ନିଜର ଟେଲିଫୋନ୍‌ ଏକ୍ସଚେଞ୍ଜ ଚଲାଇ ସାରା ଦେଶରେ କରୁଥିଲେ ସାଇବର ଠକେଇ , ମାଷ୍ଟରମାଇଣ୍ଡ ଗିରଫ

ପାଟନା : ବିହାରର ଆର୍ଥିକ ଅପରାଧ ୟୁନିଟ୍‌ (ଇଓୟୁ) ଦୁରସଞ୍ଚାର ବିଭାଗର ସହଯୋଗରେ ଏକ ବଡ଼ ସାଇବର କ୍ରାଇମ୍ ସିଣ୍ଡିକେଟ୍‌ର ପର୍ଦ୍ଦାଫାସ କରିଛି। ଏହି ସାଇବର ଫ୍ରଡ୍‌ ଗ୍ୟାଙ୍ଗ ସିମ୍‌ ବକ୍ସ ମାଧ୍ୟମରେ ନିଜର ସମାନ୍ତରାଳ ଟେଲିଫୋନ୍ ଏକ୍ସଚେଞ୍ଜର ପରିଚାଳନା କରୁଥିଲେ। ଏଥିରେ ବିଦେଶରୁ ଆସୁଥିବା କଲ୍‌କୁ ଲୋକାଲ ନମ୍ୱରରେ କନଭର୍ଟ କରି ସାରା ଦେଶରେ ଲୋକଙ୍କୁ ସାଇବର ଠକେଇ କରାଯାଉ ଥିଲା। ସୁପୌଲରୁ ଗିରଫ ଜେଡିୟୁର ନେତା ହର୍ଷିତ ମିଶ୍ରା ଏହାର ମାଷ୍ଟରମାଇଣ୍ଡ। ଯାହାଙ୍କୁ ଏବେ ପାର୍ଟିରୁ ବାହାର କରି ଦିଆ ଯାଇଛି। ଜେଡିୟୁର ପ୍ରଦେଶ ଅଧ୍ୟକ୍ଷ ଉମେଶ କୁଶୱାହା କହିଛନ୍ତି ଯେ, ହର୍ଷିତ ମିଶ୍ରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରି ତାଙ୍କୁ ବହିଷ୍କାର କରାଯାଇଛି। ପାର୍ଟି ଏମିତି ମାମଲାରେ ଖୁବ୍‌ ସମ୍ୱେଦନଶୀଳ। ଆମେ ଜିରୋ ଟଲରେନ୍ସର ନୀତି ଉପରେ ଅଟଳ ରହିଛୁ।ହର୍ଷିତ ସିମ୍‌ ବକ୍ସକୁ ଚଲାଇବା ପାଇଁ ଝାଡ଼ଖଣ୍ଡର ପାକୁଡରେ ରହୁଥିବା ସୁମିତ ଶାହ ନାମକ ଅପରାଧୀ ଠାରୁ ପାଖାପାଖି ୧୦୦୦ ସିମ୍‌ ନେଇଥିଲେ। ସମାନ୍ତରାଳ ଟେଲିଫୋନ୍‌ ଏକ୍ସଚେଞ୍ଜ ଚଲାଇ କମ୍ୱୋଡିଆ, ଥାଇଲ୍ୟାଣ୍ଡ ଓ ଅନ୍ୟ ଦେଶ ଗୁଡ଼ିକରେ ଥିବା ସାଇବର ସ୍କାମ୍‌ର କେନ୍ଦ୍ର ଗୁଡ଼ିକରୁ ଆସୁଥିବା ଭିଓଆଇପି କଲ୍‌ ଗୁଡ଼ିକୁ ଲୋକାଲ ଜିଏସଏମ୍‌ କଲ୍‌ରେ ରୂପାନ୍ତରିତ କରାଯାଉ ଥିଲା।ଉକ୍ତ ବଡ଼ ସାଇବର ଠକେଇ ସିଣ୍ଡିକେଟ୍‌ର ମୁଖ୍ୟ ଅଭିଯୁକ୍ତ ହର୍ଷିତ କୁମାର ଜଣେ ରାଜନେତା ଓ ଜମି ବ୍ୟବସାୟୀ।

