‘ନିଜକୁ ସ୍ବଚ୍ଛ ପ୍ରମାଣିତ କରନ୍ତୁ ସେବି ଅଧ୍ୟକ୍ଷା’

ନୂଆଦିଲ୍ଲୀ,୧୩ା୮(ପି.ଟି.): ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଅଫସୋର କମ୍ପାନୀରେ ପୁଞ୍ଜିନିବେଶ କରିଥିବା ସ୍ବୀକାର କରିଛନ୍ତି। ତାଙ୍କର ସିଙ୍ଗାପୁର ଏବଂ ଭାରତୀୟ କନ୍‌ସଲ୍ଟିଂ ଫାର୍ମରେ ଗ୍ରାହକମାନଙ୍କ ସହ ଡିଲ୍‌ ସମ୍ପର୍କରେ ନିଜର ସ୍ବଚ୍ଛତା ପ୍ରମାଣିତ କରିବାକୁ ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ମାଧବୀଙ୍କୁ ଆହ୍ବାନ ଦେଇଛି। ହିଣ୍ଡେନ୍‌ବର୍ଗର ସଦ୍ୟତମ ଅଭିଯୋଗ ସେବିର ବିଶ୍ୱସନୀୟତା ଉପରେ ଆକ୍ରମଣ ଏବଂ ଚରିତ୍ର ହାନି କରିବାକୁ ଉଦ୍ୟମ ବୋଲି ମାଧବୀ ଓ ତାଙ୍କ ସ୍ବାମୀ ମନ୍ତବ୍ୟ ଦେଇଥିଲେ। ଏହା ପରେ ରିସର୍ଚ୍ଚ ଫାର୍ମ […] The post ‘ନିଜକୁ ସ୍ବଚ୍ଛ ପ୍ରମାଣିତ କରନ୍ତୁ ସେବି ଅଧ୍ୟକ୍ଷା’ appeared first on Dharitri Odia News.

‘ନିଜକୁ ସ୍ବଚ୍ଛ ପ୍ରମାଣିତ କରନ୍ତୁ ସେବି ଅଧ୍ୟକ୍ଷା’

ନୂଆଦିଲ୍ଲୀ,୧୩ା୮(ପି.ଟି.): ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଅଫସୋର କମ୍ପାନୀରେ ପୁଞ୍ଜିନିବେଶ କରିଥିବା ସ୍ବୀକାର କରିଛନ୍ତି। ତାଙ୍କର ସିଙ୍ଗାପୁର ଏବଂ ଭାରତୀୟ କନ୍‌ସଲ୍ଟିଂ ଫାର୍ମରେ ଗ୍ରାହକମାନଙ୍କ ସହ ଡିଲ୍‌ ସମ୍ପର୍କରେ ନିଜର ସ୍ବଚ୍ଛତା ପ୍ରମାଣିତ କରିବାକୁ ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ମାଧବୀଙ୍କୁ ଆହ୍ବାନ ଦେଇଛି।
ହିଣ୍ଡେନ୍‌ବର୍ଗର ସଦ୍ୟତମ ଅଭିଯୋଗ ସେବିର ବିଶ୍ୱସନୀୟତା ଉପରେ ଆକ୍ରମଣ ଏବଂ ଚରିତ୍ର ହାନି କରିବାକୁ ଉଦ୍ୟମ ବୋଲି ମାଧବୀ ଓ ତାଙ୍କ ସ୍ବାମୀ ମନ୍ତବ୍ୟ ଦେଇଥିଲେ। ଏହା ପରେ ରିସର୍ଚ୍ଚ ଫାର୍ମ ଏକ୍ସ’ରେ ଏକାଧିକ ପୋଷ୍ଟ ଜରିଆରେ ଜବାବ ଦେଇଛି। ଏହା କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଘଟ କରିବା ସହ ନୂଆ ପ୍ରଶ୍ନ ଛିଡ଼ା କରାଇଛି। ବରମୁଡ଼ା କିମ୍ବା ମରିସସ୍‌ସ୍ଥିତ ବିନୋଦ ଅମ୍ବାନୀଙ୍କ ପରିଚାଳିତ ସଂସ୍ଥାରେ ମାଧବୀ ପୁଞ୍ଜିନିବେଶ କରିବା ସହ ଏହା ତାଙ୍କ ସ୍ବାମୀଙ୍କ ବାଲ୍ୟବନ୍ଧୁଙ୍କ ଦ୍ୱାରା ପରିଚାଳିତ ହେଉଥିବା କହିଛନ୍ତି, ଯିଏକି ସେତେବେଳେ ଆଦାନୀ ଗ୍ରୁପ୍‌ର ନିର୍ଦ୍ଦେଶକ ଥିଲେ। ୨୦୧୭ରେ ମାଧବୀ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ ହେବା ସହ ୨୦୨୨ ମାର୍ଚ୍ଚରେ ଏହାର ଅଧ୍ୟକ୍ଷ ହୋଇଥିଲେ। ଏହା ପୂର୍ବରୁ ଅର୍ଥାତ୍‌ ୨୦୧୫ରେ ସେ ଓ ତାଙ୍କ ସ୍ବାମୀ ଧବଳ ବୁଚ୍‌ ସିଙ୍ଗାପୁରରେ ରହୁଥିଲେ ଓ ବିଦେଶୀ ସଂସ୍ଥାରେ ପୁଞ୍ଜିନିବେଶ କରିଥିବା କହିଛନ୍ତି।

The post ‘ନିଜକୁ ସ୍ବଚ୍ଛ ପ୍ରମାଣିତ କରନ୍ତୁ ସେବି ଅଧ୍ୟକ୍ଷା’ appeared first on Dharitri Odia News.