ନିଟ୍ ପୁନର୍ବାର ପରୀକ୍ଷା ଆବେଦନ ସୁପ୍ରିମକୋର୍ଟରେ ଖାରଜ୍; ‘ପେପର ଲିକ୍ କେବଳ ପାଟନା-ହଜାରିବାଗ ଯାଏ ସୀମିତ’
ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ କେବଳ ପାଟନା-ହଜାରିବାଗ ପର୍ଯ୍ୟନ୍ତ ସୀମିତ ରହିଛି । ଏହା କୌଣସି ବ୍ୟବସ୍ଥାଗତ ନିୟମ ଉଲ୍ଳଙ୍ଘନ ନୁହେଁ । ବଡ଼ଧରଣର ପେପର ଲିକ୍ ହୋଇନାହିଁ । ପ୍ରଶ୍ନପତ୍ର ଲିକକୁ ରୋକିବା ପାଇଁ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ପରିଚୟକୁ ସୁନିଶ୍ଚିତ କରିବା ଦରକାର । ଏହା ସହିତ ପ୍ରଶ୍ନପତ୍ର ଷ୍ଟୋରେଜ୍ ବ୍ୟବସ୍ଥା ପାଇଁ ଏସଓପି ପ୍ରସ୍ତୁତ କରିବା ସରକାର ଏବଂ ଏନଟିଏର ଦାୟିତ୍ବ । ଏହା ଉପରେ ସରକାର ଧ୍ୟାନ ଦେବା ଜରୁରୀ । ନିଟ୍ ପେପର ଲିକ୍ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇବା ସହିତ ପୁନର୍ବାର ପରୀକ୍ଷା ଆବେଦନକୁ ଖାରଜ କରିଛନ୍ତି । ଶୁକ୍ରବାର ସୁପ୍ରିମକୋର୍ଟରେ ନିଟ୍ ୟୁଜି ପେପର ଲିକ୍ ଅନିୟମିତତା ମାମଲାର ଶୁଣାଣି ହୋଇଛି । ସର୍ବୋଚ୍ଚ ଅଦାଲତ ଏହା ଉପରେ ଫାଇନାଲ୍ ଫଇସଲା ଶୁଣାଣିଛନ୍ତି । କୋର୍ଟ ନିଟ୍ ପୁନର୍ବାର ପରୀକ୍ଷା ଆବେଦନକୁ ଖାରଜ କରିଛନ୍ତି । କୋର୍ଟ ସମସ୍ତ ପକ୍ଷର ଦସ୍ତାବିଜକୁ ଶୁଣାଣି ପରେ ପରେ କହିଛନ୍ତି, ନିଟ୍ ପେପର ଲିକ୍ ଏକ ସିଷ୍ଟମେଟିକ୍ ନିୟମ ଉଲ୍ଲଙ୍ଘନ ନୁହେଁ । ପ୍ରଶ୍ନପତ୍ର ପ୍ରଘଟ କେବଳ ପାଟନା-ହଜାରିବାଗ୍ ପର୍ଯ୍ୟନ୍ତ ସୀମିତ ରହିଛି । ଏହାଛଡ଼ା କୋର୍ଟ କହିଛନ୍ତି ଆବେଦନକାରୀ ଯଦି ସୁପ୍ରିମକୋର୍ଟଙ୍କ ଫଇସଲାରେ ସନ୍ତୁଷ୍ଟ ନୁହଁନ୍ତି ତେବେ ସେମାନେ ପୁନର୍ବାର ହାଇକୋର୍ଟରେ ଆବେଦନ କରିପାରିବେ । ସେହିପରି ଏନଟିଏକୁ ମଧ୍ୟ
ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ କେବଳ ପାଟନା-ହଜାରିବାଗ ପର୍ଯ୍ୟନ୍ତ ସୀମିତ ରହିଛି । ଏହା କୌଣସି ବ୍ୟବସ୍ଥାଗତ ନିୟମ ଉଲ୍ଳଙ୍ଘନ ନୁହେଁ । ବଡ଼ଧରଣର ପେପର ଲିକ୍ ହୋଇନାହିଁ । ପ୍ରଶ୍ନପତ୍ର ଲିକକୁ ରୋକିବା ପାଇଁ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ପରିଚୟକୁ ସୁନିଶ୍ଚିତ କରିବା ଦରକାର । ଏହା ସହିତ ପ୍ରଶ୍ନପତ୍ର ଷ୍ଟୋରେଜ୍ ବ୍ୟବସ୍ଥା ପାଇଁ ଏସଓପି ପ୍ରସ୍ତୁତ କରିବା ସରକାର ଏବଂ ଏନଟିଏର ଦାୟିତ୍ବ । ଏହା ଉପରେ ସରକାର ଧ୍ୟାନ ଦେବା ଜରୁରୀ । ନିଟ୍ ପେପର ଲିକ୍ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇବା ସହିତ ପୁନର୍ବାର ପରୀକ୍ଷା ଆବେଦନକୁ ଖାରଜ କରିଛନ୍ତି ।
ଶୁକ୍ରବାର ସୁପ୍ରିମକୋର୍ଟରେ ନିଟ୍ ୟୁଜି ପେପର ଲିକ୍ ଅନିୟମିତତା ମାମଲାର ଶୁଣାଣି ହୋଇଛି । ସର୍ବୋଚ୍ଚ ଅଦାଲତ ଏହା ଉପରେ ଫାଇନାଲ୍ ଫଇସଲା ଶୁଣାଣିଛନ୍ତି । କୋର୍ଟ ନିଟ୍ ପୁନର୍ବାର ପରୀକ୍ଷା ଆବେଦନକୁ ଖାରଜ କରିଛନ୍ତି । କୋର୍ଟ ସମସ୍ତ ପକ୍ଷର ଦସ୍ତାବିଜକୁ ଶୁଣାଣି ପରେ ପରେ କହିଛନ୍ତି, ନିଟ୍ ପେପର ଲିକ୍ ଏକ ସିଷ୍ଟମେଟିକ୍ ନିୟମ ଉଲ୍ଲଙ୍ଘନ ନୁହେଁ । ପ୍ରଶ୍ନପତ୍ର ପ୍ରଘଟ କେବଳ ପାଟନା-ହଜାରିବାଗ୍ ପର୍ଯ୍ୟନ୍ତ ସୀମିତ ରହିଛି । ଏହାଛଡ଼ା କୋର୍ଟ କହିଛନ୍ତି ଆବେଦନକାରୀ ଯଦି ସୁପ୍ରିମକୋର୍ଟଙ୍କ ଫଇସଲାରେ ସନ୍ତୁଷ୍ଟ ନୁହଁନ୍ତି ତେବେ ସେମାନେ ପୁନର୍ବାର ହାଇକୋର୍ଟରେ ଆବେଦନ କରିପାରିବେ । ସେହିପରି ଏନଟିଏକୁ ମଧ୍ୟ ଶୁଣାଇଛନ୍ତି କୋର୍ଟ, ଆଗକୁ ଯେପରି ଏଭଳି ବେପରୁଆ ଢଙ୍ଗରେ କାମ ନହୁଏ, ଏହା ଉପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଧ୍ୟାନ ରଖିବା ଜରୁରୀ ବୋଲି କୋର୍ଟ କହିଛନ୍ତି । ଏହା ସହିତ ପୁନର୍ବାର ନିଟ୍ ଆବେଦନକୁ ଖାରଜ୍ କରିଛନ୍ତି ।