ନିଜ ସ୍ବପ୍ନର ଘର ‘ମନ୍ନତ’ ଛାଡିବେ ଶାହରୁଖ
ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ ନିଜ ସ୍ବପ୍ନର ଘର ‘ମନ୍ନତ’ ଛାଡିବେ। ୨୦୦ କୋଟିର ଘର ଛାଡ଼ି ସେ ଏକ ଭଡ଼ା ଘରେ ରହିବେ ବୋଲି ଜଣାପଡିଛି। ରିପୋର୍ଟ ଅନୁସାରେ, ଆସନ୍ତା ମେ ମାସରୁ ମନ୍ନତର ନବୀକରଣ କାର୍ଯ୍ୟ ଆରମ୍ଭ ହେବ। ପତ୍ନୀ ଗୌରୀ, ପୁଅ ଆରୟନ-ଅବରାମ ଏବଂ ଝିଅ ସୁହାନାଙ୍କ ସହିତ ବାନ୍ଦ୍ରାସ୍ଥିତ ପାଲି ହିଲ୍କୁ ସ୍ଥାନାନ୍ତରିତ ହେବେ। ଯାହାର ମାସିକ ଭଡ଼ା ୨୪ ଲକ୍ଷ ଟଙ୍କା ରହିଛି। ସେହିପରି ଏହା ଏକ ବିଳାସପୂର୍ଣ୍ଣ […] The post ନିଜ ସ୍ବପ୍ନର ଘର ‘ମନ୍ନତ’ ଛାଡିବେ ଶାହରୁଖ appeared first on Odisha.News.
ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ ନିଜ ସ୍ବପ୍ନର ଘର ‘ମନ୍ନତ’ ଛାଡିବେ। ୨୦୦ କୋଟିର ଘର ଛାଡ଼ି ସେ ଏକ ଭଡ଼ା ଘରେ ରହିବେ ବୋଲି ଜଣାପଡିଛି। ରିପୋର୍ଟ ଅନୁସାରେ, ଆସନ୍ତା ମେ ମାସରୁ ମନ୍ନତର ନବୀକରଣ କାର୍ଯ୍ୟ ଆରମ୍ଭ ହେବ। ପତ୍ନୀ ଗୌରୀ, ପୁଅ ଆରୟନ-ଅବରାମ ଏବଂ ଝିଅ ସୁହାନାଙ୍କ ସହିତ ବାନ୍ଦ୍ରାସ୍ଥିତ ପାଲି ହିଲ୍କୁ ସ୍ଥାନାନ୍ତରିତ ହେବେ। ଯାହାର ମାସିକ ଭଡ଼ା ୨୪ ଲକ୍ଷ ଟଙ୍କା ରହିଛି। ସେହିପରି ଏହା ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ହୋଇଥିବା କୁହାଯାଉଛି। ୪ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି। ତେବେ ଗ୍ରେଡ୍ ୩ ହେରିଟେଜ୍ ପ୍ରପର୍ଟି ହୋଇଥିବା ଯୋଗୁ ଘର ରିନୋଭେଶନ ଲାଗି କୋର୍ଟଙ୍କ ଅନୁମତିର ଆବଶ୍ୟକତା ରହିଥିଲା।
The post ନିଜ ସ୍ବପ୍ନର ଘର ‘ମନ୍ନତ’ ଛାଡିବେ ଶାହରୁଖ appeared first on Odisha.News.