ନିତିନ ଗଡ଼କରୀଙ୍କ ମନ୍ତ୍ରଣାଳୟକୁ ବଜେଟ୍ରେ ସିଂହ ଭାଗ, ଆହୁରି ମଜଭୁତ ହେବ ସଡ଼କ ମାର୍ଗ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ସବୁ ବିଭାଗ ପାଇଁ ଅର୍ଥରାଶି ଆବଣ୍ଟନ କରାଯାଇଛି । ଚଳିତ ବଜେଟରେ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପାଇଁ ୨,୮୭,୩୩୩.୧୬ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ଗତ ବଜେଟ୍ ତୁଳନାରେ ଚଳିତ ଥର ୨.୪୧ ପ୍ରତିଶତ ଅଧିକ ଅର୍ଥରାଶି ଆବଣ୍ଟିତ କରାଯାଇଛି । ଅଧିକ ବଜେଟ୍ ଆବଣ୍ଟିତ ହେବା ପରେ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ଦେଶରେ ଅନେକ ନୂଆ ହାଇୱେ ଏବଂ ରାସ୍ତା ନିର୍ମାଣ କରିପାରେ ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପାଇଁ ଆବଣ୍ଟିତ ବାର୍ଷିକ ରାଶିକୁ ୧,୬୯,୩୭୧ କୋଟି ଟଙ୍କାରୁ ବଢାଇ ୧,୮୭,୮୦୩ କୋଟି ଟଙ୍କା କରିଛନ୍ତି । ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଏନ୍ଏଚ୍ଏଆଇର ମୋଟ ଋଣ ୩.୩୫ ଲକ୍ଷ କୋଟି ଟଙ୍କା ଥିବା ଆକଳନ କରାଯାଇଥିଲା, ଯାହା ଆର୍ଥିକ ବର୍ଷର ତୃତୀୟ ତ୍ରୈମାସ ଶେଷ ସୁଦ୍ଧା ୨.୭୬ ଲକ୍ଷ କୋଟି ଟଙ୍କା ଥିଲା । ୨୦୨୫-୨୬ ବଜେଟରେ ରାଜମାର୍ଗ ଉନ୍ନୟନର ଋଣକୁ କମ କରିବା ପାଇଁ ଏନ୍ଏଚ୍ଏଆଇ ଦ୍ୱାରା ଋଣ ନେବାର କୌଣସି ପ୍ରାବଧାନ କରାଯାଇନାହିଁ ।ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ବଜେଟ୍ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ବଜେଟକୁ ପ୍ରଶଂସା କରିଛନ୍ତି । ସେ କହିଛନ୍
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ସବୁ ବିଭାଗ ପାଇଁ ଅର୍ଥରାଶି ଆବଣ୍ଟନ କରାଯାଇଛି । ଚଳିତ ବଜେଟରେ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପାଇଁ ୨,୮୭,୩୩୩.୧୬ ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ଗତ ବଜେଟ୍ ତୁଳନାରେ ଚଳିତ ଥର ୨.୪୧ ପ୍ରତିଶତ ଅଧିକ ଅର୍ଥରାଶି ଆବଣ୍ଟିତ କରାଯାଇଛି । ଅଧିକ ବଜେଟ୍ ଆବଣ୍ଟିତ ହେବା ପରେ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ଦେଶରେ ଅନେକ ନୂଆ ହାଇୱେ ଏବଂ ରାସ୍ତା ନିର୍ମାଣ କରିପାରେ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପାଇଁ ଆବଣ୍ଟିତ ବାର୍ଷିକ ରାଶିକୁ ୧,୬୯,୩୭୧ କୋଟି ଟଙ୍କାରୁ ବଢାଇ ୧,୮୭,୮୦୩ କୋଟି ଟଙ୍କା କରିଛନ୍ତି । ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଏନ୍ଏଚ୍ଏଆଇର ମୋଟ ଋଣ ୩.୩୫ ଲକ୍ଷ କୋଟି ଟଙ୍କା ଥିବା ଆକଳନ କରାଯାଇଥିଲା, ଯାହା ଆର୍ଥିକ ବର୍ଷର ତୃତୀୟ ତ୍ରୈମାସ ଶେଷ ସୁଦ୍ଧା ୨.୭୬ ଲକ୍ଷ କୋଟି ଟଙ୍କା ଥିଲା । ୨୦୨୫-୨୬ ବଜେଟରେ ରାଜମାର୍ଗ ଉନ୍ନୟନର ଋଣକୁ କମ କରିବା ପାଇଁ ଏନ୍ଏଚ୍ଏଆଇ ଦ୍ୱାରା ଋଣ ନେବାର କୌଣସି ପ୍ରାବଧାନ କରାଯାଇନାହିଁ ।
ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ବଜେଟ୍ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ବଜେଟକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ବଜେଟ୍ ଦେଶର ଅର୍ଥନୀତିକୁ ବଢାଇବ । ସରକାର ସବୁ ଦିଗ ପରି ଚଳିତ ଥର ବି ଭିତ୍ତିଭୂମି ସେକ୍ଟରକୁ ପ୍ରାଥମିକତା ଦେଇଛନ୍ତି । ଏହାଦ୍ୱାରା ରୋଡ୍ ସେକ୍ଟରରେ ଏହାର ଲାଭ ହେବ ।
प्रधानमंत्री श्री @narendramodi जी और वित्त मंत्री श्रीमती @nsitharaman जी का अभिनंदन!#Budget2025 #UnionBudget2025 #UnionBudget #ViksitBharatBudget2025 pic.twitter.com/Qn7wNDfj3b— Nitin Gadkari (@nitin_gadkari) February 1, 2025