ନିଜ ଲଢ଼େଇ, ନିଜେ ଲଢ଼ିବେ: ଆତ୍ମରକ୍ଷା ତାଲିମ…
କେସିଙ୍ଗା, ୨୩ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନୁ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାନୀ ଉତ୍ସବରେ ଅନେକ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ। ଅଧ୍ୟକ୍ଷ ପାଢ଼ୀ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣର ସଦୁପଯୋଗ କରିବା, ଯେକୌଣସି ଅସ୍ବାଭାବିକ ପରିସ୍ଥିତିକୁ ଦାୟିତ୍ୱର ସହ ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ। ମାଷ୍ଟର ଟ୍ରେନର ତପସ୍ବିନୀ ମାଝି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରର ସଂଯୋଜିକା ଅଧ୍ୟାପିକା ଗୀତାଞ୍ଜଳି ଦୋରା […] The post ନିଜ ଲଢ଼େଇ, ନିଜେ ଲଢ଼ିବେ: ଆତ୍ମରକ୍ଷା ତାଲିମ… appeared first on Dharitri Odia News.
କେସିଙ୍ଗା, ୨୩ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନୁ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାନୀ ଉତ୍ସବରେ ଅନେକ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ। ଅଧ୍ୟକ୍ଷ ପାଢ଼ୀ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣର ସଦୁପଯୋଗ କରିବା, ଯେକୌଣସି ଅସ୍ବାଭାବିକ ପରିସ୍ଥିତିକୁ ଦାୟିତ୍ୱର ସହ ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ। ମାଷ୍ଟର ଟ୍ରେନର ତପସ୍ବିନୀ ମାଝି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରର ସଂଯୋଜିକା ଅଧ୍ୟାପିକା ଗୀତାଞ୍ଜଳି ଦୋରା ଏହି ଅବସରରେ ଉପସ୍ଥିତ ଥିଲେ। ଶେଷରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
The post ନିଜ ଲଢ଼େଇ, ନିଜେ ଲଢ଼ିବେ: ଆତ୍ମରକ୍ଷା ତାଲିମ… appeared first on Dharitri Odia News.