ନିଟ୍-ୟୁଜି ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ; ବଡ଼ ଧରଣର ଘୋଟାଲା ଥିଲେ ପ୍ରମାଣ ଦିଅ
ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପରୀକ୍ଷା ରଦ୍ଦ ଆବେଦନର ଶୁଣାଣି କରି କଡ଼ା ଟିପ୍ପଣୀ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ନିଟ୍ ମେଡିକାଲ ପ୍ରବେସିକାରେ ଯଦି ବଡ଼ ଧରଣର ଘୋଟାଲା ହୋଇଛି, ତେବେ ଏହାର ପ୍ରମାଣ ଦେବାକୁ କୋର୍ଟ କହିଛନ୍ତି ।ଗୁରୁବାର ନିଟ୍ ଅନିୟମିତତା ନେଇ ସୁପ୍ରିମକୋର୍ଟରେ ଶୁଣାଇ ହୋଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି ପାରଦିଓ୍ବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ନିଟ୍କୁ ନେଇ ଦାୟର ହୋଇଥିବା ପ୍ରାୟ ୪୦ଟି ଆବେଦନର ଶୁଣାଣି କରିଛନ୍ତି । ଏଥିରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ବାରା ଦାୟର ହୋଇଥିବା ଯାଚିକା ମଧ୍ୟ ସାମିଲ୍ ରହିଛି । ପୂର୍ବରୁ ନିଟ୍ ପେପର ଲିକକୁ ନେଇ ହାଇକୋର୍ଟ ମାନଙ୍କରେ ଦାୟର ହୋଇଥିବା ମାମଲାକୁ ସ୍ଥାନାନ୍ତର ପାଇଁ କୁହାଯାଇଥିଲା । ଏହା ସହିତ ସମସ୍ତ ମାମଲାର ଶୁଣାଣି ଜୁଲାଇ ୧୮ ତାରିଖ କରିବାକୁ କହିଥିଲେ କୋର୍ଟ । ସେପଟେ କେନ୍ଦ୍ର ସରକାରଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଉପସ୍ଥାପିତ ହୋଇଥିବା ସତ୍ୟପାଠରେ କୁହାଯାଇଛି, ଆଇଆଇଟି ମାଦ୍ରାସର ଡାଟା ଆନିଲିସସ୍ ରିପୋର୍ଟରେ କୌଣସି ବଡ଼ ଧରଣର ସାମଞ୍ଜସ୍ୟ ନାହିଁ ବୋଲି ଉଲ୍ଲେଖ ରହିଛି ।ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ନିଟ୍ ମାମଲାର ଶୁଣାଣି ଶୁକ୍ରବାର ହେବ ବୋଲି କହିଥିଲେ । ମାତ୍ର ସିଜେଆଇ ଚନ୍ଦ୍ରଚୂଡ଼ ମାମଲାର ଶୁଣାଣି ଆଜ
ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପରୀକ୍ଷା ରଦ୍ଦ ଆବେଦନର ଶୁଣାଣି କରି କଡ଼ା ଟିପ୍ପଣୀ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ନିଟ୍ ମେଡିକାଲ ପ୍ରବେସିକାରେ ଯଦି ବଡ଼ ଧରଣର ଘୋଟାଲା ହୋଇଛି, ତେବେ ଏହାର ପ୍ରମାଣ ଦେବାକୁ କୋର୍ଟ କହିଛନ୍ତି ।
ଗୁରୁବାର ନିଟ୍ ଅନିୟମିତତା ନେଇ ସୁପ୍ରିମକୋର୍ଟରେ ଶୁଣାଇ ହୋଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି ପାରଦିଓ୍ବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ନିଟ୍କୁ ନେଇ ଦାୟର ହୋଇଥିବା ପ୍ରାୟ ୪୦ଟି ଆବେଦନର ଶୁଣାଣି କରିଛନ୍ତି । ଏଥିରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ବାରା ଦାୟର ହୋଇଥିବା ଯାଚିକା ମଧ୍ୟ ସାମିଲ୍ ରହିଛି । ପୂର୍ବରୁ ନିଟ୍ ପେପର ଲିକକୁ ନେଇ ହାଇକୋର୍ଟ ମାନଙ୍କରେ ଦାୟର ହୋଇଥିବା ମାମଲାକୁ ସ୍ଥାନାନ୍ତର ପାଇଁ କୁହାଯାଇଥିଲା । ଏହା ସହିତ ସମସ୍ତ ମାମଲାର ଶୁଣାଣି ଜୁଲାଇ ୧୮ ତାରିଖ କରିବାକୁ କହିଥିଲେ କୋର୍ଟ । ସେପଟେ କେନ୍ଦ୍ର ସରକାରଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଉପସ୍ଥାପିତ ହୋଇଥିବା ସତ୍ୟପାଠରେ କୁହାଯାଇଛି, ଆଇଆଇଟି ମାଦ୍ରାସର ଡାଟା ଆନିଲିସସ୍ ରିପୋର୍ଟରେ କୌଣସି ବଡ଼ ଧରଣର ସାମଞ୍ଜସ୍ୟ ନାହିଁ ବୋଲି ଉଲ୍ଲେଖ ରହିଛି ।
ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ନିଟ୍ ମାମଲାର ଶୁଣାଣି ଶୁକ୍ରବାର ହେବ ବୋଲି କହିଥିଲେ । ମାତ୍ର ସିଜେଆଇ ଚନ୍ଦ୍ରଚୂଡ଼ ମାମଲାର ଶୁଣାଣି ଆଜି ହେବ ବୋଲି କହିଥିଲେ । ଅଦାଲତ ପେପର ଲିକ୍ ମାମଲାର ଶୁଣାଣି ପ୍ରଥମେ କରିବେ ବୋଲି କହିଥିଲେ କାରଣ ଏହାକୁ ସାରା ଦେଶରୁ ଲକ୍ଷାଧିକ ଛାତ୍ରଛାତ୍ରୀ ଅପେକ୍ଷା କରିଛନ୍ତି ।
ଶୁଣାଣି ବେଳେ ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଆବେଦନକାରୀଙ୍କୁ କହିଥିଲେ, ନିଟ୍ ପରୀକ୍ଷାରେ ବଡ଼ ଧରଣ ଘୋଟାଲା ହୋଇଛି ବୋଲି ପ୍ରମାଣ ମିଳିଲେ ପରୀକ୍ଷା ରଦ୍ଦ ହେବ । କୋର୍ଟଙ୍କୁ ସନ୍ତୁଷ୍ଟ କଲା ଭଳି ପ୍ରମାଣ ଦିଅ । ଏହି ମାମଲାରେ ଯାଞ୍ଚ କିପରି ହେବା ଦରଦାର ତାହା ବି ଜଣାଅ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ ।...