ନିଜର ଟେଲିଫୋନ୍‌ ଏକ୍ସଚେଞ୍ଜ ଚଲାଇ ସାରା ଦେଶରେ କରୁଥିଲେ ସାଇବର ଠକେଇ , ମାଷ୍ଟରମାଇଣ୍ଡ ଗିରଫ

ପାଟନା : ବିହାରର ଆର୍ଥିକ ଅପରାଧ ୟୁନିଟ୍‌ (ଇଓୟୁ) ଦୁରସଞ୍ଚାର ବିଭାଗର ସହଯୋଗରେ ଏକ ବଡ଼ ସାଇବର କ୍ରାଇମ୍ ସିଣ୍ଡିକେଟ୍‌ର ପର୍ଦ୍ଦାଫାସ କରିଛି। ଏହି ସାଇବର ଫ୍ରଡ୍‌ ଗ୍ୟାଙ୍ଗ ସିମ୍‌ ବକ୍ସ ମାଧ୍ୟମରେ ନିଜର ସମାନ୍ତରାଳ ଟେଲିଫୋନ୍ ଏକ୍ସଚେଞ୍ଜର ପରିଚାଳନା କରୁଥିଲେ। ଏଥିରେ ବିଦେଶରୁ ଆସୁଥିବା କଲ୍‌କୁ ଲୋକାଲ ନମ୍ୱରରେ କନଭର୍ଟ କରି ସାରା ଦେଶରେ ଲୋକଙ୍କୁ ସାଇବର ଠକେଇ କରାଯାଉ ଥିଲା। ସୁପୌଲରୁ ଗିରଫ ଜେଡିୟୁର ନେତା ହର୍ଷିତ ମିଶ୍ରା ଏହାର ମାଷ୍ଟରମାଇଣ୍ଡ। ଯାହାଙ୍କୁ ଏବେ ପାର୍ଟିରୁ ବାହାର କରି ଦିଆ ଯାଇଛି। ଜେଡିୟୁର ପ୍ରଦେଶ ଅଧ୍ୟକ୍ଷ ଉମେଶ କୁଶୱାହା କହିଛନ୍ତି ଯେ, ହର୍ଷିତ ମିଶ୍ରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରି ତାଙ୍କୁ ବହିଷ୍କାର କରାଯାଇଛି। ପାର୍ଟି ଏମିତି ମାମଲାରେ ଖୁବ୍‌ ସମ୍ୱେଦନଶୀଳ। ଆମେ ଜିରୋ ଟଲରେନ୍ସର ନୀତି ଉପରେ ଅଟଳ ରହିଛୁ।

ହର୍ଷିତ ସିମ୍‌ ବକ୍ସକୁ ଚଲାଇବା ପାଇଁ ଝାଡ଼ଖଣ୍ଡର ପାକୁଡରେ ରହୁଥିବା ସୁମିତ ଶାହ ନାମକ ଅପରାଧୀ ଠାରୁ ପାଖାପାଖି ୧୦୦୦ ସିମ୍‌ ନେଇଥିଲେ। ସମାନ୍ତରାଳ ଟେଲିଫୋନ୍‌ ଏକ୍ସଚେଞ୍ଜ ଚଲାଇ କମ୍ୱୋଡିଆ, ଥାଇଲ୍ୟାଣ୍ଡ ଓ ଅନ୍ୟ ଦେଶ ଗୁଡ଼ିକରେ ଥିବା ସାଇବର ସ୍କାମ୍‌ର କେନ୍ଦ୍ର ଗୁଡ଼ିକରୁ ଆସୁଥିବା ଭିଓଆଇପି କଲ୍‌ ଗୁଡ଼ିକୁ ଲୋକାଲ ଜିଏସଏମ୍‌ କଲ୍‌ରେ ରୂପାନ୍ତରିତ କରାଯାଉ ଥିଲା।

ଉକ୍ତ ବଡ଼ ସାଇବର ଠକେଇ ସିଣ୍ଡିକେଟ୍‌ର ମୁଖ୍ୟ ଅଭିଯୁକ୍ତ ହର୍ଷିତ କୁମାର ଜଣେ ରାଜନେତା ଓ ଜମି ବ୍ୟବସାୟୀ। କିଛି ମାସ ପୂର୍ବେ ତାଙ୍କୁ ଜେଡିୟୁର ଯୁବ ପ୍ରଦେଶ ସଚିବ କରାଯାଇ ଥିଲା। ଇଓୟୁର ଟିମ୍‌ ଶନିବାର ( ୧୯ଜୁଲାଇ) ସନ୍ଧ୍ୟାରେ ତାଙ୍କର ସୁପୌଲ ଜିଲ୍ଲାରେ କରଜାଇନ ଥାନା ଅଞ୍ଚଳର ଗୋସପୁର ଗାଁ ସ୍ଥିତ ଘରେ ଚଢାଉ କରିଥିଲା। ରବିବାର ସକାଳ ଯାଏ ଚାଲିଥିବା ଚଢାଉ ପରେ ଇଓୟୁ ତାଙ୍କୁ ହେପାଜତକୁ ନେଇ ପାଟନା ନେଇଗଲେ। ତାଙ୍କ ଘରୁ ଅନେକ ସିମ୍‌ , ଲ୍ୟାପଟପ୍‌, ମେସିନ୍‌ ଓ ସନ୍ଦିଗ୍ଧ କାଗଜପତ୍ର ମଧ୍ୟ ଜବତ ହୋଇଥିଲା।