇ ସହ ସମ୍ପର୍କ ଭାଙ୍ଗି ଏବେ ଚର୍ଚ୍ଚାରେ ଦିଦି। ନିକଟରେ ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି। ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏବେ ଚର୍ଚ୍ଚା ହେଉଛି କି ମମତା ବାନାର୍ଜୀଙ୍କ ଭାଇ ସ୍ୱପନ ବାନାର୍ଜୀ ଟିଏମସିରେ ଖୁସି ନୁହଁନ୍ତି ଏବଂ ସେ ବିଜେପିରେ ଯୋଗ ଦେଇପାରନ୍ତି ।

ସୂଚନା ଅନୁସାରେ ହାୱାଡା ଲୋକସଭା ଆସନରୁ ଟିଏମ୍‌ସି ପ୍ରସନ୍ନ ବାନାର୍ଜୀଙ୍କୁ ପ୍ରାର୍ଥୀ କରିବା ପରେ ଖୁସି ନାହାନ୍ତି ବୋଲି କହିଥିଲେ ସ୍ୱପନ ବାନାର୍ଜୀ। ମମତା ବାନାର୍ଜୀ ଏହାର ଜବାବ ଦେଇ କହିଛନ୍ତି ଯେ ସ୍ୱପନ ବାନାର୍ଜୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ, ସେ ଯାହା ଚାହିଁବେ ତାହା କରିପାରିବେ। ମୁଁ ଚାହୁଁ ନାହିଁ ଆମ ପରିବାରର ନାମ ତାଙ୍କ ସହିତ ଜଡିତ ହେଉ’।

ଅଧିକ ପଢ଼ନ୍ତୁ: ଅମିତ ଶାହଙ୍କ ଘରେ ଜରୁରୀ ବୈଠକ, ସ୍ପଷ୍ଟ ହୋଇପାରେ ଚିତ୍ର

ସ୍ୱପନ ବାନାର୍ଜୀଙ୍କୁ ନେଇ ମମତା ବାନାର୍ଜୀ କହିଛନ୍ତି, 'ଲୋକମାନଙ୍କ ବୟସ ବଢ଼ିବା ସହ ସେମାନଙ୍କର ଲୋଭ ମଧ୍ୟ ବଢ଼ିଥାଏ। ଆମ ପରିବାରରେ ସମୁଦାୟ ୩୨ ଜଣ ସଦସ୍ୟ ଅଛନ୍ତି। ମୁଁ ତାଙ୍କୁ ମୋ ପରିବାରର ସଦସ୍ୟ ଭାବୁନାହିଁ। ଆଜିଠାରୁ କେହି ତାଙ୍କୁ ମୋ ଭାଇ ଭାବରେ ପରିଚିତ କରାଇବେ ନାହିଁ। ତାଙ୍କ ସହିତ ମୋର ସମ୍ପର୍କ ଭାଙ୍ଗିବାକୁ ମୁଁ ନିଷ୍ପତ୍ତି ନେଇଛି’ ବୋଲି କହିଛନ୍ତି ମମତା ବାନାର୍ଜୀ।

ସୂଚନା ଅନୁସାରେ ସ୍ୱପନ ବାନାର୍ଜୀ ଏବେ ତାଙ୍କ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଦିଲ୍ଲୀରେ ଅଛନ୍ତି। ସେ କହିଥିଲେ ଯେ ‘ହାୱଡା ଲୋକସଭା ଆସନ ପାଇଁ ତୃଣମୂଳ କଂଗ୍ରେସ ଅନ୍ୟ କିଛି ଦକ୍ଷ ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ଉଚିତ୍। ହାୱାଡା ଲୋକସଭା ଆସନରୁ ପ୍ରାର୍ଥୀ ଚୟନରେ ମୁଁ ଖୁସି ନୁହେଁ। ପ୍ରସନ୍ନ ବାନାର୍ଜୀ ସଠିକ୍ ପସନ୍ଦ ନୁହଁନ୍ତି। ଅନେକ ଦକ୍ଷ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଇଛି ବୋଲି କହିଥିଲେ ମମତା ବାନାର୍ଜୀଙ୍କ ଭାଇ ସ୍ୱପନ।

ସେହିପରି ବିଜେପିରେ ସାମିଲ ହେବା ନେଇ ଜାରି ରହିଥିବା ଚର୍ଚ୍ଚାକୁ ମଧ୍ୟ ଖଣ୍ଡନ କରିଛନ୍ତି ସ୍ୱପନ। ତେବେ ଏକ ଫେସବୁକ୍ ଭିଡିଓରେ ସେ ତାଙ୍କ ଭଉଣୀକୁ ସମର୍ଥନ କରିବେ ବୋଲି କହିଛନ୍ତି ଏବଂ ତାଙ୍କ ବିଜେପିରେ ଯୋଗଦେବା ଖବର ମିଥ୍ୟା ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ‘ବହୁତ ଲୋକପ୍ରିୟ PM ମୋଦି, ପୁଣି ହେବେ ପ୍ରଧାନମନ୍ତ୍ରୀ ’